ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି ଭୁତାଣୁ ଜନିତ ରୋଗ ପାଇଁ ବିଜ୍ଞାନ ଯୁଗରେ ଅନେକ ପ୍ରକାର ପ୍ରତିଷେଧକ ଟିକାକରଣ ଦ୍ୱାରା ରୋଗ ଭଲ ହେଉଛି । ଅନେକ ସମୟରେ ଏହି ରୋଗ ଶରୀରକୁ ଗ୍ରାସ କରିପାରୁନାହିଁ କିନ୍ତୁ ଏହି ବିଜ୍ଞାନ ଯୁଗରେ ମଧ୍ୟ ସେହି ପାରମ୍ପରିକ ରୀତିନୀତି ଅନୁସାରେ ଏହି ଭୁତାଣୁ ଜନିତ ରୋଗ ନଆସିବା ପାଇଁ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳୁଛି। କାନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଅଞ୍ଚଳରେ କାହିଁ କେଉଁ ପୁରାତନ ଅମଳରୁ ରହି ଆସିଥିବା ଏହି ପରମ୍ପରାକୁ ଏବେ ମଧ୍ୟ ଗ୍ରାମବାସୀ ପାଳନ କରିଆସୁଛନ୍ତି । ପ୍ରତେକ ବର୍ଷ ଏହି ମାସର ଯେ କୌଣସି ମଙ୍ଗଳବାର ଦିନ ଏହି ପୂଜା କରାଯାଏ। ଗାଁର ଗୁଣିଆ ପୂଜାରୀଙ୍କ ଦ୍ୱାରା ଘଟ ଧରି ଘରଘର ବୁଲି ମା’ପାଟ୍ଟାଖଣ୍ଡା, ଗ୍ରାମଦେବତାଙ୍କୁ ସ୍ମରଣ କରି ଘଟକୁ ଘରର ଛପରକୁ ଛୁଆଁଇ କିଭଳି ଭୁତାଣୁ ଆସିବ ନାହିଁ , ସେନେଇ ମା’ଙ୍କୁ ପ୍ରାର୍ଥନା କରାଯିବା ସହ ଖରାପ ଶକ୍ତିକୁ ଗାଁରୁ ବାହାର କରାଯିବା ପାଇଁ ପଣା ହାଣ୍ଡି, କୁକୁଡ଼ା, ଛେଳି ଆଦିକୁ ଗାଁଠାରୁ ଦୂର ଘଞ୍ଚ ଜଙ୍ଗଲରେ ପୂଜାର୍ଚ୍ଚନା କରାଯାଇଥାଏ । ପରେ ଗାଁ ଲୋକ ଏକାଠି ହୋଇ ପ୍ରସାଦ ସେବନ କରି ଗୁଣିଆଙ୍କ ଦ୍ୱାରା ପବିତ୍ର ପୂଜା କରାଯାଇଥିବା ପାଣି ଛିଞ୍ଚନ ପରେ ଘରକୁ ଫେରୁଥିବା ନଜିର ରହିଛି। ବିଶ୍ୱାସ ରହିଛି ଏଭଳି ବଲାଣି ପୂଜା କରାଯିବା ଦ୍ୱାରା ଗାଁକୁ ଭୁତାଣୁ ଜନିତ କୌଣସି ରୋଗ ଆସି ନ ଥାଏ । ସିମନବାଡିରେ ଏହି ବଲାଣି ପୂଜା ପାଇଁ ସ୍ଥାନୀୟ ସମିତିସଭ୍ୟ ସାଧୁ ନାୟକଙ୍କ ନେତୃତ୍ୱରେ ରମା ଦେହୁରୀ, ଚିତ୍ତ ରଞ୍ଜନ ନାୟକ,ନାଥ ମାଝୀ, ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣିଙ୍କ ସମେତ ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?