ଶୃଙ୍ଖଳିତ, ସୌନ୍ଦର୍ଯ୍ୟକରଣ ହେବ ଆନନ୍ଦ ବଜାର

ପୁରୀ, ୧୪ା୯(ଅଜିତ ମହାନ୍ତି)ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆନନ୍ଦବଜାର ଶୃଙ୍ଖଳା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ତେବେ ବୈଠକରେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ କିମ୍ବା ମାଗଣା ମହାପ୍ରସାଦ ବଣ୍ଟନ ନେଇ କୌଣସି ନିଷ୍ପତ୍ତିି ହୋଇ ନ ଥିବା ଜଣାପଡ଼ିଛି। ଅପରପକ୍ଷରେ ଆନନ୍ଦ ବଜାରରେ ଅଣସୁଆରଙ୍କୁ ଚିହ୍ନଟକରି ବାହାର କରିଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିବା କୁହାଯାଇଛି। କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ। ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେବା, ଜରି କାଢ଼ି ଶେଡ୍‌ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ସେହିପରି ଭଲ ଘିଅ ଅର୍ଥାତ୍‌ ଓମ୍‌ଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ବୈଠକରେ ଆଲୋଚନା ହୋଇଛି। ଏଥିସହିତ ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହେବ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ ରୋକ ଲଗାଯାଇଛି।

ବୈଠକ ସମ୍ପର୍କରେ ସୂଚନା ଦେଇ ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ବୈଠକରେ ଶ୍ରୀମନ୍ଦିର ସୁଆର ମହାସୁଆର ପକ୍ଷରୁ ଆନନ୍ଦବଜାର ଶୃଙ୍ଖଳା ନେଇ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଥିବା ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ଥିବା ମହାପ୍ରସାଦ ବିକ୍ରୟ ଦୋକାନ ଘର, ଖଜା ଦୋକାନ ଆଦି ଘରଗୁଡ଼ିକୁ ଗୋଟିଏ ସ୍ଥାନରେ ରଖାଯିବାକୁ ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ। ପରେ ଏକ କମିଟି କରାଯାଇ ଏନେଇ ଆଲୋଚନା କରାଯିବ। ସେଥିରେ ଯେଉଁ ନିଷ୍ପତ୍ତି ହେବ ତାକୁ ମୁଖ୍ୟ ପ୍ରଶାସକଙ୍କୁ ଜଣାଯିବ। ତା’ପରେ ଯାଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ମହାପ୍ରସାଦ ଭଲ ଘିଅ ଓମ୍‌ଫେଡରେ ପ୍ରସ୍ତୁତ କରାଯିବା ନେଇ ଆଲୋଚନା କରାଯାଇଛି। ଅପରପକ୍ଷରେ ଭକ୍ତମାନେ ଭଲ ପାଣି ପାଇପାରୁ ନାହାନ୍ତି, ତେଣୁ ଭକ୍ତମାନଙ୍କ ସୁବିଧା ପାଇଁ ଭଲ ପାନୀୟ ଜଳର ବ୍ୟବସ୍ଥା କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ସେହିପରି ଆନନ୍ଦବଜାର ସୈାନ୍ଦର୍ଯ୍ୟକରଣ ପାଇଁ ସେଡ୍‌ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଛି। ଜରି ପାଲଗୁଡ଼ିକ କଢ଼ାଯାଇ ସେଡ୍‌ର ବ୍ୟବସ୍ଥା କରାଯିବ। ଭକ୍ତମାନେ ଯେପରି ଭଲ ଭାବରେ ମହାପ୍ରସାଦ ପାଇବା ସହ ଖାଇପାରିବେ ଏବଂ ଏଥିରେ ଭକ୍ତମାନଙ୍କୁ ସହଯୋଗ ପାଇଁ ୬ ଜଣଙ୍କ ନିଯୁକ୍ତି କରାଯିବା ଉପରେ ଆଲୋଚନା କରାଯାଇଛି। ତେବେ ମହାପ୍ରସାଦ ଦର ଚାର୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ କି ବୈଠକରେ ଏସମ୍ପର୍କରେ କୌଣସି ଆଲୋଚନା କରାଯାଇ ନ ଥିବା ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି। ସେହିପରି ନିଯୋଗର ସଭାପତି ପଦ୍ମନାଭ ମହାସୁଆର ମହାପ୍ରସାଦ ଦର ତାଲିକା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବୈଠକରେ ମହାପ୍ରସାଦ ରେଟ୍‌ ଚାଟ୍‌ ସମ୍ପର୍କରେ ସେପରି କୋଣସି ଆଲୋଚନା କରାଯାଇ ନାହିଁ କି ନିଷ୍ପତ୍ତି ହୋଇନାହିଁ। ତେବେ କିଛି ଦିନ ପୂର୍ବରୁ ନିଯୋଗର କିଛି ସଦସ୍ୟ ବସି ମହାପ୍ରସାଦ ରେଟ ସମ୍ପର୍କରେ ଆଲୋଚନା କରିଥିବା ସମ୍ପର୍କରେ ଗଣମାଧ୍ୟମରେ ଯେଉଁ ତଥ୍ୟ ପ୍ରକାଶ ପାଇଥିଲା ସେସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ତେବେ ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରାଯିବା ପରେ ଯାହା ନିଷ୍ପତ୍ତି ନିଆଯିବ।

ସେହିପରି ସ୍ବତ୍ତ୍ୱଲିପି ଅନୁଯାୟୀ କେବଳ ସୁଆର ମହାସୁଆର ସେବାୟତମାନେ ମହାପ୍ରସାଦ ବିକ୍ରି କରିବେ।ଅଣସେବାୟତମାନଙ୍କୁ କଢ଼ାଯାଇଛି। ଆନନ୍ଦ ବଜାରରେ ସେଡ ନିର୍ମାଣ ପାଇଁ ଆଲୋଚନା କରାଯାଇଛି। ଲୋକମାନେ ଯେପରି ବସି ମହାପ୍ରସାଦ ସେବନ କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ସିସିଟିଭି କ୍ୟାମେରା ଲଗାଯିବ। ଶ୍ରୀମନ୍ଦିର ପରିସରରେ ଭକ୍ତଙ୍କ ଗହଳି ହେଉଥିବାରୁ ବାଇଶି ପାହାଚ ପଟେ ଆନନ୍ଦବଜାରକୁ ଥିବା ଦ୍ୱାରକୁ ପ୍ରଥମ ଭୋଗ ମଣ୍ଡପ ଏବଂ ଦ୍ୱିତୀୟ ଭୋଗ ମଣ୍ଡପ ସମୟରେ ୧ ଘଣ୍ଟା ଖୋଲିବା ନେଇ ପ୍ରସ୍ତାବ ଦିଆଯାଇଛି। ସେହିପରି ସ୍ବଚ୍ଛତା, ପାନୀୟ ଜଳ ବ୍ୟବସ୍ଥା ସହ ଭକ୍ତଙ୍କ ପାଇଁ ବିଭିନ୍ନ ସୁବିଧା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିବା ପଦ୍ମନାଭ ମହାସୁଆର କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନୀତି ପ୍ରଶାସନ ଜିତେନ୍ଦ୍ର ସାହୁ, ପରିଚାଳନା କମିଟି ସଦସ୍ୟଙ୍କ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?