Posted inଫୁରସତ

କୁକୁରକୁ ବାଘ ଭଳି ରଙ୍ଗ ଲଗାଇ ରାସ୍ତାକୁ ଛାଡ଼ିଥିଲେ: ଏବେ ଅଭିଯୁକ୍ତକୁ ଧରିବାକୁ ହେଲା ପୁରସ୍କାର ଘୋଷଣା

ପଶୁପକ୍ଷୀମାନଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ଲୋକଲୋଚନକୁ ଆସିଛି। ସେଭଳି ଏକ ଘଟଣାକ୍ରମରେ ଏକ କୁକୁରକୁ କେହି ଦୁର୍ବୃତ୍ତ ବାଘ ଭଳି ରଙ୍ଗ କରି ରାସ୍ତାକୁ ଛାଡ଼ିଦେଇଥିଲେ। ମାଲେସିଆରେ ଏଭଳି ମାମଲା ନଜରକୁ ଆସିବା ପରେ ଜୀବ ସଂରକ୍ଷଣ ସହ ଜଡ଼ିତ କିଛି ସଂଗଠନ ଏହାକୁ ତୀବ୍ର ନିନ୍ଦା କରିଛି। ଏଥିସହ ଏପରି କରିଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଦାବି କରିଛି।

ମାଲେସିଆ ଆନିମଲ ଆସୋସିଏଶନ ପକ୍ଷରୁ କମଳା ଏବଂ କଳା ରଙ୍ଗ ଚିତ୍ରିତ କୁକୁରର ଫଟୋକୁ ଶେୟାର କରାଯାଇଛି। ଏପରି କରିବା ଜୀବ ସଂରକ୍ଷଣ ନିୟମର ଉଲ୍ଲଂଘନ। କୁକୁରର ମାଲିକ କିଏ ନଚେତ ଏପରି କିଏ କରିଛି ତାହା ଜାଣିବାରେ ସାହାଯ୍ୟ କରନ୍ତୁ ବୋଲି ସଂଗଠନର ପ୍ରବକ୍ତା ନିଜର ଫେସବୁକ୍‌ ପୃଷ୍ଠାରେ ଲେଖିଛନ୍ତି। ଏନେଇ ଖବର ଦେବା ଲୋକଙ୍କୁ ପୁରସ୍କାର ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ ସ୍ଥାନୀୟ ପ୍ରଶାସନ ମଧ୍ୟ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଛି। ଏହାକୁ ମଧ୍ୟ ନିନ୍ଦା କରାଯାଉଛି। କୃତ୍ରିମ ରଙ୍ଗ ଲଗାଇବା ଦ୍ୱାରା ସେମାନଙ୍କ ତ୍ୱଚା, ଆଖି ଖରାପ ହେବା ସହ ବିଭିନ୍ନ ପ୍ରକାର ରୋଗ ହୋଇପାରେ ବୋଲି ଲୋକେ କହୁଛନ୍ତି।

ପୂର୍ବରୁ କର୍ନାଟକର ଶିବମୋଗାରେ ଜଣେ କୃଷକ ନିଜ କୁକୁରକୁ ବାଘ ଭଳି ରଙ୍ଗ ଲଗାଇଥିବା ଚର୍ଚ୍ଚାରେ ଆସିଥିଲା। ମାଙ୍କଡ଼ମାନେ ଫସଲ ନଷ୍ଟ କରିବାକୁ ନେଇ ସେ ଏଭଳି ଉପାୟ ଆପଣାଇଛନ୍ତି ବୋଲି କହିଥିଲେ। ଏପରି କରିବା ଦ୍ୱାରା ସେମାନେ ଫସଲ ଖାଇବାକୁ ଆସୁନଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?