ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଆଠମଲ୍ଲିକରେ ରାଜନୈତିକ ଅଙ୍କକଷା ଜାରି ରହିଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନା ସହ ଏଥର ଦିମୁଖୀ ନା ତ୍ରିମୁଖୀ ଲଢ଼େଇ ହେବ, ତାହାକୁ ନେଇ ଦଳୀୟ କର୍ମୀ ବିଭିନ୍ନ ଆକଳନ କରୁଛନ୍ତି। ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଗଣମାଧ୍ୟମରେ ଦୈନିକ ନୂଆ ନୂଆ ଖବର ଆସୁଥିବାରୁ ଏହା ଉଭୟ ଦଳର କର୍ମୀଙ୍କୁ ଅଧିକ ଦ୍ୱନ୍ଦ୍ୱରେ ପକାଉଛି।

ଏହି ପ୍ରମୁଖ ଦଳଗୁଡ଼ିକର ଛାମୁଆ ନେତାମାନେ ଅତ୍ୟନ୍ତ ମାପିଚୁପି ମନ୍ତବ୍ୟ ରଖିବା ସହ ନିଜ ନିଜର ସଙ୍ଗଠନକୁ ମଜଭୁତ କରିବା ଉପରେ ଜୋର୍‌ ଦେଉଛନ୍ତି। ତେବେ ରାଜନୀତିରେ ରୁଚି ରଖୁଥିବା ଲୋକେ ମେଣ୍ଟକୁ ନେଇ ଭିନ୍ନ ଭିନ୍ନ ମତପୋଷଣ କରିବା ସହିତ ମେଣ୍ଟ କାହିଁକି ଓ ମେଣ୍ଟ ଦଳ କାହା ସହିତ ଲଢ଼େଇ କରିବେ ବୋଲି ପ୍ରଶ୍ନ କରୁଥିବା ଦେଖାଯାଉଛି। ସେହିପରି ମେଣ୍ଟ ହେଲେ ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ କାହା ଭାଗରେ ପଡ଼ିବ ଓ ଉକ୍ତ ଦଳ କାହାକୁ ପ୍ରାର୍ଥୀ କରିବ ଏବଂ କଂଗ୍ରେସରୁ ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ରୀତିମତ ବିଚାରବିମର୍ଶ ଚାଲିଛି। ଆଗାମୀ ଦିନର ରାଜନୈତିକ ସମୀକରଣ ଦେଖିବା ପରେ ଦଳଗୁଡ଼ିକ ନିଜସ୍ବ ରଣନୀତି କରିପାରନ୍ତି ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି।

ମେଣ୍ଟକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଲାଗି ରହିଥିବାବେଳେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ସାଏ ଓ ପୂର୍ବତନ ପୂର୍ତ୍ତ ସଚିବ ତଥା ବିରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ସମାବେଶ ଉପରେ ଜୋର୍‌ ଦେଉଛନ୍ତି। ସେହିପରି ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ ଅନ୍ୟ ଦଳର ନେତା ଓ କର୍ମୀଙ୍କୁ ଦଳରେ ସାମିଲକରି ଶକ୍ତି ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି। କଂଗେସରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପଛୁଆବର୍ଗ ସେଲ୍‌ ରାଜ୍ୟ ସଭାପତି ବିଜୟାନନ୍ଦ ଚାଉଳିଆ ପଞ୍ଚାୟତସ୍ତରୀୟ ନେତା ଓ କର୍ମୀଙ୍କୁ ଭେଟି ନିର୍ବାଚନ ସମ୍ପର୍କିତ ଆଲୋଚନା କରୁଥିବା ଦେଖାଯାଉଛି। ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଚଳିତ ନିର୍ବାଚନକୁ ବେଶ୍‌ ଗୁରୁତ୍ୱ ଦେଇ ସ୍ଥାନୀୟ ପ୍ରାର୍ଥୀ ଓ ରଣନୀତି ସମ୍ପର୍କିତ ଆଲୋଚନା ପାଇଁ ଆଞ୍ଚଳିକସ୍ତରରେ ନେତାମାନଙ୍କ ସହ ବୈଠକ ପରେ ବୈଠକ କରୁଥିବା ଦେଖିବାକୁ ମିଳୁଛି। ସେହିପରି ୨୦୦୦ ମସିହାରୁ କ୍ଷମତାରୁ ଦୂରରେ ରହିଥିବା କଂଗ୍ରେସ ଦଳ ବିଜେଡି ଓ ଭାଜପା ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ହେଉଥିବା ଚର୍ଚ୍ଚାର ଅନ୍ତିମ ଦୃଶ୍ୟଯାଏ ଅପେକ୍ଷା କରି ରହିଥିବା ବେଳେ ବିଜେଡି ଓ ଭାଜପା ସମର୍ଥକମାନେ ମଧ୍ୟ ମେଣ୍ଟ ହେବ ନା ନାହିଁ ତାହାର ସ୍ପଷ୍ଟତାକୁ ଅପେକ୍ଷା କରି ରହିଛନ୍ତି। ଯଦି ଚଳିତ ନିର୍ବାଚନରେ ନୂତନ ସମୀକରଣ ସୃଷ୍ଟି ହୁଏ, ତା’ହେଲେ କେତେଜଣ ଆଶାୟୀ ନେତାଙ୍କ ଶିବିର ପରିବର୍ତ୍ତନ ଭଳି ଘଟଣା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri