Posted inUncategorized

ଅଜବ ନିଲାମ

ସଲିବ୍ରିଟିଙ୍କ ପାଇଁ ଲୋକ ଏତେ ପାଗଳ ଯେ, ତାଙ୍କ ସମ୍ବନ୍ଧିତ କିମ୍ବା ସେ ବ୍ୟବହାର କରିଥିବା ଜିନିଷକୁ କିଣିବା ପାଇଁ ସେମାନେ ଯେ କୌଣସି ଦାମ୍‌ ଦେବା ପାଇଁ ବି ପ୍ରସ୍ତୁତ ହୋଇଯାନ୍ତି…

 

କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ବିବାହ କେକ୍‌: ୧୯୪୭ରେ କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟ ଓ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ ହୋଇଥିଲା। ସେଇ ଖୁସିରେ କଟାଯାଇଥିଲା ଚାରି ଥାକର ୯ ଫୁଟ ଉଚ୍ଚତା ବିଶିଷ୍ଟ ଏକ ସୁନ୍ଦର ଫ୍ରୁଟ୍‌ କେକ୍‌। ଯାହାକୁ କି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ସାମଗ୍ରୀ ନେଇ ପ୍ରସ୍ତୁତ କରାଯାଇଥିଲା। ଏହି ରାଜକୀୟ ବିବାହର ୬୫ ବର୍ଷ ପରେ ୨୦୧୨ରେ ପିଏଫସି ନିଲାମରେ ସେହି କେକ୍‌ର ଏକ ପିସ୍‌ ୫୬୦ ପାଉଣ୍ଡରେ ନିଲାମ ହୋଇଥିଲା।
ଟାଇଟାନିକ ଜାହାଜ ଅବଶେଷରୁ ମିଳିଥିବା ଭାଓଲିନ୍‌: ୧୯୧୨ରେ ସମୁଦ୍ରରେ ବୁଡ଼ିଯାଇଥିଲା ବିଶାଳ ଟାଇଟାନିକ ଜାହାଜ। ଯାହାର ଅବଶେଷ ଏବେବି ସମୁଦ୍ର ଗର୍ଭରେ ରହିଛି। କୁହାଯାଏ ଜାହାଜ ସମ୍ପୂର୍ଣ୍ଣ ବୁଡ଼ିବା ପର୍ଯ୍ୟନ୍ତ ଓ୍ବାଲେସ୍‌ ହାର୍ଟଲି ନାମକ ଜଣେ ଭାଓଲିନ୍‌ ବାଦକ ନିଜ ଭାଓଲିନ୍‌ ବଜାଉଥିଲେ। ଆଉ ଶେଷରେ ସମୁଦ୍ରରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କର ସେହି ଭାଓଲିନ୍‌ଟି ପରବର୍ତ୍ତୀ ସମୟରେ ସମୁଦ୍ର ଗର୍ଭରୁ ଉଦ୍ଧାର ହୋଇଥିଲା। ଆଉ ତାକୁ ୨୦୧୩, ଓ୍ବିଲ୍ଟଶାୟରରେ ନିଲାମ କରାଯାଇଥିଲା। ମାତ୍ର ୧୦ ମିନିଟ ଭିତରେ ଭାଓଲିନ୍‌ଟି ୯୦୦,୦୦୦ ପାଉଣ୍ଡରେ ନିଲାମ ହୋଇଥିଲା।
ବ୍ରାଡ୍‌ ପିଟ୍‌ ଓ ଆଞ୍ଜେଲିନା ଜୋଲିଙ୍କ ଶ୍ୱାସ: ହଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିଭାବେ ଦିନେ ବ୍ରାଡ୍‌ ପିଟ୍‌ ଓ ଆଞ୍ଜେଲିନା ଜୋଲି ବହୁ ଲୋକପ୍ରିୟ ଥିଲେ। ଯଦିଓ ଏହି ଯୋଡ଼ି ଏବେ ଅଲଗା ହୋଇ ଯାଇଛନ୍ତି,ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦମ୍ପତିଙ୍କ ନିଶ୍ୱାସରେ ଭରା ଏକ ଜାର୍‌ ୫୨୩ ଡଲାର୍‌ରେ ନିଲାମ ହୋଇଥିଲା। ତେବେ ସେ ନିଶ୍ୱାସ ସେ ଜାର୍‌ରେ କିଭଳି ଭାବେ ଭର୍ତ୍ତି କରାଗଲା ତାହା କେବଳ ସେହି ଦମ୍ପତିଙ୍କୁ ହିଁ ଜଣା।
ଆବ୍ରାହମ ଲିଙ୍କନଙ୍କ କେଶ: ଆମେରିକାର ୧୬ତମ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କୁ ୧୮୬୫, ଏପ୍ରିଲ ୧୫ ତାରିଖରେ ହତ୍ୟା କରାଯାଇଥିଲା। ପୋଷ୍ଟମର୍ଟମ୍‌ ବେଳେ ସର୍ଜନ ଜର୍ନଲ ଯୋଶେଫ ବାର୍ନେସ୍‌ ତାଙ୍କର ୨ ଇଞ୍ଚର କିଛି କେଶ କାଟି ଥିଲେ। ଯାହାକୁ ଡା ଲିମେନ ବିଚର୍‌ ଟଡ୍‌୍‌ସ୍‌ (ଯେକି ଲିଙ୍କନଙ୍କ ପତ୍ନୀଙ୍କ ସମ୍ପର୍କୀୟ ଭାଇ)ଙ୍କୁ ଦିଆଯାଇଥିଲା। ସେ ଲିଙ୍କନଙ୍କର ଖୁବ୍‌ ନିକଟତର ଥିଲେ। ପରେ ଉକ୍ତ କେଶକୁ ଟେକ୍ସାସ୍‌ର ଡେଲାସ୍‌ରେ ୨୫୦୦୦ ଡଲାରରେ ନିଲାମ କରାଯାଇଥିଲା।
ଏଲ୍‌ଭିସ୍‌ ପ୍ରିସ୍‌ଲିଙ୍କ କେଶ: ଆମେରିକୀୟ ସିଙ୍ଗର ଓ ଆକ୍ଟର ଏଲ୍‌ଭିସ୍‌ ପ୍ରିସ୍‌ଲି ‘କିଙ୍ଗ୍‌ ଅଫ୍‌ ରକ୍‌ ଆଣ୍ଡ ରୋଲ୍‌’ ଭାବେ ପରିଚିତ ଥିଲେ। ଜାର୍‌ରେ ଥିବା ତାଙ୍କର କିଛି କେଶ କ୍ରୁସ୍‌ ଜିଡବ୍ଲ୍ୟୁଏସ୍‌ ଅକ୍ସନରେ ୭୨,୫୦୦ ଡଲାରରେ ନିଲାମ ହୋଇଥିଲା। ଏହି କେଶକୁ ତାଙ୍କର ବ୍ୟକ୍ତିଗତ କେଶ କଟାଳି ହୋମର୍‌ ଗିଲେଲାଣ୍ଡ କେଶ କାଟିବାବେଳେ ରଖିଥିଲେ।
ବ୍ରିଟନି ସ୍ପିୟର ଚୋବାଇ ଥିବା ବବଲ୍‌ ଗମ୍‌, ପ୍ରେଗନେନ୍ସି କିଟ୍‌: ଆମେରିକୀୟ ସିଙ୍ଗର ଓ ସଙ୍ଗ ରାଇଟର୍‌ ବ୍ରିଟନି ସ୍ପିୟର ଚୋବାଇ ଥିବା ବବଲ୍‌ ଗମ୍‌ ପାଇଁ ବି ତାଙ୍କ ଫ୍ୟାନ୍‌ ପାଗଳ। ସେଥିପାଇଁ ତ ଏହା ୨୦୦୪ର ଏକ ନିଲାମିରେ ୧୪୦୦୦ ଆମେରିକୀୟ ଡଲାରରେ ନିଲାମ ହୋଇଥିଲା। ତେବେ ତାହା ତାଙ୍କର ବବଲ୍‌ ଗମ୍‌ ବୋଲି ଦୃଢ ଭାବେ କହି ହେବ ନାହିଁ। ଏହି ଅଧା ଖିଆ ବବଲ୍‌ ଗମ୍‌ ତାଙ୍କ ମ୍ୟୁଜିକାଲ କନସର୍ଟରୁ ମିଳିଥିଲା। ଆଉ ସେହି କନସର୍ଟରେ ବ୍ରିଟନି ସ୍ପିୟର ବବଲ୍‌ ଗମ୍‌ ଚୋବାଉଥିବା ପବ୍ଲିକ୍‌ରେ ଦେଖିବାକୁ ମିଳିଥିଲା। ତେଣୁ ମିଳିଥିବା ବବଲ୍‌ ଗମ୍‌ ତାଙ୍କର ମନେ କରି ନିଲାମ କରାଯାଇଥିଲା। ସେହିଭଳି ସେ ବ୍ୟବହାର କରିଥିବା ପ୍ରେଗନେନ୍ସି ଟେଷ୍ଟ କିଟ୍‌ ୨୦୦୫ରେ ୫୦୦୧ ଡଲାରରେ ନିଲାମ ହୋଇଥିଲା। ଏହି କିଟ୍‌ ବ୍ରିଟନି ସ୍ପିୟର୍‌ ଓ ତାଙ୍କ ସ୍ବାମୀ ରହିଥିବା ହୋଟେଲ ରୁମ୍‌ରୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?