ପାହାଡ଼ ଉପରେ ଷ୍ଟ୍ରବେରୀ ଚାଷ

ପାରଳାଖେମୁଣ୍ଡି, ୧୫।୩ (ଡି.ଏନ୍‌.ଏ): ଚାଷକାର୍ଯ୍ୟକୁ ଆପଣେଇ ସ୍ବାବଲମ୍ବୀ ହୋଇପାରିଛନ୍ତି ଗଜପତି ଜିଲା ମୋହନ ବ୍ଲକ ବେଲପଡ଼ା ଗ୍ରାମର ଏକ ଚାଷୀ ଦମ୍ପତି। ଷ୍ଟ୍ରବେରୀ ଚାଷ କରି ଜିଲାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ପାହାଡ଼ରେ ପରିଶ୍ରମ କରି ଫଳାଇ ପାରିଛନ୍ତି ଷ୍ଟ୍ରବେରୀ ଆଉ ଥାଇଲାଣ୍ଡ ବରକୋଳି ଭଳି ମୂଲ୍ୟବାନ ଫଳ ସାଙ୍ଗକୁ ଅନେକ ପ୍ରକାରର ଫୁଲ ଆଉ ପନିପରିବା। ଏହାକୁ ବିକ୍ରି କରି ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି। ପଥୁରିଆ ପାହାଡ଼ ଉପରେ ଥାକ ଥାକ କରି କଳା ପଲିଥିନରେ ଧାଡ଼ି ଧାଡ଼ି କରି ଲଗାଇଛନ୍ତି ଷ୍ଟ୍ରବେରୀ ଗଛ । ଏହି ଦମ୍ପତି ହେଉଛନ୍ତି ମୋହନା ବ୍ଲକ ବେଲପଡା ଗାଁର ରମେଶ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସବିତା ମଲ୍ଲିକ। ରାତି ପାହିଲେ ଏମାନେ ଲାଗି ପଡନ୍ତି କୃଷି କାର୍ଯ୍ୟରେ। ରମେଶ କୁହନ୍ତି, ସେ ୟୁଟ୍ୟୁବ ଦେଖି ଏହି ଚାଷ ଶିଖିଛନ୍ତି । ସାଙ୍ଗ ସାଥି ସହ ଯୋଗାଯୋଗ କରି ହିମାଚଳ ପ୍ରଦେଶରୁ ଚାରା ଆଣି ବର୍ତ୍ତମାନ ଏକ ହଜାର ଚାରା ରୋପଣ କରିଛନ୍ତି। ଷ୍ଟ୍ରବେରୀ ଏବେ ପ୍ରଥମ କରି ଅମଳ ହେଉଥିବାରୁ କିଲୋ ୨ ଶହରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ଦିନକୁ ଦୁଇରୁ ତିନି କେଜି ପର୍ଯ୍ୟନ୍ତ ବିକ୍ରି କରୁଥିବା ବେଳେ କାମରେ ସ୍ତ୍ରୀ ସବିତା ବହୁତ ସହଯୋଗ କରୁଥିବା କହିଛନ୍ତି। ସବିତା ସ୍ବାମୀଙ୍କ ଏଭଳି ଚାଷ ଦେଖି ବେଶ ଖୁସି ଥିବା ସହ ଅନ୍ୟମାନେ ମଧ୍ୟ ଏଭଳି ଚାଷ କରି ଲାଭବାନ ହୁଅନ୍ତୁ ବୋଲି କହିଛନ୍ତି। ରମେଶ ଜିଲାରେ ପ୍ରଥମ କରି ପାହାଡ଼ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ କରି ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କେବଳ ଷ୍ଟ୍ରବେରୀ ଚାଷରେ ସୀମିତ ନୁହନ୍ତି, ପ୍ରାୟ ତିନି ଏକର ପାହାଡ଼ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଥାଇଲାଣ୍ଡ ବେରି ବା ବରକୋଳି ଚାଷ କରି ବେଶ ଲାଭବାନ ହେଉଥିବା ବେଳେ ବଗିଚାରେ ରକ୍ତ ଚନ୍ଦନ, ଫୁଲ ଛାଞ୍ଚୁଣୀ, ତେଜପତ୍ର, ବିଭିନ୍ନ ପ୍ରଜାତିର ଆମ୍ବ, ଧନିଆ ଲଙ୍କା, ହଳଦୀ, ପଣସ, ମନ୍ଦାରଫୁଲ, ବେଲ ସହ ବିଭିନ୍ନ ପ୍ରକାରର ଫୁଲଚାଷ ମଧ୍ୟ କରିଛନ୍ତି। କୁଣ୍ଡରେ ପାଣି ଗଛିତ ରଖି ମୋଟର ସାହାଯ୍ୟରେ ପାଇପ ଦ୍ୱାରା ଜଳସେଚନ କରୁଛନ୍ତି । ବାପା ସଞ୍ଜୟ ମଲ୍ଲିକ ମଧ୍ୟ ଜଣେ ଛୋଟିଆ ପନିପରିବା ଚାଷୀ, ପୁଅର ଏଭଳି ଚାଷ ଦେଖି ବେଶ ଖୁସିଥିବା କହିଛନ୍ତି । ଏସବୁ ଖର୍ଚ୍ଚ ନିଜେ ନିଜର ପ୍ରଚେଷ୍ଟାରେ କରିଥିବା ବେଳେ ସରକାର ସହାୟତା ମିଳିଲେ ଆହୁରି ଆଗକୁ ଯାଇପାରନ୍ତେ ବୋଲି ଆଶାରଖି ସରକାର କିଛି ସହଯୋଗ କରନ୍ତୁ ବୋଲି ରମେଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri