କନ୍ଧମାଳରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ

ଫୁଲବାଣୀ ଅଫିସ, ୨୭ା୧୧: କନ୍ଧମାଳ ଜିଲାରେ ଅଧିକ ଥଣ୍ଡା ପଡିବା ଏବଂ ଚାଷ ପାଇଁ ଉପଯୁକ୍ତ ତାପମାତ୍ରା ରହୁଥିବାରୁ ପ୍ରଥମଥର ପାଇଁ ପାଇଲଟିଂ ପ୍ରୋଜେକ୍ଟରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି । ଷ୍ଟ୍ରବେରୀ ଚାଷ ସାଧାରଣତଃ ୧୫ରୁ ୨୫ ଡିଗ୍ରୀ ତାପମାତ୍ରା ରହୁଥିବା ପରିବେଶରେ ହୋଇଥାଏ । ଜିଲାର ୬ଟି ବ୍ଲକର ୭ଟି ସ୍ଥାନରେ ପର୍ଯ୍ୟାୟକ୍ରମେ ଏହି ଚାଷ କରାଯିବାକୁ ସ୍ଥିର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩ଟି ବ୍ଲକରେ ଚାରାରୋପଣ କରାଯାଇଛି। ଆଉ ୩ଟି ବ୍ଲକରେ ଷ୍ଟ୍ରବେରୀ ଚାଷ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ସପ୍ତାହରେ ଚାରାରୋପଣ କରାଯିବ ।

ଜିଲାରେ କିଛି ନୂଆ ଚାଷ କରିବା ଲାଗି ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଉଦ୍ୟାନ କୃଷି ବିଭାଗ ସହ ଆଲୋଚନା କରିଥିଲୋ ଏହାପରେ ଷ୍ଟ୍ରବେରୀ ଚାଷ ପାଇଁ ସ୍ଥିର ହୋଇଥିଲା । ଉଦ୍ୟାନ କୃଷି, ଜୀବୀକା ମିଶନ ଏବଂ ଜଳ ବିଭାଜୀକା ବିଭାଗର ମିଳିତ ଉଦ୍ୟମରେ କାମ ଆରମ୍ଭ ହେଲା । ବ୍ୟକ୍ତିଗତ ଭାବେ ନୁହେଁ, ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗୋଷ୍ଠୀଗତ ଭାବେ ଚାଷ କରିବା ଲାଗି ପ୍ରୋତ୍ସାହିତ କରାଗଲା । ପ୍ରଥମେ ରାଇକିଆ ବ୍ଲକର ମାଣିକେଶ୍ୱର, ବାଲିଗୁଡା ବ୍ଲକର ବାଟାଗୁଡା ଏବଂ ଦାରିଙ୍ଗିବାଡିର କଫି ବଗିଚା ପୂର୍ବରୁ ଜମି ଲିଜ୍‌ରେ ନିଆଯାଇ ଷ୍ଟ୍ରବେରୀ ଚାଷ କରାଯାଇଛି । ଗୋଟିଏ ପ୍ୟାଚରେ ୨ ଏକର ପରିମିତ ସ୍ଥାନରେ ୨୦ ହଜାର ଚାରାରୋପଣ କରାଯାଇଛିା ଟେଣ୍ଡର କରାଯାଇ ସମସ୍ତ ଚାରା ଟିସୁ କଲଚ୍‌ର(ବୈଜ୍ଞାନିକ ପଦ୍ଧତିରେ ଚାରା ପ୍ରସ୍ତୁତ) ମାଧ୍ୟମରେ ପୁନେରୁ ଅଣାଯାଇଛିା ଆସନ୍ତା ସପ୍ତାହରେ ଫୁଲବାଣୀ ବ୍ଲକ ମିଣିଆର ଜାରକିପଡା, ତୁଡିପାଜୁ, ଫିରିଙ୍ଗିଆ ବ୍ଲକର ରତଙ୍ଗ, ଚକାପାଦ ବ୍ଲକର ଶଙ୍କରାଖୋଲରେ ଚାରାରୋପଣ କରାଯିବ ।

ଜଳ ବିଭାଜିକା ବିଭାଗ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଜମିର ଉନ୍ନତୀକରଣ କରାଯିବା ସହ ହିତାଧିକାରୀଙ୍କୁ କାମ ଯୋଗାଇ ଦିଆଯାଉଛି । ଯେଉଁ ଗୋଷ୍ଠୀ ଦ୍ୱାରା ଚାଷ କରାଯାଉଛି, ତାହାର ସଦସ୍ୟମାନେ ଚାହିଁଲେ ସେମାନଙ୍କୁ ମଧ୍ୟ କାମ ଦିଆଯିବ। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବୁନ୍ଦା ଜଳସେଚନ ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି । ଓଡିଶା ଜୀବୀକା ମିଶନ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ଏହି ଚାଷ ପାଇଁ ପ୍ରଦାନ କରାଯାଉଛି । ଜିଲାର ୭ଟି ସ୍ଥାନରେ ୧୪ ଏକର ଜମିରେ ଷ୍ଟ୍ରବେରୀ ଚାଷ ହେବ। ପ୍ରତି ୨ ଏକର(ଗୋଟିଏ ପ୍ୟାଚ)କୁ ୫ ଲକ୍ଷ ହିସାବରେ ୩୫ ଲକ୍ଷ ଟଙ୍କା ଜିପିଏଲଏଫ୍‌(ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନ)କୁ ପ୍ରଦାନ କରାଯାଇଛି। ପ୍ରଥମ କରି ଜିଲାରେ ଷ୍ଟ୍ରବେରୀ ଚାଷ ହେଉଥିବାରୁ ଖୁବ୍‌ ଆଶାବାଦୀ ଅଛୁ । ୩ ମାସ ପରେ ଗଛରେ ଫଳ ଆସିବ । ଯଦି ଭଲ ଉପତ୍ାଦନ ହେଲା ତାହାଲେ ଆଗାମୀ ଦିନରେ ଏଥିପ୍ରତି ଅଧିକ ଦୃଷ୍ଟି ଦିଆଯିବ ବୋଲି ଜୀବୀକା ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ସନ୍ତୋଷ
କୁମାର ରଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?