ସୂଚନା ଫଳକରେ ଅଟକିଛି ମନ୍ଦିର ଉନ୍ନତୀକରଣ

ଖଣ୍ଡପଡ଼ା,୩ା୧୧(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ସହରର ୮ନଂ. ୱାର୍ଡ ଅଧୀନ କୁମ୍ଭାରସାହି ନିକଟରେ ଥିବା ଶ୍ରୀ ବାଲୁଙ୍କେଶ୍ୱର ଦେବ ପ୍ରାଚୀନ ଶୈବ ପୀଠର ଉନ୍ନତିକରଣ କାର୍ଯ୍ୟ କେବଳ ଶିଳାନ୍ୟାସ ଫଳକରେ ସୀମିତ ରହିଛି। ଖଣ୍ଡପଡ଼ା ଏନଏସି କତ୍ତୃପକ୍ଷ ଉକ୍ତ ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତିକରଣ ନିମନ୍ତେ ଅନୁଦାନ ଅର୍ଥ ମଞ୍ଜୁର କରିବା ପରେ ଗତ ଅଗଷ୍ଟ ୩୧ରେ ଖଣ୍ଡପଡା ଏନଏସି ଅଧ୍ୟକ୍ଷାଙ୍କ ଦ୍ୱାରା ବହୁ ଆଡମ୍ବରରେ ମନ୍ଦିର ସମ୍ମୁଖରେ ଭିତ୍ତିପ୍ରସ୍ତର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଖୁବ୍‌ଶିଘ୍ର ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଏନଏସି ଅଧ୍ୟକ୍ଷା ଓ ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ। ଇତି ମଧ୍ୟରେ ୨ ମାସ ବିତିଥିଲେ ହେଁ ମନ୍ଦିର ଉନ୍ନତିକରଣ କାର୍ଯ୍ୟରେ ବିଳମ୍ବ ଘଟିଛି। ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ଏନଏସି କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳୁ ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରଟି ରହିଛି। ମନ୍ଦିରର ବାହ୍ୟ ପ୍ରାଚୀର ଭାଙ୍ଗି ମାଟିରେ ମିଶି ଯାଇଛି। ଫଳରେ ଗାଈ ଗୋରୁ ଅବାଧରେ ମନ୍ଦିର ପରିସରରେ ପ୍ରବେଶ କରୁଛନ୍ତି। ଅନାବନା ଗଛଲତାରେ ମନ୍ଦିର ଚତୁଃପାର୍ଶ୍ୱ ଭରି ରହିଛି। ବିଷଧର ସରୀସୃପ ମନ୍ଦିର ପରିସରରେ ବୁଲୁଛନ୍ତି ବୋଲି ମନ୍ଦିରର ପୂଜକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି। ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ପ୍ରାଚୀନ ଶୈବ ପୀଠ ଗତି କରୁଥିବାରୁ ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିରର ଏକ ଟ୍ରଷ୍ଟ ବୋର୍ଡ ରହିଛି। ମାତ୍ର ଟ୍ରଷ୍ଟ ବୋର୍ଡଟି ସମ୍ପୂର୍ଣ୍ଣ ରୁପେ ସ୍ଥାଣୁ ପାଲଟିଛି। ପ୍ରଭୁ ବାଲୁଙ୍କେଶ୍ୱର ଏକର ଏକର ଜମିବାଡି, ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ ହୋଇଥିବା ବେଳେ ପରିଚାଳନା ଗତ ତ୍ରୁଟି ଯୋଗୁ ମନ୍ଦିରର ବିଭିନ୍ନ ସମସ୍ୟା ସମାଧାନ ହୋଇ ପାରୁ ନ ଥିବାରୁ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିରର ଉନ୍ନତିକରଣ ନିମନ୍ତେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?