ଗଣତନ୍ତ୍ରର ଅଧୋଗତି

ଫେଡେରିକୋ ଫୁବିନି

ପାଶ୍ଚାତ୍ୟର ସବୁ ଦେଶରେ ଏବେ ଅନୁଦାର ବା ନୀଚମନା ରାଜନେତାଙ୍କ ଆବିର୍ଭାବ ଗଣତନ୍ତ୍ରର ଭବିଷ୍ୟତକୁ ଧ୍ୱଂସମୁଖକୁ ଠେଲିଦେଇଛି। ପ୍ରଥମେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଥା ବିଚାରକୁ ନିଆଯାଉ। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ହୋଇ ତାହାକୁ ଓଲଟପାଲଟ କରିବାକୁ ଚେଷ୍ଟାକରି ବିଫଳହେବା ପରେ ସେ କୌଶଳକ୍ରମେ ୨୦୨୫ରେ ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଚାହଁୁଛନ୍ତି। ଫ୍ରାନ୍ସରେ ଦୁଇଜଣ ଚରମ ଦକ୍ଷିଣପନ୍ଥୀ ନେତା ଏବେ ରାଷ୍ଟ୍ରପତି ଦୌଡରେ ରହିଛନ୍ତି। ସେହିଭଳି ଇଟାଲୀରେ ଲିଗ୍‌ର ମାଟେଓ ସାଲ୍‌ଭିନି ଓ ବଦର୍ସ ଅଫ୍‌ ଇଟାଲୀ ପାର୍ଟିର ଜର୍ଜିଆ ମେଲୋନି ୨୦୨୩ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ପ୍ରତିଯୋଗୀ ହେବାର ସମ୍ଭାବନା ରହଛି। ଆମେରିକାରେ ଦକ୍ଷିଣପନ୍ଥୀ ରାଜନୈତିକ ଓ ମିଡିଆ କର୍ମୀମାନଙ୍କ ଭଳି ସାଲ୍‌ଭିନି, ମେଲୋନି ଏବଂ ଫ୍ରାନ୍ସର ଦକ୍ଷିଣପନ୍ଥୀ ନ୍ୟାଶନାଲ ରାଲିର ମ୍ୟାରିନି ଲି ପେନ୍‌ ହଙ୍ଗେରିର ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କୁ ସାଧାରଣରେ ଗଭୀର ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏଥିରୁ ସେମାନଙ୍କ ଇଚ୍ଛା କ’ଣ ରହିଛି ତାହା ଜଣାପଡ଼ୁଛି। ସେମାନେ ଶୀର୍ଷ ପଦବୀରେ ବସିବାର ସୁଯୋଗ ପାଇଲେ ଭିକ୍ଟରଙ୍କ ଉଦାରତାବିହୀନ ଶାସନ ଗ୍ରହଣ କରିବା ମନୋଭାବ ସ୍ପଷ୍ଟ ହେଉଛିି।
ଅତୀତର ବହୁ ଅନୁଭୂତିରୁ ଜଣାପଡେ ଯେ, ଭବିଷ୍ୟତରେ ଗଣତନ୍ତ୍ର ପ୍ରତି ବିଦପ ଘନୀଭୂତ ହେବାକୁ ଯାଉଛି। ଫାସିବାଦର ବିପଦ ସମ୍ପର୍କରେ ଆମେ ପୂର୍ବଜଙ୍କଠାରୁ ଶିକ୍ଷା କରିଛେ ଏବଂ ଗତ କିଛି ବର୍ଷ ମଧ୍ୟରେ ଗଣତାନ୍ତ୍ରିକ ପଦ୍ଧତିରେ ଏକଚ୍ଛତ୍ରବାଦୀ ନେତାମାନେ ହଠାତ୍‌ କ୍ଷମତାକୁ ଆସିବା ପରେ କିଭଳି ସାମ୍ବିଧାନିକ ନିୟମ ଓ ସଂସ୍ଥାଗୁଡ଼ିକ ଧରାଶାୟୀ ହୋଇଛି ତାହା ଆମେ ଦେଖିଛେ। ଏକଚ୍ଛତ୍ରବାଦ ପ୍ରତିଷ୍ଠା ପାଇଁ ଏବେ ଆପଣାଯାଉଥିବା ନିର୍ବାଚନ ଢାଞ୍ଚା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବାର ଏକ ଲକ୍ଷଣ ବୋଲି କୁହାଯାଇପାରେ। କିନ୍ତୁ ଆମେ ଗଣତନ୍ତ୍ରର ଅଧଃପତନକୁ ନେଇ ଚିନ୍ତା ପ୍ରକଟ କରୁଛୁ କି? ଅବଶ୍ୟ ଏବେ ଗଣତନ୍ତ୍ରରୁ ଓକ୍ଲୋକ୍ରାସି ବା ମବ୍‌ ରୁଲ୍‌ (ଆଇନଗତ କ୍ଷେତ୍ର ବାହାରେ ଲୋକଙ୍କ ମାଧ୍ୟମରେ ହିଂସା ଓ ଧମକ ଦେଇ ଶାସନ କରିବାର ଧାରା)ରେ ଲୋକମାନଙ୍କ ଜୀବନ ଜୀବିକା ପ୍ରତି ଅଧିକ ବିପଦ ରହିଛି। ମବ୍‌ ରୁଲ୍‌କୁ ଦର୍ଶାଇବା ଲାଗି ଓକ୍ଲୋକ୍ରାସି ଶବ୍ଦ ଗ୍ରୀକ୍‌ ଏ୍ୟତିହାସିକ ପୋଲିବିୟସ ପ୍ରଥମେ ଲୋକଲୋଚନକୁ ଆଣିଥିଲେ। ରାଜନେତାମାନେ ଶସ୍ତା ଉପହାର ଏବଂ ପ୍ରଲୋଭନକାରୀ କଥା କହି ଭୋଟରମାନଙ୍କୁ ଆକର୍ଷିତ କରିବା ଧାରାରୁ ଓକ୍ଲୋକ୍ରାସିର ଜନ୍ମ। କେବେ ବି ଅଗଣତାନ୍ତ୍ରିକ ଶାସନର ଦମନ ଓ ନିର୍ଯାତନା ଅନୁଭବ କରି ନ ଥିବା ଲୋକମାନଙ୍କୁ ଆକର୍ଷିତ କରିବା ସହଜ ହୋଇଥାଏ ବୋଲି ପୋଲିବିୟସ କହିଛନ୍ତି। ତାଙ୍କ ମତରେ କ୍ଷତିକାରକ ମବ୍‌ ରୁଲ୍‌ର ଧାରାକୁ ଅନୁଭବ କରିଥିତ୍ବା ଲୋକମାନଙ୍କ ମଧ୍ୟରୁ ଯେଉଁ କେତେଜଣ ରହନ୍ତି ସେମାନେ ସରକାରଙ୍କ ସମାନତା ଏବଂ ସ୍ବାଧୀନତାର ଗଣତାନ୍ତ୍ରିକ ଢାଞ୍ଚାରେ ଖୁବ୍‌ ଖୁସି ହୁଅନ୍ତି। କିନ୍ତୁ ସେମାନଙ୍କ ପରେ ଯଦି ନୂତନ ପିଢିଙ୍କ ହାତରେ ଗଣତନ୍ତ୍ର ରହେ ସେମାନେ ସ୍ବାଧୀନତା ଏବଂ ସମାନତା ସହ ଅଭ୍ୟସ୍ତ ହେଲେ ମଧ୍ୟ ତାହାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁି। ଏଣୁ ସେମାନେ କ୍ଷମତା ଆଶା କରି ନ ପାଇଲେ ଦେଶ ଓ ଲୋକଙ୍କର କ୍ଷତି କରନ୍ତି। ଏହାଦ୍ୱାରା ଗଣତନ୍ତ୍ର ଧ୍ୱଂସ ହୋଇ ବଳ ଓ ହିଂସାର ଶାସନରେ ପରିବର୍ତ୍ତନ ହୋଇଥାଏ।
ସାଧାରଣ ମାନସିକତା ସବୁବେଳେ ପରିବର୍ତ୍ତନ ହେବା ଏବଂ ଏହାକୁ ସହଜରେ ନିୟନ୍ତ୍ରଣ କରାଯିବା ଯୋଗୁ ଗଣତନ୍ତ୍ର ପ୍ରତି ଅଧିକ ବିପଦ ଆସେ ବୋଲି ପୋଲିବିୟସ କହିଥିଲେ। ତାଙ୍କ ପୂର୍ବରୁ ପ୍ଲାଟୋ ଏବଂ ଆରିଷ୍ଟୋଟଲ ଏହା ସହ ଏକମତ ଥିଲେ। ଏବେ ଆମ ସମୟରେ ଏହାକୁ ଆମେ ପପୁଲିଜମ୍‌ (ଲୋକପ୍ରିୟ ନେତା ବା ତାଙ୍କ ନୀତିକୁ ସମର୍ଥନ କରିବା ଧାରା) କହୁଛେ, ଯାହାଦ୍ୱାରା ଆମେ ଗଣତାନ୍ତ୍ରିକ ଅଧୋଗତି ପାଇଁ ସବୁ ଦୋଷକୁ ଟ୍ରମ୍ପ୍‌, ଲି ପେନ୍‌ ଏବଂ ସାଲଭିନିଙ୍କ ଭଳି ଲୋକପ୍ରିୟ ନେତାଙ୍କ ଉପରକୁ ଠେଲି ଦେଉଛେ। ଏହି ରାଜନେତାମାନେ ବିଦେଶରୁ ଆସି ତାଙ୍କ ଦେଶରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଭୟସୃଷ୍ଟି କରିବା ଏବଂ ଜନମତର ଧ୍ରୁବୀକରଣ କରିଛନ୍ତି। ମାଗଣାରେ ସେମାନେ ଏହା କରିନାହାନ୍ତି। ସେମାନେ ଭୋଟରମାନଙ୍କୁ ଆକର୍ଷିତ କରି ରାଜନୈତିକ ଫାଇଦା ଲାଗି ଏହା କରିଛନ୍ତି। ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ ପାର୍ଟି ପ୍ରଥମେ ବ୍ରେକ୍‌ଜଟ୍‌ ସମ୍ପର୍କରେ ମିଥ୍ୟା ପ୍ରଚାର କରିବା ପରେ ୟୁରୋପିଅନ ୟୁନିୟନରୁ ବାହାରି ଆସିବା ଲାଭଦାୟକ ବୋଲି ସାଧାରଣରେ ଭ୍ରାନ୍ତ ଧାରଣା ଖେଳାଇଛି।
ଇଟାଲୀରେ ଗଣତନ୍ତ୍ରର ସ୍ଥିତି ସେତେ ଭଲ ନାହିଁ। ସେଠାରେ କୌଣସି ମୁଖ୍ୟଧାରାର ପାର୍ଟିରେ ନୂଆ ନେତା ଚୟନ କରିବା କିମ୍ବା ଏକ ନୀତିଗତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ କୌଣସି ବିଶ୍ୱସନୀୟ ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ପଦ୍ଧତି ନାହିଁ। ଏମାନେ ଏତେ ଦୟନୀୟ ସ୍ଥିତିରେ ରହିିଛନ୍ତି ଯେ,ଜଟିଳ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ନିୟମିତ ଟେକ୍ନୋକ୍ରାଟ୍‌ଙ୍କ ସହଯୋଗ ଲୋଡୁଛନ୍ତି। ୨୦୧୧-୧୩ରେ ପ୍ରଧାନମନ୍ତ୍ରୀ ମାରିଓ ମୋଣ୍ଟିଙ୍କ ସମୟରେ ଏଭଳି ହୋଇଥିଲା। ଏବେ ଦେଶର ମୁଖ୍ୟ ଚୟନ କରିବା ଲାଗି ପାର୍ଟି ପାର୍ଟି ମଧ୍ୟରେ ଓ ପାର୍ଟି ଭିତରେ ବାଦବିବାଦ ଲାଗିରହିବା ଏହାର ସଦ୍ୟତମ ଦୃଷ୍ଟାନ୍ତ। ଇଟାଲୀର ରାଜନୈତିକ ବର୍ଗ କେତେ ଅକ୍ଷମ ତାହା ଏଥିରୁ ପ୍ରକାଶ ପାଇଛି। କେବଳ ରାଷ୍ଟ୍ରପତି ସର୍ଗିଓ ମ୍ୟାଟେରେଲାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ପୁନର୍ବାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବା ପାର୍ଟିଗୁଡ଼ିକରେ ଥିବା ବିରୋଧାଭାବକୁ ହଟାଇପାରିବ କି।
ଗଣତାନ୍ତ୍ରିକ ଅଧୋଗତିର ଦ୍ୱିତୀୟ ପ୍ରମୁଖ ଲକ୍ଷଣ ହେଉଛି ମିଡିଆର ଅଧଃପତନ। ମିଡିଆ ସଂସ୍ଥାଗୁଡ଼ିକ ପକ୍ଷପାତୀ ଓ ଧ୍ରୁବୀକୃତ ହେଲେ କିମ୍ବା ଶେୟାର ମାର୍କେଟ ପାଇବା ଲାଗି ସମ୍ବେଦନବାଦ ଏବଂ ଭୟ ପ୍ରୟାଗ କଲେ ଗଣତନ୍ତ୍ର ଗଭୀର ଭାବେ ପ୍ରଭାବିତ ହୋଇଥାଏ। ଯେତେବେଳେ ଏକ ସମାଜ ରାଜନୈତିକ ଧ୍ରୁବୀକରଣ ପଞ୍ଝାରେ ରହେ ସେତେବେଳେ ପ୍ରକାଶକ ଏବଂ ସମ୍ପାଦକମାନେ ସମ ଚିନ୍ତାଧାରା ଲୋକମାନଙ୍କ ଠାରୁ ବ୍ୟବସାୟିକ ସୁଯୋଗ ନେବା ପାଇଁ ଆଗକୁ ବଢ଼ନ୍ତି। ଫଳରେ ବ୍ୟାବସାୟିକ ଢାଞ୍ଚାରେ ଏକ ବିସ୍ପୋରକ ସ୍ଥିତି ସୃଷ୍ଟି ହୋଇଥାଏ। ଧ୍ରୁବୀକରଣ ଉପରେ ନିର୍ଭରଶୀଳ ହୋଇ ମିଡିଆ ସଂସ୍ଥାଗୁଡ଼ିକ ସାଧାରଣ ମତକୁ କମ୍‌ ଗୁରୁତ୍ୱ ଦେଉଛନ୍ତି।
ସୋସିଆଲ ମିଡିଆର ଉତ୍‌ଥାନ ଗଣତନ୍ତ୍ର ଅଧୋଗତିର ତୃତୀୟ ସଙ୍କେତ। ରାଜନେତାଙ୍କ ଦୃଷ୍ଟିକୋଣ ଓ ନିଷ୍ପତ୍ତି ଉପରେ ଏହାର ପ୍ରଭାବ ରହିଥିବାରୁ ଏହା ହେଉଛି। ଜଣେ ସାମ୍ବାଦିକ ଭାବେ ମୁଁ ଜାଣିଛି ଯେ, ଯେଉଁ ନେତାମାନେ ଟୁଇଟର ସହ ଆସକ୍ତ ସେମାନେ ଦିନର ବହୁ ସମୟ ଏହା ଉପରେ କଟାଇଥାନ୍ତି। ସେମାନଙ୍କ ନିର୍ବାଚନମଣ୍ଡଳୀ ବାସ୍ତବ ବିଶ୍ୱରେ ରହିଥିବାବେଳେ ଟୁଇଟର ହିଁ ସେମାନଙ୍କ ପାଇଁ ବାସ୍ତବତା ପାଲଟିଛି। ଅନ୍ତସାରଶୂନ୍ୟ ପାର୍ଟିଗୁଡ଼ିକୁ ନେଇ ଏକ ରାଜନୈତିକ ବ୍ୟବସ୍ଥା ଚାପ ସମ୍ମୁଖରେ ମୁଣ୍ଡ ନୂଅଁାଇବା ସ୍ବାଭାବିକ। ଦୀର୍ଘମିଆଦୀ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବ୍ୟବସ୍ଥା ବିଫଳ ହେବା ଯୋଗୁ ଏହା ଉପରେ ବିଶ୍ୱାସ କମୁଛି ଏବଂ ଜନମତ ଲଗାତର ବଦଳିବାରେ ଲାଗିଛି। ଫଳରେ ଏବେ ହୋହଲ୍ଲା, ପ୍ରଭାବଶୂନ୍ୟ ତଥା ବେପରୁଆ ମିଡିଆ, ଆକ୍ରମଣାମତ୍କ କଥା କିମ୍ବା ଲେଖା ଏବଂ ଅଦୂରଦର୍ଶୀ ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକ ପ୍ରକାଶ ପାଉଛି। ଏହା ମବ୍‌ ରୁଲ୍‌ ଲାଗି ଏକ ବଡ଼ ସୂତ୍ର।
ଇକୋନୋମିକ୍ସ ଜର୍ନାଲିଷ୍ଟ ଏବଂ ଏଡିଟର ଆଟ୍‌ ଲାର୍ଜ (କୋରିଏରେ ଡେଲା ସେରା, ଇଟାଲୀ )


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?