ପାହାଡ଼ ଉପରେ ଷ୍ଟ୍ରବେରୀ ଚାଷ

ପାରଳାଖେମୁଣ୍ଡି, ୧୫।୩ (ଡି.ଏନ୍‌.ଏ): ଚାଷକାର୍ଯ୍ୟକୁ ଆପଣେଇ ସ୍ବାବଲମ୍ବୀ ହୋଇପାରିଛନ୍ତି ଗଜପତି ଜିଲା ମୋହନ ବ୍ଲକ ବେଲପଡ଼ା ଗ୍ରାମର ଏକ ଚାଷୀ ଦମ୍ପତି। ଷ୍ଟ୍ରବେରୀ ଚାଷ କରି ଜିଲାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ପାହାଡ଼ରେ ପରିଶ୍ରମ କରି ଫଳାଇ ପାରିଛନ୍ତି ଷ୍ଟ୍ରବେରୀ ଆଉ ଥାଇଲାଣ୍ଡ ବରକୋଳି ଭଳି ମୂଲ୍ୟବାନ ଫଳ ସାଙ୍ଗକୁ ଅନେକ ପ୍ରକାରର ଫୁଲ ଆଉ ପନିପରିବା। ଏହାକୁ ବିକ୍ରି କରି ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି। ପଥୁରିଆ ପାହାଡ଼ ଉପରେ ଥାକ ଥାକ କରି କଳା ପଲିଥିନରେ ଧାଡ଼ି ଧାଡ଼ି କରି ଲଗାଇଛନ୍ତି ଷ୍ଟ୍ରବେରୀ ଗଛ । ଏହି ଦମ୍ପତି ହେଉଛନ୍ତି ମୋହନା ବ୍ଲକ ବେଲପଡା ଗାଁର ରମେଶ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସବିତା ମଲ୍ଲିକ। ରାତି ପାହିଲେ ଏମାନେ ଲାଗି ପଡନ୍ତି କୃଷି କାର୍ଯ୍ୟରେ। ରମେଶ କୁହନ୍ତି, ସେ ୟୁଟ୍ୟୁବ ଦେଖି ଏହି ଚାଷ ଶିଖିଛନ୍ତି । ସାଙ୍ଗ ସାଥି ସହ ଯୋଗାଯୋଗ କରି ହିମାଚଳ ପ୍ରଦେଶରୁ ଚାରା ଆଣି ବର୍ତ୍ତମାନ ଏକ ହଜାର ଚାରା ରୋପଣ କରିଛନ୍ତି। ଷ୍ଟ୍ରବେରୀ ଏବେ ପ୍ରଥମ କରି ଅମଳ ହେଉଥିବାରୁ କିଲୋ ୨ ଶହରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ଦିନକୁ ଦୁଇରୁ ତିନି କେଜି ପର୍ଯ୍ୟନ୍ତ ବିକ୍ରି କରୁଥିବା ବେଳେ କାମରେ ସ୍ତ୍ରୀ ସବିତା ବହୁତ ସହଯୋଗ କରୁଥିବା କହିଛନ୍ତି। ସବିତା ସ୍ବାମୀଙ୍କ ଏଭଳି ଚାଷ ଦେଖି ବେଶ ଖୁସି ଥିବା ସହ ଅନ୍ୟମାନେ ମଧ୍ୟ ଏଭଳି ଚାଷ କରି ଲାଭବାନ ହୁଅନ୍ତୁ ବୋଲି କହିଛନ୍ତି। ରମେଶ ଜିଲାରେ ପ୍ରଥମ କରି ପାହାଡ଼ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ କରି ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କେବଳ ଷ୍ଟ୍ରବେରୀ ଚାଷରେ ସୀମିତ ନୁହନ୍ତି, ପ୍ରାୟ ତିନି ଏକର ପାହାଡ଼ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଥାଇଲାଣ୍ଡ ବେରି ବା ବରକୋଳି ଚାଷ କରି ବେଶ ଲାଭବାନ ହେଉଥିବା ବେଳେ ବଗିଚାରେ ରକ୍ତ ଚନ୍ଦନ, ଫୁଲ ଛାଞ୍ଚୁଣୀ, ତେଜପତ୍ର, ବିଭିନ୍ନ ପ୍ରଜାତିର ଆମ୍ବ, ଧନିଆ ଲଙ୍କା, ହଳଦୀ, ପଣସ, ମନ୍ଦାରଫୁଲ, ବେଲ ସହ ବିଭିନ୍ନ ପ୍ରକାରର ଫୁଲଚାଷ ମଧ୍ୟ କରିଛନ୍ତି। କୁଣ୍ଡରେ ପାଣି ଗଛିତ ରଖି ମୋଟର ସାହାଯ୍ୟରେ ପାଇପ ଦ୍ୱାରା ଜଳସେଚନ କରୁଛନ୍ତି । ବାପା ସଞ୍ଜୟ ମଲ୍ଲିକ ମଧ୍ୟ ଜଣେ ଛୋଟିଆ ପନିପରିବା ଚାଷୀ, ପୁଅର ଏଭଳି ଚାଷ ଦେଖି ବେଶ ଖୁସିଥିବା କହିଛନ୍ତି । ଏସବୁ ଖର୍ଚ୍ଚ ନିଜେ ନିଜର ପ୍ରଚେଷ୍ଟାରେ କରିଥିବା ବେଳେ ସରକାର ସହାୟତା ମିଳିଲେ ଆହୁରି ଆଗକୁ ଯାଇପାରନ୍ତେ ବୋଲି ଆଶାରଖି ସରକାର କିଛି ସହଯୋଗ କରନ୍ତୁ ବୋଲି ରମେଶ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?