ବାର୍ଦ୍ଧକ୍ୟର ଗତିରୋଧ

ଡା. ସମ୍ରାଟ କର

ଲୋଳିତ ଚର୍ମ, ହ୍ରାସ ପାଉଥିବା ସ୍ମୃତି ଶକ୍ତି, କର୍କଟ ଓ ହୃଦ୍‌ରୋଗର ଭୟ ସହ ବାର୍ଦ୍ଧକ୍ୟର ସ୍ପର୍ଶ ଆମ ସମସ୍ତଙ୍କ ଜୀବନରେ ଅବଶ୍ୟମ୍ଭାବୀ; ଯେଉଁଥିରୁ ବର୍ତ୍ତିବା ଅସମ୍ଭବ ନିଶ୍ଚୟ। ତଥାପି ହଜାର ହଜାର ବର୍ଷ ଧରି ମାନବ ଚେଷ୍ଟା କରି ଆସୁଛି ଏହି ବାର୍ଦ୍ଧକ୍ୟକୁ ଦୂରେଇ ରଖିବା ପାଇଁ। ଆମ ଦୈନନ୍ଦିନ ଜୀବନରେ ଆହାରର ମାତ୍ରାଧିକ ପ୍ରଭାବ ବାର୍ଦ୍ଧକ୍ୟର ଆଗମନ ଉପରେ ପ୍ରଭାବ ରଖିଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଆମ ଖାଦ୍ୟରେ ଥିବା ପୁଷ୍ଟିସାର ବା ପ୍ରୋଟିନ ଆମ ମଧ୍ୟରେ ବୃଦ୍ଧାବସ୍ଥାର ସଙ୍କେତଗୁଡ଼ିକୁ ଆଣିବାରେ ସହାୟକ ହୋଇଥାଏ ବୋଲି କିଛି ଦିନ ତଳେ କୋଲକାତା ବିଶ୍ୱବିଦ୍ୟାଳୟର ବାୟୋକେମେଷ୍ଟ୍ରି ବିଭାଗର ପ୍ରଫେସର ମ୍ରିଣାଳକାନ୍ତି ପୋଦ୍ଦାର ନିଜ ଗବେଷଣାରୁ ଜାଣିପାରିଛନ୍ତି। ପୋଦ୍ଦାର ହେଉଛନ୍ତି ପ୍ରଥମ ବୈଜ୍ଞାନିକ ଯିଏ ହେଉଛନ୍ତି ଆମ ଖାଦ୍ୟରେ ଥିବା ପ୍ରୋଟିନ, ଆମ ହରମୋନ, ସ୍ନାୟୁତନ୍ତୁ ତଥା ରୋଗପ୍ରତିରୋଧକ ଶକ୍ତି ମଧ୍ୟରେ ଥିବା ନିବିଡ଼ ଗୂଢ଼ ସମ୍ପର୍କକୁ ସୂଚାଇ ପାରିଛନ୍ତି ବୈଜ୍ଞାନିକ ଭିତ୍ତିରେ। ତାଙ୍କ ଗବେଷଣାଲବ୍ଧ ତଥ୍ୟ ସୂଚିତ କରୁଛି କି ଯେ ଖାଦ୍ୟରେ ଅତ୍ୟଧିକ ପ୍ରୋଟିନର ଅବସ୍ଥିତି ବାର୍ଦ୍ଧକ୍ୟର ସଙ୍କେତଗୁଡ଼ିକର ଦ୍ରୁତ ଆଗମନରେ ସହାୟକ ହୁଏ। ପୋଦ୍ଦାର କହିଛନ୍ତି, ଦେହର କର୍ଟିକଷ୍ଟେରୋନ ମାତ୍ରା ମସ୍ତିଷ୍କରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଦର୍ଶାଏ। କର୍ଟିକଷ୍ଟେରୋନର କ୍ଷରଣକୁ ମସ୍ତିଷ୍କର ହାଇପୋଥାଲାମସ ନିୟନ୍ତ୍ରଣ କରେ। ମାନସିକ ଚାପ ଓ ପରିଶ୍ରମ ବୃଦ୍ଧି ପାଇଲେ ହାଇପୋଥାଲାମସ ମସ୍ତିଷ୍କରେ ଅବସ୍ଥିତ ପିଟ୍ୟୁଟାରି ଗ୍ଲାଣ୍ଡକୁ ଏକ ବିଶେଷ ପ୍ରକାରର ହରମୋନ କ୍ଷରଣ କରିବାକୁ ନିର୍ଦ୍ଦେଶ ଦିଏ, ଯାହା ଆମର ଆଡ୍ରେନାଲ ଗ୍ରନ୍ଥିକୁ ପ୍ରଭାବିତ କରେ। ଏହାପରେ ଆଡ୍ରେନାଲ ଗ୍ରନ୍ଥି କର୍ଟିକଷ୍ଟେରୋନ କ୍ଷରଣ କରିବା ଆରମ୍ଭ କରିଦିଏ। ତେଣୁ ଏହା ନିଶ୍ଚିତ ଯେ ବୟସ୍କ ଲୋକମାନେ ମାତ୍ରାଧିକ ପ୍ରୋଟିନ ଖାଇବା ଦ୍ୱାରା ନିଜର ରୋଗ ପ୍ରତିରୋଧକ ଶକ୍ତି କମାଇ ଚାଲନ୍ତି। ପ୍ରଫେସର ପୋଦ୍ଦାର ମସ୍ତିଷ୍କରେ ଥିବା ଅନ୍ୟ ଦୁଇଟି ରସାୟନ ଯଥା ଗାବା ଓ ଗ୍ଲୁଟାମେଟରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଦୁଇ ରସାୟନର ପରିମାଣ ବୟସ ସହ ପରିବର୍ତ୍ତିତ ହୁଏ ଓ ଏହି ଉପାଦାନଗୁଡ଼ିକ ମସ୍ତିଷ୍କ ମଧ୍ୟରେ ସଞ୍ଚାର ବ୍ୟବସ୍ଥାରେ ସହାୟତା କରନ୍ତି। ସନ୍ତୁଳିତ ଆହାର ଗ୍ରହଣ କରୁଥିବା ବୟସ୍କମାନଙ୍କ କ୍ଷେତ୍ରରେ ମସ୍ତିଷ୍କରେ ଗୋବାର ପରିମାଣ ବୃଦ୍ଧି ପାଏ ଓ ଏହା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ସେହିଭଳି କମ୍‌ ପ୍ରୋଟିନ ଥିବା ଖାଦ୍ୟ ବୟସ୍କ ଜୀବଜନ୍ତୁମାନଙ୍କ ମସ୍ତିଷ୍କରେ ଗ୍ଲୁଟାମେଟର କାର୍ଯ୍ୟକ୍ଷମତା ହ୍ରାସକରେ ଏବଂ ବାର୍ଦ୍ଧକ୍ୟର ସଂକେତଗୁଡ଼ିକୁ ଦୂରେଇବାରେ ସହାୟକ ହୁଏ। ଏଥିରୁ ଏହା ସ୍ପଷ୍ଟ ଯେ ରୋଗ ପ୍ରତିରୋଧକ ଶକ୍ତି, ସ୍ନାୟୁତନ୍ତୁ ଓ ଖାଦ୍ୟରେ ପ୍ରୋଟିନର ମାତ୍ରା ଅଙ୍ଗାଙ୍ଗୀ ଭାବେ ଜଡ଼ିତ କୁହନ୍ତି ପ୍ରଫେସର ପୋଦ୍ଦାର। ବର୍ତ୍ତମାନ ଯାଏ ସେ ଜୀବଜନ୍ତୁମାନଙ୍କ ଉପରେ ନିଜ ପରୀକ୍ଷାଗୁଡ଼ିକୁ କରିଥିଲେ ମଧ୍ୟ ମାନବମାନଙ୍କ କ୍ଷେତ୍ରରେ ମଧ୍ୟ ଠିକ୍‌ ଏକା ପ୍ରକ୍ରିୟା ଦେଖାଯିବ ବୋଲି ଦୃଢ଼ ନିଶ୍ଚିତ। ଭବିଷ୍ୟତରେ ମଣିଷଙ୍କୁ ନେଇ ସେ ଏହି ଅନୁଧ୍ୟାନ ମଧ୍ୟ କରିବା ପାଇଁ ଯାଉଛନ୍ତି। ପ୍ରଫେସର ପୋଦ୍ଦାର କୁହନ୍ତି, ବୟସ୍କ ଲୋକମାନେ ନିଜ ଖାଦ୍ୟରେ ପ୍ରୋଟିନର ମାତ୍ରାକୁ କମାଇ ବାର୍ଦ୍ଧକ୍ୟର ଆଗମନକୁ କିଛିଟା ଧିମେଇ ଦେଇପାରିବେ।
ପୋଦ୍ଦାରଙ୍କ ମତରେ ଆମିଷରେ ଥିବା ପ୍ରୋଟିନ ବାର୍ଦ୍ଧକ୍ୟର ସଙ୍କେତଗୁଡ଼ିକୁ ଉଜାଗର କରିବାରେ ଅଧିକ ସହାୟକ ହୁଏ ଏବଂ ଏହା ହୁଏତ ବୟସ୍କମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଏ। ଆମେ ଆମିଷ ଓ ନିରାମିଷ ଦୁଇଟି ଯାକ ଖାଦ୍ୟ ସ୍ରୋତରୁ ପ୍ରୋଟିନ ପାଉ। ମାଛ, ମାଂସ, ଅଣ୍ଡା, କ୍ଷୀର, ଡାଲି, ସୋୟବିନ ଇତ୍ୟାଦିରୁ ପ୍ରୋଟିନ ମିଳେ। ବିଜ୍ଞାନୀମାନଙ୍କ ମତରେ ବୟସ୍କମାନଙ୍କ ପାଇଁ ମାଂସ ଓ ଅଣ୍ଡା ସବୁଠାରୁ ଅଧିକ କ୍ଷତିକାରକ। ତେଣୁ ଆମିଷ ପ୍ରତି ଆକୃଷ୍ଟ ହେଉଥିବା ବୟସ୍କମାନେ ମାଂସ ଓ ଅଣ୍ଡା ସ୍ଥାନରେ ମାଛ ଖାଇବା ଉଚିତ। ମାଛରେ ଓମେଗା-ଥ୍ରୀ ଫ୍ୟାଟି ଏସିଡ୍‌ ଥିବା ହେତୁ ଏହା ହୃଦ୍‌ରୋଗର କାରଣଗୁଡ଼ିକୁ ପ୍ରତିହତ କରିବାରେ ସହାୟକ ହୁଏ ଓ ରୋଗ ପ୍ରତିରୋଧକ ଶକ୍ତିକୁ କିଛି ପରିମାଣରେ ବୃଦ୍ଧି କରିବାରେ ସହାୟକ ହୁଏ। କିନ୍ତୁ କମ୍‌ ପ୍ରୋଟିନ ଥିବା ଅଧିକା ଶାକ୍‌ସବ୍‌ଜି ଯୁକ୍ତ ଆହାର ବୟସ୍କମାନଙ୍କ ପାଇଁ ସବୁଠାରୁ ଅନୁକୂଳ। ଆମେରିକାର ଇନ୍‌ଷ୍ଟିଚ୍ୟୁଟ ଅଫ ଏଜିଂ ଆଣ୍ଡ ଲଙ୍ଗଜିଭିଟିର ଗବେଷଣା ଅନୁଯାୟୀ ବାର୍ଦ୍ଧକ୍ୟ ଉପନୀତ ହେଲେ ଖାଦ୍ୟ ପ୍ରତି ସଜାଗ ନ ହେଲେ ମାନସିକ ଶକ୍ତି ହ୍ରାସ ପାଏ। ଏହି ସଂସ୍ଥାନ ବୟସ୍କ ଲୋକମାନଙ୍କୁ ନିଜ ଖାଦ୍ୟରେ ଆମିଷର ମାତ୍ରା କମାଇ ଅଧିକ ଫଳ ଓ ପରିବା ଖାଇବା ପାଇଁ ଉପଦେଶ ଦିଏ। ପୋର୍ଦ୍ଦାରଙ୍କ ଗବେଷଣା ସମ୍ପୂର୍ଣ୍ଣ ହେଲା ପରେ ହୁଏତ ସାରା ବିଶ୍ୱର ପଥ୍ୟ ବିଜ୍ଞାନୀମାନେ ବୟସ୍କମାନଙ୍କୁ ପ୍ରୋଟିନ ଗ୍ରହଣ କରିବା ସଂକ୍ରାନ୍ତରେ ଉପଦେଶ ଦେବେ।
ମାନସିକ ରୋଗ ବିଶେଷଜ୍ଞ
ମୋ: ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri