Posted inଫୁରସତ

କଳ୍ପନାର କୁଶଳୀ କାରିଗର: ହରିହର

ଓଡ଼ିଆ କବିତାର ନବନିର୍ମାଣରେ ସମକାଳୀନ ଭାବବୋଧକୁ ଅନୁପ୍ରାଣିତ କରୁଥିବା ଏକ ଶକ୍ତିଶାଳୀ କାବ୍ୟପୁରୁଷ ସେ । କବି, ନାଟ୍ୟକାର, ଔପନ୍ୟାସିକ, କଥାକାର, ଆଲୋଚକ, ଗୀତିକାର, ମଞ୍ଚ ଓ ବେତାର ଅଭିନେତା, ସମ୍ପାଦକ ପରି ଅନେକ ପରିଚୟରେ ପରିଚିତ ହରିହର ମିଶ୍ର…

ଓଡ଼ିଆ କବିତାର ନବନିର୍ମାଣରେ ସମକାଳୀନ ଭାବବୋଧକୁ ଅନୁପ୍ରାଣିତ କରୁଥିବା ଏକ ଶକ୍ତିଶାଳୀ କାବ୍ୟପୁରୁଷ ସେ । କାବ୍ୟଭଙ୍ଗୀରେ ସ୍ବଚ୍ଛନ୍ଦତା, ବିମ୍ବ ନିର୍ମାଣରେ ଅଲୌକିକତା, ବ୍ୟକ୍ତି ଚେତନାକୁ ସାର୍ବଜନୀନ ଚେତନାରେ ରୂପାନ୍ତରିତ କରିବାରେ ଦାର୍ଶନିକତା, କାବି୍ୟକ ଚିତ୍ରମୟତା ତାଙ୍କ ସର୍ଜନାର ବିଶେଷ ଗୁଣ । ଜଣେ ପୂର୍ଣାଙ୍ଗ ସାହିତ୍ୟ ସ୍ରଷ୍ଟା ସେ । କବି, ନାଟ୍ୟକାର, ଔପନ୍ୟାସିକ, କଥାକାର, ଆଲୋଚକ, ଗୀତିକାର, ମଞ୍ଚ ଓ ବେତାର ଅଭିନେତା, ସମ୍ପାଦକ ପରି ଅନେକ ପରିଚୟ ତାଙ୍କର । ବେଳେ ବେଳେ ତ ବିଶ୍ୱାସ ହୁଏନା ନିନ୍ଦିତ ଗଜପତିର ନାଟ୍ୟକାର, ଶଙ୍ଖନାଭିର କବି, ମୂକ ଡାହୁକର ଗାଳ୍ପିକ, ନୀଳ ହ୍ରଦର ରକ୍ତ କମଳର ଔପନ୍ୟାସିକ, ଢାଳି ଦିଅ ସାରା ଧରଣୀରେ ଆଜିର ସୁପ୍ରସିଦ୍ଧ ଗୀତିକାର ‘ଜଣେ’ ବୋଲି । ଆଉ ସେ ଜଣକ ହେଉଛନ୍ତି ଓଡ଼ିଆ କାବ୍ୟ ସାହିତ୍ୟର ଅନ୍ୟତମ ପ୍ରମୁଖ ନିର୍ମାତା ହରିହର ମିଶ୍ର।

ନଭେମ୍ବର ୧୯୪୦ରେ ମାର୍କଣ୍ଡେଶ୍ୱରସାହି ପୁରୀରେ ଜନ୍ମିତ ହରିହରଙ୍କ ପିତା ହେଉଛନ୍ତି ମଣିରାମ ମିଶ୍ର ଓରଫ ଚିନ୍ତାମଣି ମିଶ୍ର । ମାତାଙ୍କ ନଁା ସେବତୀ ଦେବୀ । ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଥିବା ହରିହର ଅଧ୍ୟାପନା ଓ ଅଧ୍ୟକ୍ଷତା କ୍ଷେତ୍ରରେ କେବଳ ନିଜ କାର୍ଯ୍ୟଦକ୍ଷତା ପ୍ରତିପାଦନ କରି ନ ଥିଲେ ଅଧିକନ୍ତୁ ସାହିତ୍ୟ କ୍ଷେତ୍ରରେ ସକ୍ରିୟ ଥିଲେ ଏକାଦିକ୍ରମେ କବିତା, ଏକାଙ୍କିକା, ନାଟକ, ଗଳ୍ପ, ଉପନ୍ୟାସ, ସମାଲୋଚନା ଆଦି ରଚନା କରି । ସେ ‘ସମାବେଶ’ର ସମ୍ପାଦକ ହୁଅନ୍ତୁ କି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର ଥିଲେ ବହୁମୁଖୀ ।

ମଧୁଲିତା, ହଂସଧ୍ୱନି, ମଝିଦରିଆଠାରୁ ଆରମ୍ଭ କରି ଏବେ ନୁହେଁ ତ କେବେ ନୁହେଁ ପରି ନଅଗୋଟି ଉଚ୍ଚକୋଟୀର ନାଟକ ଲେଖି ଓଡ଼ିଆ ନାଟକ ସାହିତ୍ୟକୁ ସମୃଦ୍ଧ କରିଛି ତାଙ୍କ ଲେଖନୀ । ଶଙ୍ଖନାଭି, ଚନ୍ଦ୍ରବିମ୍ବ, ଚାହାଣି ମଣ୍ଡପ, ଅଣଅକ୍ଷର, ଦର୍ପଣଶିଳା, ସନ୍ଧ୍ୟାଦର୍ଶନ, ଅନେକ ଆଶ୍ଚର୍ଯ୍ୟ, ନେତ୍ରୋତ୍ସବ, ପାହାଡ଼ର ଡେଣାଠାରୁ ଇନ୍ଦ୍ରାଣୀ, ଭୁଜବର୍ଣ୍ଣ, ଅକିଞ୍ଚନ ଭଳି ଛବିଶ ଖଣ୍ଡ କବିତା ସଙ୍କଳନ, ବୃଷଭର ଏକପାଦ, ମୂକ ଡାହୁକ, ଇଚ୍ଛାର ସାମ୍ରାଜ୍ୟ, କଥା ପଞ୍ଚବିଂଶତି ପରି ଚାରିଖଣ୍ଡ ଗଳ୍ପ ସଙ୍କଳନ, ବନ ବିହଙ୍ଗୀ, ନୀଳହ୍ରଦର ରକ୍ତ କମଳ ପରି ଦୁଇଗୋଟି ଉପନ୍ୟାସ,ସ୍ବର ସାଧକ, ଗ୍ରନ୍ଥବିଳାସ ପରି ସମାଲୋଚନା ସାହିତ୍ୟ, ଜହ୍ନ ସବୁ କଥା ଜାଣେ, ବେଳାଭୂମି, ନୀଳ ଉପତ୍ୟକା, ମଙ୍ଗଳ ଆଳତି ଭଳି ଏକାଧିକ ସଙ୍ଗୀତ ସିଡୀରେ ସେ ଦେଇ ସାରିଛନ୍ତି ତାଙ୍କ ଗୀତିକାର ହୃଦୟର ଅଭୁଲା ସ୍ବାକ୍ଷର । ସାରଙ୍ଗଧର ରାୟଗୁରୁ, ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ପରେଶ ଦାଶ, ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଭଳି ପ୍ରଖ୍ୟାତ ମଣିଷ ତାଙ୍କ ଲେଖାକୁ ଇଂଲିଶରେ ଅନୁବାଦ କରି ତାଙ୍କ ସର୍ଜନା ପାଇଁ ଆନ୍ତର୍ଜାତିକ ପ୍ରସିଦ୍ଧି ଆଣିଛନ୍ତି । ଅନ୍ନପୂର୍ଣ୍ଣାଠାରୁ ଆରମ୍ଭ କରି ସାରା ଓଡ଼ିଶାର ପ୍ରସିଦ୍ଧ ରଙ୍ଗମଞ୍ଚଗୁଡ଼ିକରେ ତାଙ୍କର ଅନେକ ନାଟକ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ହୃଦୟରେ ଘର କରି ରହିଯାଇଛି ।

ସେହିପରି ଗୋଟିଏ ଗୁଳି ବାଜି, ଧଳାଟୋପି କଳା ରୁମାଲ ଭଳି ନାଟକ ଯନ୍ତ୍ରସ୍ଥ ହୋଇରହିଛି । ତାଙ୍କର କବିତା ପାଠକ ତଥା ସମାଲୋଚକଙ୍କଠାରୁ ଯେତିକି ଶ୍ରଦ୍ଧା ଓ ସମ୍ମାନ ପାଇଛି, ତାଙ୍କ ରଚିତ ଗୀତ ବାଣିଜୟୀ ରାମ, ଚିତ୍ତରଞ୍ଜନ ଜେନା, ମହାପ୍ରସାଦ କରଙ୍କଠାରୁ ଅଶୋକ ମହାନ୍ତି, ଅଞ୍ଜଳି ମିଶ୍ର ଓ ଶ୍ରେୟସୀ ଦାସଙ୍କ କଣ୍ଠରେ ଗାନ କରାଯାଇ ସେତିକି ଲୋକପ୍ରିୟତା ଅର୍ଜନ କରିଛି ।

ମିଶ୍ର ନିଜେ ଜଣେ ଭଲ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ । ଅନାମ କାବ୍ୟ ଆନ୍ଦୋଳନ ସହ ତାଙ୍କର ସମ୍ପର୍କ ଓଡ଼ିଆ କବିତା କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ବିଖ୍ୟାତ ସମାଲୋଚକ ସୁରେନ୍ଦ୍ର ମହାନ୍ତି ତାଙ୍କ କାବ୍ୟ ଦକ୍ଷତାକୁ ନେଇ ଗଭୀର ଆସ୍ଥା ପ୍ରକଟ କରିଥିଲେ ।

ହରିହର ମିଶ୍ରଙ୍କ ନାଟକଗୁଡ଼ିକରେ ଇତିହାସ ଓ ସାମାଜିକ ବାସ୍ତବତା ଉଭୟର ସମନ୍ବୟ ଦେଖିବାକୁ ମିଳେ । ଉଭୟ ଆଙ୍ଗିକ ଓ ଆତ୍ମିକ ଦିଗରୁ ଯଥେଷ୍ଟ ଶକ୍ତିଶାଳୀ ତାଙ୍କର ଗଳ୍ପସମୂହ । ପୁରୀ ସଂସ୍କୃତିର ପ୍ରତିଫଳନ ତାଙ୍କ ସାହିତ୍ୟକୁ ଏକ ବିଶେଷ ଆୟତନ ଦିଏ । ସାହିତ୍ୟ ସୃଷ୍ଟି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ଏକାଡେମୀ, ତିନି ତିନିଥର ଝଙ୍କାର ବିଷୁବ ସମ୍ମାନ, ସାରଳା ପୁରସ୍କାର, କାନ୍ତକବି ଲକ୍ଷ୍ମୀକାନ୍ତ ସମ୍ମାନ, ପଣ୍ଡିତ ଗୋଦାବରୀଶ ସମ୍ମାନ, ଗଙ୍ଗାଧର ମେହେର ସମ୍ମାନ, ସଚ୍ଚି ରାଉତରାୟ ସମ୍ମାନ, ବ୍ରଜନାଥ ବଡ଼ଜେନା ସମ୍ମାନ, ଅତିବଡ଼ୀ ସମ୍ମାନ, ଟାଇମ୍‌ସ ଅଫ୍‌ ଇଣ୍ଡିଆ ସମ୍ମାନ, ଧରିତ୍ରୀ ସମ୍ମାନ, ଭାନୁଜୀ ରାଓ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ଭଳି ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । ତାଙ୍କ ସର୍ଜନାର ନିଷ୍ଠାପର ଆକଳନର ଆବଶ୍ୟକତା ରହିଛି ।
-ମାନମୟୀ ରଥ, ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri