ଷ୍ଟର୍ମି ହାରିଲେ ମାନହାନି ମାମଲା

ନ୍ୟୁୟର୍କ,୬ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଯୌନ ସମ୍ପର୍କ ଓ ମୁହଁ ବନ୍ଦ ପାଇଁ ହଶ୍‌ ମନି ପାଇଥିବା ସମ୍ପର୍କରେ ମୁହଁ ଖୋଲି ଚର୍ଚ୍ଚାକୁ ଆସିଥିବା ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ଏବେ ଚର୍ଚ୍ଚାରେ। ଟ୍ରମ୍ପ୍‌ଙ୍କ ବିରୋଧରେ କରିଥିବା ଏକ ମାନହାନି ମାମଲାରେ ଷ୍ଟର୍ମି ହାରିଯାଇଛନ୍ତି। ଏହି ମାମଲାରେ ଟ୍ରମ୍ପ୍‌ ଆଇନଗତ ବିଜୟ ହାସଲ କରିଛନ୍ତି। କାଲିଫର୍ନିଆର ନବମ ୟୁଏସ୍‌ ସର୍କିଟ୍‌ କୋର୍ଟ ଅଫ୍‌ ଅପିଲ ଟ୍ରମ୍ପ୍‌ଙ୍କ ଓକିଲଙ୍କୁ ୧୨୧,୦୦୦ରୁ ଊର୍ଦ୍ଧ୍ୱ ଡଲାର ପଇଠ କରିବା ପାଇଁ ଷ୍ଟର୍ମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଡଲ୍ଟ ଫିଲ୍ମ ଷ୍ଟାର ଷ୍ଟର୍ମି ୫୦,୦୦୦ ଡଲାର ଟ୍ରମ୍ପ୍‌ଙ୍କ ଓକିଲମାନଙ୍କୁ ପଇଠ କରୁଛନ୍ତି। ସଦ୍ୟ ରାୟକୁ ନେଇ ଟ୍ରମ୍ପ୍‌ଙ୍କ ଆଟର୍ନି ତଥା ଧିଲୋନ୍‌ ଲ’ ଗ୍ରୁପ୍‌ ମୁଖ୍ୟ ହରମିତ୍‌ ଧିଲୋନ୍‌ ଟୁଇଟ୍‌ କରି ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରକାଶ ଯେ, ଟ୍ରମ୍ପ୍‌ ମଙ୍ଗଳବାର ମାନ୍‌ହାଟ୍ଟନ୍‌ କ୍ରିମିନାଲ କୋର୍ଟରେ ଆମତ୍ସମର୍ପଣ କରିବା ସହ ନିଜ ବିରୋଧରେ ଆସିଥିବା ସମସ୍ତ ୩୪ ଅଭିଯୋଗ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଗୁଳି ମାରିଦେଲେ ସ୍ବାମୀ, ପୁଅ ହସ୍ତକ୍ଷେପ କରିବାରୁ ତାଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୭।୬: ଗୁରୁଗ୍ରାମର ଅଶୋକ ବିହାର କଲୋନୀରେ ଜଣେ ୫୦ବର୍ଷୀୟ ସୁରକ୍ଷା ଅଧିକାରୀ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଛନ୍ତି । ଘରୋଇ ବିବାଦ ପରେ, ଅଭିଯୁକ୍ତ…

ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…

ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି…

ଭାରତକୁ ବନ୍ଦ ହୋଇଯିବ କି LPG ଯୋଗାଣ? ହର୍ମୁଜରେ ଫସି ରହିଥିବା ଜାହାଜକୁ ନେଇ…

ନୂଆଦିଲ୍ଲୀ,୭।୬: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଫେବୃଆରୀ ୨୮, ୨୦୨୬ ରେ ଆରମ୍ଭ ହୋଇଥିଲା। ପ୍ରତିଶୋଧ ସ୍ବରୂପ, ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ରାସ୍ତାକୁ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ଆଳି ମର୍ଡର କେସ୍‌: ସିନ୍‌ ରିକ୍ରିଏଶନ କଲା ପୋଲିସ, ଘଟଣାସ୍ଥଳରୁ ଲୁହାରଡ୍‌ ସହ ୩ ଅଭିଯୁକ୍ତ ଦେଖାଇଲେ…

ଆଳି,୭ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି। ଜିଲା ପୋଲିସ…

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ଼ ଘଟଣା: ବାପି ସର୍ଖେଲଙ୍କୁ ଟାର୍ଗେଟ୍‌ କରି ଏକାଠି ହେଲେ…

ପାରାଦୀପ,୭ା୬(ଶରତ ରାଉତ): ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ଗତମାସ ୩୦ ତାରିଖରେ ପେଟ୍ରୋଲ ବୋମାମାଡ଼ ହୋଇଥିଲା। ଉକ୍ତ ଘଟଣାକୁ ନେଇ ରବିବାର ପାରାଦୀପ ରାଜନୀତି…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri