ଜିଲା ବାହାରେ ଡିଏମ୍‌ଏଫ୍‌ ଖର୍ଚ୍ଚ ବନ୍ଦକର

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୭ା୭(ସ୍ବ.ପ୍ର.): ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ହେଉଛି ଜିଲାର ନିଜସ୍ବ ଅର୍ଥ। ଜିଲାର ଖଣି ଖାଦାନ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ଏହାର ବିନିଯୋଗ ହେବ। କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ ରାଜ୍ୟ ସରକାର ଏହି ପାଣ୍ଠିର କାର୍ଯ୍ୟ, ଖର୍ଚ୍ଚ ନିଷ୍ପତ୍ତି ବା ମଞ୍ଜୁର କରିପାରିବେ ନାହିଁ। ରାଜ୍ୟ ସରକାରଙ୍କ କୌଣସି ଯୋଜନାରେ ଏହା ଖର୍ଚ୍ଚ କରାଯାଇପାରିବ ନାହିଁ। ରାଜ୍ୟ ସରକାର ଏହି ଅର୍ଥକୁ ନିଜସ୍ବ ତହବିଲ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ନେବା କିମ୍ବା ଜିଲା ବାହାର କୌଣସି ସ୍କିମ୍‌ରେ ଖର୍ଚ୍ଚ କରୁଛନ୍ତି। ଏହା ଜାଣିବା ପରେ ଡିଏମ୍‌ଏଫ୍‌ ଅର୍ଥକୁ କୌଣସି ପରିସ୍ଥିତିରେ ଜିଲା ବାହାରେ ଖର୍ଚ୍ଚ ନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ତାଗିଦ୍‌ କରିଛନ୍ତି। ଏ ନେଇ ଖଣି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାଇନ୍ସ ମିନେରାଲ୍ସ (ଡେଭଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ) ଆକ୍ଟ-୧୯୫୭ର ଧାରା ୯(ବି) ଅନୁସାରେ ୨୦୧୫ରୁ ଖଣି ଖନନ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ଓ ସମ୍ପୃକ୍ତ ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌ ଗଠନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଖଣି ଥିବା ଦେଶର ୬୦୦ ଜିଲାରେ ଡିଏମ୍‌ଏଫ୍‌ ଗଠନ କରାଯାଇଛି। କେତେକ ରାଜ୍ୟରେ ଡିଏମ୍‌ଏଫ୍‌ ପାଣ୍ଠିକୁ ଦୁରୁପଯୋଗ କରି ରାଜ୍ୟସ୍ତରୀୟ ପାଣ୍ଠି ବା ରାଜ୍ୟ ସରକାରୀ ତହବିଲ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି କିମ୍ବା ସେଭଳି ଅନ୍ୟ ସ୍କିମ୍‌କୁ ଟ୍ରାନ୍ସଫର କରାଯାଉଥିବାରୁ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଡିଏମ୍‌ଏଫ୍‌ ପାଣ୍ଠିକୁ ଖଣି ଲିଜ୍‌ଧାରୀମାନେ ନିର୍ଦ୍ଧାରିତ ପ୍ରତିଶତର ରୟାଲଟି ପ୍ରଦାନ କରିବେ। ଧାରା ୯ (ବି) ଅନୁଯାୟୀ ଏହି ଅର୍ଥ ଖଣି ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ଥଇଥାନ ଓ ସମ୍ପୃକ୍ତ ଅଞ୍ଚଳର ବିକାଶରେ ବ୍ୟବହାର ହେବ। ଡିଏମ୍‌ଏଫ୍‌ ଅର୍ଥକୁ କୌଣସି ରାଜ୍ୟସ୍ତରୀୟ ସଂସ୍ଥାକୁ ହସ୍ତାନ୍ତର କରିବା ଉକ୍ତ ଆଇନର ଧାରା ୯ (ବି)ର ଖିଲାପ ବୋଲି ଚିଠିରେ କୁହାଯାଇଛି।
ଜିଲା ଖଣିଜ ପ୍ରତିଷ୍ଠାନ ନିଜ ଅର୍ଥକୁ ନିଜେ ଖର୍ଚ୍ଚ କରିବେ। ଏଥିରେ ରାଜ୍ୟ ସରକାରଙ୍କ କୌଣସି ପ୍ରକାର ହସ୍ତକ୍ଷେପକୁ ବିରୋଧ କରାଯାଇଛି। ଉକ୍ତ ଆଇନକୁ କଡ଼ାକଡ଼ି ପାଳନ କରିବା ସହ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ରାଜ୍ୟସ୍ତରୀୟ ପାଣ୍ଠି ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଅଥବା ଅନ୍ୟ ଫଣ୍ଡ ବା ସ୍କିମ୍‌କୁ ଟ୍ରାନ୍ସଫର ନ କରିବାକୁ କୁହାଯାଇଛି। ରାଜ୍ୟ ସରକାର କିମ୍ବା ରାଜ୍ୟସ୍ତରୀୟ ଏଜେନ୍ସି ଜରିଆରେ ଡିଏମ୍‌ଏଫ୍‌ ଅଥର୍ର୍କୁ ଖର୍ଚ୍ଚ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଆଦେଶ ରହିଛି। ଏହାକୁ ଅନୁପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଏମ.ସସ୍ମିତା ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ବୁଧବାର ଗ୍ରାମର…

ସମ୍ପର୍କରେ କଳଙ୍କ; ବୋହୂଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶ୍ବଶୁର, ଲିଫ୍ଟରେ କରୁଥିଲେ…

ବେଙ୍ଗାଲୁରୁ,୧୧ା୨: ଉତ୍ତର ବେଙ୍ଗାଲୁରୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ…

କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ, ରାସ୍ତା ମଝିରେ ଧରିଲା ପୋଲିସ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଏଲ୍‌. ବିଶ୍ୱାଳଙ୍କ ନେତୃତ୍ୱରେ ନିଧିଆପଲ୍ଲୀ ଛକରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ପୋଲିସ ଏକ ବିଶ୍ୱସ୍ତ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri