Posted inଫୁରସତ

ଅଜବ ବସ୍‌

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ ବସ୍‌। ଅଧିକ ଯାତ୍ରୀ ବେଶ୍‌ ଆରାମ୍‌ରେ ଓ ଅପେକ୍ଷାକୃତ କମ ମୂଲ୍ୟରେ ଯାତାୟତ କରିପାରୁଥିବାରୁ ବସ୍‌ ସାଧାରଣ ଲୋକଙ୍କର ବେଶ୍‌ ପ୍ରିୟ। ତେବେ ଏମିତି ବି କିଛି ବସ୍‌ ଅଛି, ଯାହା ତା’ର ଅଜବ ବୈଶିଷ୍ଟ୍ୟ ଓ ଆକାର ପାଇଁ ବେଶ୍‌ ଚର୍ଚ୍ଚିତ ହୋଇପାରିଛି। ଜାଣନ୍ତୁ ସେହି ବସ୍‌ ସମ୍ପର୍କରେ…

ଲମ୍ବା ବସ୍‌: ଏଇ ବସ୍‌କୁ ଦେଖିଲେ କିଛି ସମୟ ପାଇଁ ଲାଗିବ ଏହା ବସ୍‌ ନୁହେଁ ବରଂ ଏକ ଟ୍ରେନ୍‌। କାରଣ ଉକ୍ତ ବସ୍‌ର ପଛକୁ ପଛ ଲମ୍ବି ରହିଛି ୫ଟି କମ୍ପାର୍ଟମେଣ୍ଟ। ଏହାର ମୂଲ୍ୟ ୩୦୦ହଜାର ଡଲାର। ଏଥିରେ ୩୮୦ ଜଣ ବସିବାର ସୁବିଧା ରହିଛି। ତେବେ ଅଧିକ ଲମ୍ବା ହୋଇଥିବାରୁ ବସ୍‌କୁ ପାର୍କ କରିବା ପାଇଁ ଜାଗାର ଅଭାବ ଦେଖାଯାଏ। ଚାଇନାର କିଙ୍ଗ ଲଙ୍ଗ କମ୍ପାନୀ ଏହାକୁ ତିଆରି କରିଛି।

ବସ୍‌-ଟ୍ରେନ୍‌: ନିକଟରେ ଜାପାନରେ ଏମିତି ଏକ ବସ୍‌ ଉନ୍ମୋଚନ ହୋଇଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏହି ବସ୍‌ ରାସ୍ତାରେ ତ ଚାଲିପାରେ ତା’ସହ ରେଳ ଟ୍ରାକ ଉପରେ ଟ୍ରେନ ପରି ମଧ୍ୟ ଯାଇପାରେ। ଜାପାନର କାଇୟୋରେ ଉକ୍ତ ବସ୍‌-ଟ୍ରେନ୍‌ର ହାଇବ୍ରିଡ ପ୍ରଦର୍ଶିତ ହୋଇଥିଲା। ବସ୍‌ଟି ଦେଖିବାକୁ ଆକର୍ଷକ ନ ହେଲେ ହେଁ ଏହାର ବୈଶିଷ୍ଟ୍ୟ ସମସ୍ତଙ୍କ ମନ ଜିଣି ନେଇଥିଲା। ଏହା ନିଜର ରବର ଟାୟର ସହାୟତାରେ ରାସ୍ତା ଉପରେ ଚାଲିପାରେ। ଆଉ ଏହାର ଟ୍ରେନ୍‌ ମୋଡକୁ ଅନ୍‌ କଲେ ଲୁହାର ଚକ ଆପେ ବାହାରିଆସେ ଓ ରବର ଚକ ଉପରକୁ ଉଠିଯାଏ। ଫଳରେ ଏହା ରେଳ ଟ୍ରାକ୍‌ରେ ବି ଚାଲିପାରେ। ରୋଡ୍‌ ମୋଡ୍‌ରୁ ଟ୍ରେନ୍‌ ମୋଡ୍‌କୁ ଆସିବା ପାଇଁ ସମୟ ମାତ୍ର ୧୫ ସକେଣ୍ଡ ଲାଗିଥାଏ। ଏହି ଡୁଆଲ ମୋଡ ଭେଇକଲ୍‌ ନିଶ୍ଚିତଭାବେ ଏକ ଭଲ ପବ୍ଲିକ ଟ୍ରାନ୍ସପୋର୍ଟ। ଏହା ଡିଜେଲ ଚାଳିତ ଏବଂ ବିଭିନ୍ନ ରଙ୍ଗରେ ଉପଲବ୍ଧ ହେବ। ଏକାଥରେ ୨୧ ଜଣ ଯାତ୍ରୀଙ୍କୁ ଘଣ୍ଟା ପ୍ରତି ୬୦ କି.ମି ବେଗରେ ଟ୍ରେନ୍‌ ମୋଡ୍‌ରେ ଓ ବସ୍‌ ମୋଡ୍‌ରେ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ନେଇପାରେ।

ଡକ୍‌ ବୋଟ୍‌ ବସ୍‌: ଏହି ବସ୍‌ ଦେଖିବାକୁ ବହୁତ ଅଜବ। ସାମ୍‌ନାଭାଗ ବତକର ଥଣ୍ଟ ପରି, ପୁଣି ତଳଭାଗ କିଛିଟା ଡଙ୍ଗା ପରି ଦେଖିବାକୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାକୁ ତିଆରି କରାଯାଇଥିଲା। ଏହି ବସ୍‌ ଭୂମି ଉପରେ ରାସ୍ତାରେ ଯାଇପାରିବା ସହ ଗଭିର ଜଳ ଉପରେ ଡଙ୍ଗା ପରି ଭାସି ଭାସି ମଧ୍ୟ ଯାଇପାରେ। ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ସୈନିକଙ୍କୁ ସ୍ଥାନାନ୍ତର କରିବା ଲାଗି ଏହାକୁ ବ୍ୟବହାର କରାଯାଉଥିଲା। ଏବେ ଏଥିରେ ଅନେକ କିଛି ପରିବର୍ତ୍ତନ ଆସିଗଲାଣି। ନୂଆ ପଦ୍ଧତିର ବ୍ୟବହାରରେ ଏହା ଅଧିକ କାର୍ଯ୍ୟକ୍ଷମ ହୋଇପାରିଛି। ନ୍ୟୁୟର୍କ, ଲିଭରପୁଲ, ଲଣ୍ଡନ, ବୋଷ୍ଟନ ଭଳି ତଟୀୟ ଅଞ୍ଚଳରେ ଏହାର ବହୁଳ ବ୍ୟବହାର ହେଉଛି। ଏହା ପର୍ଯ୍ୟଟକଙ୍କୁ ଉଭୟ ରାସ୍ତା ଓ ଜଳରେ ଭ୍ରମଣର ଆନନ୍ଦ ଯୋଗାଉଛି।

ଅପ୍‌ ସାଇଡ ଡାଉନ୍‌ ବସ୍‌: ଟପ୍ସି ନାମକ ଏହି ବସ୍‌କୁ ଦେଖିଲେ ଯେକେହି ଭାବିବେ ଏହାର ନିର୍ମାତା ନିଶ୍ଚିତଭାବେ ପାଗଳ ହୋଇଥିବେ। କାରଣ ଉକ୍ତ ବସ୍‌ର ଉପରଭାଗ ତଥା ଛାତରେ ଆଉ ଏକ ବସ୍‌ ଓଲଟା ଥିବା ପରି ଡିଜାଇନ୍‌ ହୋଇଛି। ଏହା ଏକ ସ୍କୁଲ ବସ୍‌ ଯାହାର ଛାତ ଉପରେ ଆଉ ଏକ ସ୍କୁଲ ବସ୍‌କୁ ଅଧା କାଟି ଓଲଟା ରଖି ଯୋଡା ଯାଇଛି। ଏହା ୨୪ ଫୁଟ ଲମ୍ବା ଏବଂ ୧୩ ଫୁଟ୍‌ ଉଚ୍ଚା। ବସ୍‌ଟି ଘଣ୍ଟା ପ୍ରତି ୩୫ ମାଇଲ୍‌ ଗତି କରିପାରେ।

କ୍ୟାଟ୍‌ ବସ୍‌: ୧୯୮୮ ମସିହାର ଜାପାନୀ କାର୍ଟୁନ ଚଳଚ୍ଚିତ୍ର ‘ମାଇଁ ନେଇବର୍‌ ଟୋଟୋରୋ’ର ‘ନେକୋବାସୁ’ ବା ‘କ୍ୟାଟ୍‌ ବସ୍‌’ ଚରିତ୍ରରୁ ପ୍ରେରଣା ପାଇ ଉକ୍ତ ବସ୍‌ ତିଆରି ହୋଇଛି। ଏହି ବସ୍‌ଟି ଦେଖିବାକୁ ସେହି କାର୍ଟୁନ ବସ୍‌ ପରି । ଅର୍ଥାତ୍‌ ଉକ୍ତ ବସ୍‌ ଏକ ହଳଦୀଆ ରଙ୍ଗର ବିଲେଇ ପରି। ତେଣୁ ବସ୍‌ଟି ଏକ ବଡ଼ ବିଲେଇର ଭ୍ରମ ସୃଷ୍ଟି କରିଥାଏ, ଯାହାର ଲମ୍ବା ଲମ୍ବା କଳା ନିଶ ବି ଅଛି।

ମିକି ମାଉସ୍‌ ବସ୍‌: ଏହି ରେଟ୍ରୋ ଲୁକ୍‌ ବସ୍‌ଟି ପ୍ରକୃତରେ ଏକ ‘ଡିଜନୀ ରିସର୍ଟ କ୍ରୁଜର୍‌’ ବସ୍‌ ଅଟେ। ଟୋକିଓରେ ଏହା ଦେଖିବାକୁ ମିଳିଥାଏ। ଏହି ବସ୍‌ର ପଛଭାଗ ଓ ଡାହାଣ ପାର୍ଶ୍ୱରେ ଡିଜ୍‌ନୀ ମାଉସ୍‌ ଆକାରର ଲୋଗୋ ଦେଖିବାକୁ ମିଳେ।

କ୍ୟାଟ୍‌ ଡଗ୍‌ ବସ୍‌: ଡାଲମେସିଆନ୍‌ ଡଗ୍‌ ପରି ଦେଖିବାକୁ ଏହି ଧଳା ରଙ୍ଗର ବସ୍‌ ଉପରେ କଳାରଙ୍ଗର ଦାଗ ଦେଖିବାକୁ ମିଳେ। ପୁରା ପୁରି କ୍ୟୁଟ୍‌ ଡାଲମେସିଆନ କୁକୁର ପରି ଉକ୍ତ ବସ୍‌ଟି ଚାଇନାରେ ଦେଖିବାକୁ ମିଳେ। ତା’ଛଡା କ୍ୟୁଟ୍‌ ବିଲେଇ ପରି ଏକ ବସ୍‌ ବି ଚାଇନାରେ ଦେଖିବାକୁ ମିଳେ। ଏହି ବସ୍‌ ଦୁଇଟି କ୍ୟାଟ ଡଗ୍‌ ବସ୍‌ ଭାବେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?