ଅଜବ ଅଭିଯୋଗ

Dillip Cherian

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର ଅଭିଯୋଗକୁ ଭିତ୍ତିକରି ହରିୟାଣା ସରକାର ଅଡ଼ୁଆ ସ୍ଥିତିରେ ଥିବା ଭଳି ମନେହେଉଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ଓ୍ବାଇ. ପୁରନ କୁମାର ମୁଖ୍ୟ ଶାସନ ସଚିବ ଟି.ଭି.ଏସ୍‌.ଏନ୍‌ ପ୍ରସାଦଙ୍କୁ ଏକ ଅଜବ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ଦୁଃଖ ହେଉଛି ତାଙ୍କୁ ଏକ ଖରାପ କାର୍‌ ଦିଆଯାଇଛି। ଏହାକୁ ନେଇ ପୁରନ କୁମାର ଅସନ୍ତୁଷ୍ଟ ହୋଇଯାଇଛନ୍ତି ।
କାରଣ ତାଙ୍କ ପ୍ରତିପକ୍ଷ ଏବଂ ସାଥୀମାନେ ଚକଚକିଆ ନୂଆ ଇନୋଭାରେ ଘୂରି ବୁଲୁଥିବାବେଳେ ତାଙ୍କୁ ଏକ ୭ ବର୍ଷର ପୁରୁଣା ମଡେଲ ହୋଣ୍ଡାସିଟି ଗାଡ଼ି ଦିଆଯାଇଛି। ବର୍ତ୍ତମାନ କଠୋର ପ୍ରୋଟୋକଲରେ ଏବଂ ନିୟମ ଦ୍ୱାରା ପରିଚାଳିତ ଏକ ବୃତ୍ତିରେ ସରକାରୀ ଗାଡ଼ିରେ ଯିବାଆସିବା ଅଧିକ ମହତ୍ତ୍ୱ ଧାରଣ କରେ। କାର୍‌ର ପସନ୍ଦ ଗୋଟିଏ ବୃତ୍ତିର ସ୍ଥିତି ଏବଂ ସମ୍ମାନର ପ୍ରତୀକ ହୋଇଥାଏ। କିନ୍ତୁ ଏଠାରେ ପୁରନ ନିଜକୁ ନୂ୍ୟନ ଅନୁଭବ କରିଛନ୍ତି। ସେ ପକ୍ଷପାତ ବ୍ୟବସ୍ଥା ଉପରେ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ପାଇଥିବା ସରକାରୀ ଗାଡ଼ି ଛାଡ଼ିବାର ପ୍ରାୟ ଦୁଇ ସପ୍ତାହ ପରେ ସେ ସରକାରଙ୍କୁ ଚିଠି ଲେଖି ପକ୍ଷପାତିତା ଏବଂ ପ୍ରତିଷ୍ଠିତ ଆଇପିଏସ୍‌ଙ୍କ ମଧ୍ୟରୁ ନିର୍ଦ୍ଦିଷ୍ଟ କେତେଜଣଙ୍କୁ ଭଲ ଗାଡ଼ି ଦିଆଯିବାର ଅଭିଯୋଗ କରିଥିଲେ। ଏଭଳି ପରିବର୍ତ୍ତନ ପଛରେ ଥିବା ରହସ୍ୟ ଉନ୍ମୋଚନ କରିବାକୁ ଆଶା କରୁଥିବା ଅସନ୍ତୁଷ୍ଟ ଆଇପିଏସ୍‌ ଅଧିକାରୀ ପୁରନ ଷ୍ଟାଫ କାର୍‌ ଏବଂ କାର୍ଯ୍ୟକ୍ଷମ ଯାନଗୁଡ଼ିକର ଅନୁସନ୍ଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି। ଅବଶ୍ୟ, ସେ ଠିକ୍‌ ସମୟରେ ଅଭିଯୋଗ ଆଣିନାହାନ୍ତି, କାରଣ ସ୍ଥିତିକୁ ନେଇ ଘାବରେଇ ପଡ଼ିଥିବା ପୁରନଙ୍କ ଅଭିଯୋଗ ଉପରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ କମ୍‌ ଗୁରୁତ୍ୱ ଦେଇ ନିର୍ବାଚନ ପାଇଁ ଅଧିକ ଚିନ୍ତିତ ରହିଛନ୍ତି।
ଆଇଏନ୍‌ସିବିରେ ଭାରତୀୟ ଅଧିକାରୀ
ନିର୍ବାଚନର ଉଷ୍ମତା ଭିତରେ କିଛି ଭଲ ଖବର ଆଢୁଆଳରେ ରହିଯାଉଥିବା ଜଣାପଡ଼ୁଛି। ଏବେ ନିଶ୍ଚିତ ହୋଇଛି ଯେ, ଅବସରପ୍ରାପ୍ତ ଆଇଆର୍‌ଏସ୍‌ ଅଧିକାରୀ ଜଗଜିତ ପାଭାଡିଆ ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (ଆଇଏନ୍‌ସିବି)ରେ ଅନ୍ୟ ଏକ ନିଯୁକ୍ତି ପାଇବାକୁ ଯାଉଛନ୍ତି। ସେ ୨୦୨୫-୨୦୩୦ କାର୍ଯ୍ୟକାଳ ପାଇଁ ପୁନଃନିର୍ବାଚିତ ହୋଇଛନ୍ତି। ଦେଖାଯାଉଛି, ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ଇସିଓଏସ୍‌ଓସି)ରେ ତାଙ୍କର ଅନେକ ସମର୍ଥକ ଅଛନ୍ତି। ଦେଶରେ ବି ତାଙ୍କର ଅନେକ ସମର୍ଥକ ରହିଛନ୍ତି। ବାସ୍ତବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୋସିଆଲ ମିଡିଆରେ ଶୀଘ୍ର ଖୁସି ଖବର ପ୍ରଚାର କରି ନ୍ୟୁୟର୍କ ସହରରେ ପାଭାଡିଆଙ୍କ ବିଜୟ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବରୁଦ୍ଦିନ ମଧ୍ୟ ଏ ସମ୍ପର୍କରେ ଟୁଇଟ କରିଛନ୍ତି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଆମ ସପକ୍ଷରେ ରହି ଭାରତୀୟ ନୋମିନିଙ୍କୁ ସମର୍ଥନ ଦେଇଥିବା ଜାତିସଂଘ ସଦସ୍ୟ ଦେଶଗୁଡ଼ିକୁ ଯେତେ ଧନ୍ୟବାଦ ଦେଲେ ବି ତାହା କମ୍‌ ହେବ। ଏହି ପଦବୀ ପାଇଁ ଲଢୁଥିବା ୧୫ ପ୍ରାର୍ଥୀଙ୍କ ମଧ୍ୟରେ ପାଭାଡିଆ ସବୁଠୁ ଅଧିକ ଭୋଟ ପାଇଥିଲେ। ତାଙ୍କ ବିଜୟ ନିଶ୍ଚିତ କରେ ଯେ ପାଭାଡିଆ ସମ୍ମାନଜନକ ବୋର୍ଡରେ ଏକ ତୃତୀୟ ପାଳିର କାର୍ଯ୍ୟ କରିବେ। ଏହି ସମୟରେ, ଅନ୍ୟ ଏକ ବିଜୟ ହୋଇଥିଲା। ଭାରତକୁ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍‌ପି) କାର୍ଯ୍ୟନିର୍ବାହୀ ପରିଷଦକୁ ୨୦୨୫-୨୦୨୭ ପର୍ଯ୍ୟନ୍ତ ପୁନଃ ମନୋନୀତ କରାଯାଇଥିଲା।
ପ୍ରଶାସନିକ ପୁନର୍ଗଠନ
ବର୍ତ୍ତମାନ ଚାଲିଥିବା ଲୋକ ସଭା ନିର୍ବାଚନ ଉପରେ ସରକାର ଧ୍ୟାନ ଦେଇଥାଇପାରନ୍ତି, ହେଲେ ତାଙ୍କ ପ୍ରଶାସନିକ ପୁନର୍ଗଠନ କାର୍ଯ୍ୟ ଜାରି ରଖିଛନ୍ତିି। ନିକଟରେ ଅତିରିକ୍ତ ସଚିବ ପଦବୀରେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଏହା ଅମଲାତନ୍ତ୍ରର ପୁନର୍ଗଠନ, ଅଭିଜ୍ଞ ନେତୃତ୍ୱ ତଥା ପ୍ରମୁଖ ମନ୍ତ୍ରଣାଳୟଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ଲକ୍ଷ୍ୟକୁ ପ୍ରତିଫଳିତ କରିଛି। ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ମନ୍ତ୍ରଣାଳୟରେ ରାକେଶ କୁମାର ବର୍ମା ଏବଂ ସୁମନ ବିଲା ପର୍ଯ୍ୟଟନ ମନ୍ତ୍ରଣାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାସହ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଆରାଧନା ପଟ୍ଟନାୟକ ଯୋଗଦେଇଛନ୍ତି। ଏହା ସ୍ପଷ୍ଟ ଭାବରେ ପ୍ରମୁଖ ସେକ୍ଟରଗୁଡ଼ିକର ଦକ୍ଷତା ଓ କାର୍ଯ୍ୟକାରିତା ବୃଦ୍ଧି ଉପରେ ସରକାରୀ ଗୁରୁତ୍ୱକୁ ପ୍ରତିପାଦିତ କରିଛି। ଏହାବାଦ ହେମାନି ପାଣ୍ଡେ ଏବଂ କମଲ କିଶୋର ସୋଆନଙ୍କ ପରି ଅଧିକାରୀଙ୍କ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତି ଦେବା ପ୍ରଶାସନିକ କ୍ଷମତାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ନିଯୁକ୍ତିଗୁଡ଼ିକ ନୂତନ ଦୃଷ୍ଟିକୋଣ ଆଣିବା ସହ ଶାସନ ପାଇଁ ଏକ ସକ୍ରିୟ ଆଭିମୁଖ୍ୟକୁ ସୂଚିତ କରେ। ପାଠକମାନେ ମନେଥିବ ଯେ, ନିର୍ବାଚନ ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବାବୁମାନଙ୍କୁ ୧୦୦ ଦିନିଆ କାର୍ଯ୍ୟକ୍ରମ ସହିତ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ତାଙ୍କ ସରକାର ପୁନଃନିର୍ବାଚିତ ହେବା ପରେ କାର୍ଯ୍ୟକାରୀ ହେବ। ଏହା ସରକାରଙ୍କ ଅତ୍ୟଧିକ ଆମତ୍ବିଶ୍ୱାସ ପ୍ରକାଶ କରେ କି। ବୋଧହୁଏ ଏହା ହେଉଥାଇପାରେ। କିନ୍ତୁ ଏହି ପଦକ୍ଷେପ ଆଗକୁ କ’ଣ ହେବ ଏବଂ ଲକ୍ଷ୍ୟ ହାସଲ ଲାଗି ଆଗକୁ ବଢ଼ିବା ହିଁ ମୋଦି ସରକାରଙ୍କର ଉତ୍କୃଷ୍ଟତାର ଏକ ପ୍ରତୀକ ହେବ କି ନାହିଁ ତାହା ଦେଖିବା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri