ବାତ୍ୟା ଭୟ: ଉପକୂଳରେ ହାଇଆଲର୍ଟ, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୋଗରାଇ,୨୫ା୫(ପ୍ରଦୀପ ଦାସ): ମଧ୍ୟବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ରେମାଲ’ ନାମକ ସାମୁଦ୍ରିକ ଝଡ଼ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳଆଡ଼କୁ ଘଣ୍ଟାକୁ ୧୭ କିମି ବେଗରେ ଉତ୍ତର ପୂର୍ବ ଆଡ଼କୁ ଗତି କରୁଥିବାର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଣିପାଗ ବିଭାଗ ଘନଘନ ସୂଚନା ଦେଉଛନ୍ତି। ଏଭଳି ସ୍ଥିତିରେ ୨ ରାଜ୍ୟ ପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ଜରୁରିକାଳୀନ ଭିତ୍ତିରେ ବ୍ୟାପକ ପ୍ରସ୍ତୁତି ନେଇଥିବାର ସୂଚନା ମିଳିଛି। ଏହି ବାତ୍ୟା ଓଡ଼ିଶାକୁ ବିଶେଷ ପ୍ରଭାବିତ କରି ନ ପାରେ ବୋଲି ପାଣିପାଗ ବୈଜ୍ଞାନିକମାନେ ଆକଳନ କରି କହୁଥିବା ବେଳେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲାରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଝଟ୍‌କା ପବନ ବହିବ ବୋଲି ସୂଚନା ଦେଉଛନ୍ତି।

ପାଣିପାଗ ବୈଜ୍ଞାନିକ ସୂଚନା ଆଧାରରେ ସ୍ବତନ୍ତ୍ର ରିଲିଫ କମିଶନର ଜିଲା ପ୍ରଶାସନକୁ କଡ଼ା ସତର୍କତା ଜାରି ରଖିବାକୁ ନିର୍ଦେଶ ଦେଇଛନ୍ତି। ବାତ୍ୟା ରବିବାର ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ସାଗରଦୀପ ଅତିକ୍ରମ କରି ବାଂଲାଦେଶ ଖେପୁପଡ଼ାରେ ମାଡ଼ ହେବା ସହିତ ଉତ୍ତର ପଶ୍ଚିମବଙ୍ଗକୁ ମୁହାଁଇବ ବୋଲି ଗଣମାଧ୍ୟମ ସୂଚନା ଦେଉଥିବାବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ଜିଲା ପ୍ରଶାସନ ପକ୍ଷରୁ ବାଲେଶର ଉପକୂଳ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଚୌମୁଖ, ଡଗରା, ବାହାବଳପୁର, କଷାଫଳ, ଚାନ୍ଦିପୁର ଓ ଗୋପାଳପୁର ସହିତ ପଶ୍ଚିମବଙ୍ଗ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣୀ, ପେଟୁଆ, ସାଗରଦୀପ ପ୍ରଭୃତି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡାକବାଜିଯନ୍ତ୍ର ଦ୍ୱାରା ମତ୍ସଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଉପକୂଳ ଶନିବାର ମଧ୍ୟାହ୍ନରୁ ଆକାଶ ମେଘାଛନ୍ନ ଓ ବର୍ଷା ଆରମ୍ଭ ହୋଇଛି। ଦୀଘାରେ ଏନ୍‌ଡିଆରଏଫ ପକ୍ଷରୁ ସମୁଦ୍ର ତଟରେ ରସିବାନ୍ଧି ପର୍ଯ୍ୟଟକଙ୍କୁ ଡାକବାଜିଯନ୍ତ୍ର ଦ୍ୱାରା ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଉଛି। ଦୀଘା ଉପକୂଳରେ ପ୍ରଶାସନ ହାଇଆଲର୍ଟ ଜାରି କରିଥିବା ବେଳେ ପାରାଦୀପ ବନ୍ଦରରୁ ତଟରକ୍ଷୀ ବାହିନୀକୁ ସମୁଦ୍ରରେ ସତର୍କ ରହିବାକୁ କୁହାଯାଇଛି । ସମୁଦ୍ରର ଉତ୍ତାଳ ଢେଉ କୂଳଆଡ଼କୁ ମାଡ଼ି ଆସି ତଟ ସୁରକ୍ଷା ପଥରବନ୍ଧରେ ମାଡ଼ କରୁଛି। ଗଭୀର ସମୁଦ୍ରରେ ମାଛ ମାରିବାକୁ ଯାଇଥିବା ବଡ଼ ଟ୍ରଲର ଓ ଛୋଟ ଡଙ୍ଗା କୂଳକୁ ଫେରି ସୁରକ୍ଷାସ୍ଥାନରେ ମତ୍ସଜୀବୀମାନେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri