ଭାରତ ପାଇଁ ବନ୍ଦ ହେବନି ହୋର୍ମୁଜ୍‌ ଷ୍ଟ୍ରେଟ, ୯.୫ ନିୟୁତ ବ୍ୟାରେଲ୍‌ ତୈଳ ଯୋଗାଇବ ରୁଷିଆ

ତେହରାନ୍‌,୬।୩: ଇରାନ-ଆମେରିକା ଯୁଦ୍ଧ ଗୁରୁବାରକୁ ୬ ଦିନ ପୂରିଛି । ଯୁଦ୍ଧର ପ୍ରଭାବ ବେଳକୁ ବେଳ ବିଭିନ୍ନ ଦେଶକୁ ବ୍ୟାପିବା ସହ ତୀବ୍ର ହେବାରେ ଲାଗିଛି। ଏହାମଧ୍ୟରେ ଇରାନ ବିଶ୍ୱର ସର୍ବବୃହତ୍‌ ଏନର୍ଜି କରିଡର ରୂପେ ପରିଚିତ ହୋର୍ମୁଜ୍‌ ଷ୍ଟ୍ରେଟ୍‌ ସାମୁଦ୍ରିକ ପଥକୁ ଆମେରିକା ,ଇସ୍ରାଏଲ,ୟୁରୋପ ଏବଂ ଆମେରିକାର ୟୁରୋପୀୟ ସମର୍ଥନକାରୀ ରାଷ୍ଟ୍ରଙ୍କ ଲାଗି ବନ୍ଦ କରିଦେଇଛି। ଏହି ବାଟ ଦେଇ ଏହିସବୁ ଦେଶକୁ ଯାଉଥିବା କୌଣସି ତୈଳ ପରିବହନକାରୀ ଜାହାଜକୁ ଯିବାକୁ ଦିଆଯିବ ନାହିଁ ବୋଲି ଇରାନର ଆଇଆର୍‌ଜିସି ଗୁରୁବାର ସ୍ପଷ୍ଟ କରିଛି। ଯଦି ଏହିସବୁ ଦେଶର କୌଣସି ଜାହାଜ ହୋର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ଯାତାୟାତ କରେ, ତେବେ ଇରାନ ତାହା ଉପରେ ଆକ୍ରମଣ କରିବ।

ଯୁଦ୍ଧ ସମୟରେ ଅନ୍ତର୍ଜାତୀୟ ଆଇନକୁ ନେଇ ପାରିତ ପ୍ରସ୍ତାବ ଅନୁସାରେ ଇରାନ ଏଭଳି ପଦକ୍ଷେପ ନେବା ଅଧିକାର ରହିଛି ବୋଲି ଇରାନର ସରକାରୀ ଗଣମାଧ୍ୟମ ସଂସ୍ଥା ଆଇଆର୍‌ଆଇବି କହିଛି। ତେବେ ହୋର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ଭାରତକୁ ତୈଳ ପରିବହନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ପୂର୍ବରୁ ଚାଇନା ପାଇଁ ଇରାନ କୌଣସି ପ୍ରତିବନ୍ଧକ ଲଗାଇ ନ ଥିଲାବେଳେ ଏବେ ଭାରତ ପାଇଁ ମଧ୍ୟ ସମାନ ନୀତି ଆପଣାଇଛି। ଫଳରେ ଉପସାଗରୀୟ ଦେଶଗୁଡିକରୁ ଭାରତକୁ ତୈଳ ଯୋଗାଣ ନେଇ ଯେଉଁ ଆଶଙ୍କା ରହିଥିଲା, ତାହା ଦୂର ହୋଇଛି।
ସେପଟେ ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ତୈଳ ଯୋଗାଣ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କାରେ ରୁଷ ଭାରତକୁ ପର୍ଯ୍ୟାପ୍ତ ତୈଳ ଯୋଗାଇବାକୁ କହିଛି। ଭାରତକୁ ପ୍ରାୟ ୯.୫ ନିୟୁତ ବ୍ୟାରେଲ୍‌ ତୈଳ ଯୋଗାଇଦେବାକୁ ରୁଷିଆ କହିଥିଲାବେଳେ ସପ୍ତାହକ ମଧ୍ୟରେ ଏହା ଭାରତରେ ପହଞ୍ଚିବା ନେଇ ସୂଚନା ଦେଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?