ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର

ଅଲ୍‌ଟାଇମ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ଭେଲ୍‌ଭେଟ୍‌ ଆଉଟ୍‌ଫିଟ୍‌। ତେବେ ଏହାର ଯେ କେବଳ ଆଉଟ୍‌ଫିଟ୍‌ ଆସିଥାଏ ତାହା ନୁହେଁ, ଏହି ମ୍ୟାଟେରିଆଲ୍‌ର ଖୁବ୍‌ ସୁନ୍ଦର ସୁନ୍ଦର ଫୁଟ୍‌ଓ୍ବେର୍‌ ବି ଏବେ ମିଳିଲାଣି, ଯାହାକୁ ପାର୍ଟି, ଫଙ୍କଶନ୍‌ ହେଉ ଅବା ଆଉଟିଂ ଏପରି କି ଅଫିସକୁ ବି ପିନ୍ଧି ଯାଇହେବ। ଜାଣନ୍ତୁ ସେମିତି କେତୋଟି ଆକର୍ଷଣୀୟ ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର୍‌ ସମ୍ପର୍କରେ…

ଭେଲ୍‌ଭେଟ୍‌ ହିଲ୍ସ: ପାର୍ଟି ପାଇଁ ଏହି ଫୁଟ୍‌ଓ୍ବେର୍‌ ପରଫେକ୍ଟ ଲୁକ୍‌ ଦେଇଥାଏ। ଆପଣ ଚାହିଁଲେ ଯେକୌଣସି ଡାର୍କ କଲର୍‌ର ଭେଲ୍‌ଭେଟ୍‌ ହିଲ୍ସ ଏଥିପାଇଁ ଟ୍ରାଏ କରିପାରିବେ। ଖାସ୍‌କରି ଲଙ୍ଗ୍‌ ଡ୍ରେସ୍‌ ସହ ଏହି ହିଲ୍ସ ପିନ୍ଧିଲେ ପ୍ରିନ୍‌ସେସ୍‌ ଲୁକ୍‌ ମିଳିଥାଏ। ଜିନ୍ସ ସହ ମଧ୍ୟ ଏହାକୁ ପିନ୍ଧାଯାଇପାରେ।

ଭେଲ୍‌ଭେଟ୍‌ ବୁଟ୍ସ: ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ଏହି ବୁଟ୍ସ। ଏହାର ମଧ୍ୟ ଅନେକ ଭେରାଇଟି ଆସିଥାଏ। ତନ୍ମଧ୍ୟରୁ ଆଙ୍କେଲ୍‌ ଲେଙ୍ଗ୍‌ଥ ବୁଟ୍‌ ଅନ୍ୟତମ। ଏହାକୁ ଆପଣ ଆଉଟିଂ ହେଉ ଅବା ପାର୍ଟି, ଫଙ୍କଶନ୍‌ରେ ବି ପିନ୍ଧିପାରିବେ। ନି ଲେଙ୍ଗ୍‌ଥ ଜିନ୍ସ ହେଉ ଅବା ଓ୍ବାନ୍‌ ଥାର୍ଡ କିମ୍ବା ଆଙ୍କେଲ୍‌ ଲେଙ୍ଗ୍‌ଥ ଜିନ୍ସ ସହ ଏହାକୁ ପିନ୍ଧିଲେ ଭଲ ମାନିଥାଏ। ଆଉ ଯେଉଁମାନେ ଟିକେ ମଡର୍ନ ଲୁକ୍‌ ଚାହାନ୍ତି, ସେମାନେ ଚାହିଁଲେ ଶଟର୍‌ସ ସହ ମଧ୍ୟ ଏହାକୁ ଟ୍ରାଏ କରିପାରିବେ।

ଫ୍ଲାଟ୍‌ ଷ୍ଟାଇଲ୍‌ ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର୍‌: କାଜୁଆଲ୍‌ ଲୁକ୍‌ ଚାହୁଁଥିଲେ ଆପଣ ବକଲ୍‌ବାଲା ଫ୍ଲାଟ୍‌ ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର୍‌ କ୍ୟାରି କରିପାରିବେ। ଏହାକୁ ଜିନ୍ସ, ସ୍କର୍ଟ ଅବା ଡ୍ରେସ୍‌୍‌ ସହ ମଧ୍ୟ ମ୍ୟାଚିଂ କରି ପିନ୍ଧିପାରିବେ।

ଭେଲ୍‌ଭେଟ୍‌ ଲୋଫର୍ସ: କୁଲ୍‌ କାଜୁଆଲ୍‌ ଲୁକ୍‌ ଦେଇଥାଏ ଲୋଫର୍ସ। ଆଉ ଯଦି କଥା ଭେଲ୍‌ଭେଟ୍‌ ଲୋଫର୍ସର ଉଠେ, ତା’ହେଲେ ତ ଖୁସିର ସୀମା ରହେନାହିଁ। ଖାସ୍‌ କରି ଜିନ୍ସ ସହ ଏହି ମ୍ୟାଟେରିଆଲ୍‌ର ଲୋଫର୍ସ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

ଭେଲ୍‌ଭେଟ୍‌ ସ୍ନିକର୍ସ: ଯୁବତୀମାନେ ଚାହିଁଲେ ଭେଲ୍‌ଭେଟ୍‌ ସ୍ନିକର୍ସ ମଧ୍ୟ ଟ୍ରାଏ କରିପାରିବେ। କାରଣ ଏହା ଟ୍ରେଣ୍ଡି ଲୁକ୍‌ ଦେଇଥାଏ। କୁଆଡ଼େ ବୁଲିଗଲାବେଳେ ଏହାକୁ ପିନ୍ଧିଲେ କମ୍ଫର୍ଟେବଲ୍‌ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଅଗଷ୍ଟ ୧୫ରୁ ଗ୍ରହଙ୍କ ଶୁଭ ସଂଯୋଗ, ଧନୁ-ମକର ସମେତ ୫ ରାଶିଙ୍କ ବଢିବ ବ୍ୟାଙ୍କ୍‌ ବାଲାନ୍ସ, ମାଲାମାଲ୍‌ ହେବେ…

ଆଜି ଶନିବାର ସନ୍ଧ୍ୟା ୪ଟା ୫୧ ମିନିଟ୍‌ରେ ବୁଧ ଏବଂ ଗୁରୁ (ବୃହସ୍ପତି) ଦୁଇ ଗ୍ରହ ୦ ଡିଗ୍ରୀରେ ଉପସ୍ଥିତ ରହିବେ। କର୍କଟ ରାଶିରେ ଏହି ଦୁଇ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri