![](https://www.dharitri.com/wp-content/uploads/2024/05/4-14-1568x882.jpg)
ଭୁବନେଶ୍ୱର,୫।୫: ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା ଜାରି କରିଛି IMD। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରିବା ସହ ୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ର ନ ଯିବାକୁ ପରାମର୍ଶ ଦେଇଛି। ପାଣିପାଗ ବିଭାଗ ଅନୁସାରେ ୪୦ରୁ ୫୦ କିମି ବେଗରେ ପବନ ସହ ବଡ଼ ଜୁଆର ଆସିବା ସମ୍ଭାବନା ରହିଥିବା ସୂଚନା ମିଳିଛି।