କନ୍ଧମାଳରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ

ଫୁଲବାଣୀ ଅଫିସ, ୨୭ା୧୧: କନ୍ଧମାଳ ଜିଲାରେ ଅଧିକ ଥଣ୍ଡା ପଡିବା ଏବଂ ଚାଷ ପାଇଁ ଉପଯୁକ୍ତ ତାପମାତ୍ରା ରହୁଥିବାରୁ ପ୍ରଥମଥର ପାଇଁ ପାଇଲଟିଂ ପ୍ରୋଜେକ୍ଟରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି । ଷ୍ଟ୍ରବେରୀ ଚାଷ ସାଧାରଣତଃ ୧୫ରୁ ୨୫ ଡିଗ୍ରୀ ତାପମାତ୍ରା ରହୁଥିବା ପରିବେଶରେ ହୋଇଥାଏ । ଜିଲାର ୬ଟି ବ୍ଲକର ୭ଟି ସ୍ଥାନରେ ପର୍ଯ୍ୟାୟକ୍ରମେ ଏହି ଚାଷ କରାଯିବାକୁ ସ୍ଥିର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩ଟି ବ୍ଲକରେ ଚାରାରୋପଣ କରାଯାଇଛି। ଆଉ ୩ଟି ବ୍ଲକରେ ଷ୍ଟ୍ରବେରୀ ଚାଷ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ସପ୍ତାହରେ ଚାରାରୋପଣ କରାଯିବ ।

ଜିଲାରେ କିଛି ନୂଆ ଚାଷ କରିବା ଲାଗି ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଉଦ୍ୟାନ କୃଷି ବିଭାଗ ସହ ଆଲୋଚନା କରିଥିଲୋ ଏହାପରେ ଷ୍ଟ୍ରବେରୀ ଚାଷ ପାଇଁ ସ୍ଥିର ହୋଇଥିଲା । ଉଦ୍ୟାନ କୃଷି, ଜୀବୀକା ମିଶନ ଏବଂ ଜଳ ବିଭାଜୀକା ବିଭାଗର ମିଳିତ ଉଦ୍ୟମରେ କାମ ଆରମ୍ଭ ହେଲା । ବ୍ୟକ୍ତିଗତ ଭାବେ ନୁହେଁ, ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗୋଷ୍ଠୀଗତ ଭାବେ ଚାଷ କରିବା ଲାଗି ପ୍ରୋତ୍ସାହିତ କରାଗଲା । ପ୍ରଥମେ ରାଇକିଆ ବ୍ଲକର ମାଣିକେଶ୍ୱର, ବାଲିଗୁଡା ବ୍ଲକର ବାଟାଗୁଡା ଏବଂ ଦାରିଙ୍ଗିବାଡିର କଫି ବଗିଚା ପୂର୍ବରୁ ଜମି ଲିଜ୍‌ରେ ନିଆଯାଇ ଷ୍ଟ୍ରବେରୀ ଚାଷ କରାଯାଇଛି । ଗୋଟିଏ ପ୍ୟାଚରେ ୨ ଏକର ପରିମିତ ସ୍ଥାନରେ ୨୦ ହଜାର ଚାରାରୋପଣ କରାଯାଇଛିା ଟେଣ୍ଡର କରାଯାଇ ସମସ୍ତ ଚାରା ଟିସୁ କଲଚ୍‌ର(ବୈଜ୍ଞାନିକ ପଦ୍ଧତିରେ ଚାରା ପ୍ରସ୍ତୁତ) ମାଧ୍ୟମରେ ପୁନେରୁ ଅଣାଯାଇଛିା ଆସନ୍ତା ସପ୍ତାହରେ ଫୁଲବାଣୀ ବ୍ଲକ ମିଣିଆର ଜାରକିପଡା, ତୁଡିପାଜୁ, ଫିରିଙ୍ଗିଆ ବ୍ଲକର ରତଙ୍ଗ, ଚକାପାଦ ବ୍ଲକର ଶଙ୍କରାଖୋଲରେ ଚାରାରୋପଣ କରାଯିବ ।

ଜଳ ବିଭାଜିକା ବିଭାଗ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଜମିର ଉନ୍ନତୀକରଣ କରାଯିବା ସହ ହିତାଧିକାରୀଙ୍କୁ କାମ ଯୋଗାଇ ଦିଆଯାଉଛି । ଯେଉଁ ଗୋଷ୍ଠୀ ଦ୍ୱାରା ଚାଷ କରାଯାଉଛି, ତାହାର ସଦସ୍ୟମାନେ ଚାହିଁଲେ ସେମାନଙ୍କୁ ମଧ୍ୟ କାମ ଦିଆଯିବ। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବୁନ୍ଦା ଜଳସେଚନ ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି । ଓଡିଶା ଜୀବୀକା ମିଶନ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ଏହି ଚାଷ ପାଇଁ ପ୍ରଦାନ କରାଯାଉଛି । ଜିଲାର ୭ଟି ସ୍ଥାନରେ ୧୪ ଏକର ଜମିରେ ଷ୍ଟ୍ରବେରୀ ଚାଷ ହେବ। ପ୍ରତି ୨ ଏକର(ଗୋଟିଏ ପ୍ୟାଚ)କୁ ୫ ଲକ୍ଷ ହିସାବରେ ୩୫ ଲକ୍ଷ ଟଙ୍କା ଜିପିଏଲଏଫ୍‌(ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନ)କୁ ପ୍ରଦାନ କରାଯାଇଛି। ପ୍ରଥମ କରି ଜିଲାରେ ଷ୍ଟ୍ରବେରୀ ଚାଷ ହେଉଥିବାରୁ ଖୁବ୍‌ ଆଶାବାଦୀ ଅଛୁ । ୩ ମାସ ପରେ ଗଛରେ ଫଳ ଆସିବ । ଯଦି ଭଲ ଉପତ୍ାଦନ ହେଲା ତାହାଲେ ଆଗାମୀ ଦିନରେ ଏଥିପ୍ରତି ଅଧିକ ଦୃଷ୍ଟି ଦିଆଯିବ ବୋଲି ଜୀବୀକା ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ସନ୍ତୋଷ
କୁମାର ରଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri