ପ୍ରଶାସନର ବିଚିତ୍ର ନୀତି: ପ୍ରଧାନମନ୍ତ୍ରୀ ଆବାସ ଘର ସମ୍ପୂର୍ଣ୍ଣ ନ କରିବାରୁ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା,ପିଡିଏସ ବନ୍ଦ

ଲୋଇସିଂହା,୯।୧(ସୁଶାନ୍ତ ବାରିକ): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଚାୟତରୁ ପିଡିଏସ ନେବାକୁ ହେଲେ ହିତାଧିକାରୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଆଖି କିମ୍ବା ଆଙ୍ଗୁଠି ସ୍କାନିଂ ନିଆଯାଇଥାଏ। କିନ୍ତୁ ଆଗଲପୁର ବ୍ଲକର କେତେକ ପଞ୍ଚାୟତରେ ଯୋଗାଣ ନିରୀକ୍ଷକମାନେ କିଛି ହିତାଧିକାରୀଙ୍କ ଆଖି କିମ୍ବା ଆଙ୍ଗୁଠି ସ୍କାନିଂ ସଫଳ ହେବା ସତ୍ତ୍ୱେ ସେମାନଙ୍କୁ ମାସମାସ ଧରି ପିଡିଏସ ଦିଆଯାଉନାହିଁ। କୁଆଡେ ସେମାନେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପାଇଁ ବର୍ଷବର୍ଷ ହେଲା ଘର ଅଧାପନ୍ତରିଆ କରିଥିବାରୁ ଆଗଲପୁର ବ୍ଲକ ପ୍ରଶାସନ ପକ୍ଷରୁ ଏପରି କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଯାହାଫଳରେ ରୋଗଗ୍ରସ୍ତ ଓ ଦାଦାନ ପରିବାର ସଦସ୍ୟ ପିଡିଏସ ନ ପାଇ ଅର୍ଦ୍ଧାହାରରେ ଦିନ କାଟୁଛନ୍ତି। ଏପରି ଅଭିଯୋଗ ପାଇଁ ଜିଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଜିଲାପାଳ ଓ ଜିଲାକାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ବ୍ଲକ ପ୍ରଶାସନର ଏପରି ଆଭିମୁଖ୍ୟକୁ କଡା ଭାଷାରେ ଭସର୍ତ୍ନା କରି ଉଦବେଗ ପ୍ରକାଶ କରିଛନ୍ତି। ଏହି ଘଟଣାର ତଦନ୍ତ କରି ହିତାଧିକାରୀଙ୍କୁ ପିଡିଏସ ବଣ୍ଟନ କରିବା ସହ ମନମାନୀ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପରିଷଦ ଅଧ୍ୟକ୍ଷା ଜିଲାପାଳଙ୍କୁ ନିବେଦନ କରିଛନ୍ତି।
ମିଳିଥିବା ଅଭିଯୋଗ ଅନୁଯାୟୀ, ଆଗଲପୁର ବ୍ଲକ ନଅଗାଁ(କ) ପଞ୍ଚାୟତର କବିତା ଛତର, ମଲ୍ଲୀଫୁଲ ସାହୁ, ଟଙ୍କଧର ସାହୁ, ସୁମୁଖୀ ସାହୁ, ରମା ସାହୁ, ବୀରେନ୍ଦ୍ର ସାହୁ, ସସ୍ମିତା ଗଡତ୍ୟା ସଂଯୁକ୍ତ, ରାଉତକନକ ଦଣ୍ଡସେନା, ରୋହିତ ଭୋଇ ପ୍ରମୁଖଙ୍କ ଗତ ୩ ମାସର ହେଲା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପିଡିଏସ ପାଇବା ପାଇଁ ପଞ୍ଚାୟତରେ ପିଏସଓଅଥନିକେସନ ସଫଳ ହୋଇଛି ା କିନ୍ତୁ ସେମାନଙ୍କୁ ପିଡିଏସ ଦିଆଯାଇନାହିଁ ବୋଲି ୮ ଜାନୁଆରୀରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଭାବେ ସେହିପରି ଭାବେ ବୁଦଲା ପଞ୍ଚାୟତର ଗୋପାଳ ସାହୁ, ଅମ୍ରିତା ସେଠ, କଇଁରୁ ବିଶ୍ୱାଳ, ଜଗଦାନନନ୍ଦ ପଧାନ ବାବୁଫାସଡ ଗ୍ରାମର ବନିତା ପଧାନ,ବନମାଳୀ କୁମ୍ଭାର। ସେହିପରି ଭାବେ ବନିତା ତ୍ରିପାଠୀ, ବନମାଳୀ କୁମ୍ଭାର କହିଛନ୍ତି ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିଛି। ସମସ୍ୟାରେ ପଡିବାରୁ ଘର ସମ୍ପୂର୍ଣ୍ଣ ପରିପାରିନାହିଁ। କିନ୍ତୁ ଘର ସାରି ନ ଥିବାରୁ ୪ ମାସ ହେଲା ବାର୍ଦ୍ଦକ୍ୟ ଭତ୍ତା ବନ୍ଦ କରିଦିଆଯାଇଥିବା ସେ ଏକ ଭଡିିଓ ବାର୍ତ୍ତା ଜରିଆରେ ଅଭିଯୋଗ କରିଛନ୍ତି। ୨ ଜଣ କୁନି ଝିଅଙ୍କ ଅଭିଯୋଗ ହେଲା ଯେ, ତାଙ୍କ ମା’ ଜ୍ୟୋସ୍ନା ସେଠ,ବାପା ନରେଶ ସେଠ ତାମିଲନାଡକୁ ଦାଦନ ଯାଇଛନ୍ତି। ଘରେ ଅଜାଆଇଙ୍କ ପାଖରେ ରହୁଛନ୍ତି। ବୁଦୁଲା ପଞ୍ଚାୟତରୁ ମିଳୁଥିବା ପିଡିଏସ ତାଙ୍କ ବନ୍ଦ କରିଦିଆଯାଇଛି। ଏଣୁ ସେମାନ ଭୋକରେ ଦିନ କାଟୁଛନ୍ତି ା ସରକାର ଆଉକୁ ପିଡିଏସ ଚାଉଳ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। ଏସମ୍ପର୍କରେ ବିଡିଓ ମହାପାତ୍ର କୁଲଦୀପଙ୍କୁ ସହିତ ଯୋଗାଯୋଗ ସମ୍ଭବ ନ ହେବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri