ପଥର ଖାଦାନ ପାଇଁ ବଳିପଡ଼ିଲା ତୈଳଭଣ୍ଡାର

ଯାଜପୁର ଅଫିସ,୫ା୮: ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଦେଶର ୪ର୍ଥ ସର୍ବବୃହତ୍‌ ତୈଳଭଣ୍ଡାର ପଥର ଖାଦାନ ପାଇଁ ବଳିପଡିଛି। କ୍ୟାବିନେଟ ମଞ୍ଜୁରୀ ମିଳିବାର ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ କେନ୍ଦ୍ର ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ ନ କରି ଡଙ୍କାରୀରେ ପଥର ଖାଦାନ ଲିଜ୍‌ ସଂଖ୍ୟା ବଢିଚାଲିଛି। ଏପରି କି ସେଠାରେ ଛୋଟବଡ ୪୦ରୁ ଊର୍ଦ୍ଧ୍ୱ କ୍ରଶର ଚାଲିଛି। ଏଥିରୁ ସ୍ଥାନୀୟ ନିଯୁକ୍ତି ସମେତ ଦେଶର ସ୍ବାର୍ଥକୁ ଅଣଦେଖା କରି କେତେଜଣ ଦଳୀୟ କର୍ମୀଙ୍କ ଦାବିକୁ ଗୁରୁତ୍ୱ ଦିଆଯାଉଛି ବୋଲି ମତପ୍ରକାଶ ପାଇଛି।
୨୦୧୮ ଜୁନ୍‌ ୨୭ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ଏଥିପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲାବେଳେ ଆବଶ୍ୟକ ୪୦୦ ଏକର ଜମି ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ ପାଦ ଦେଶରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଜମି ଚିହ୍ନଟ ଚୂଡ଼ାନ୍ତ ହୋଇଥିଲା। ଏଥିରେ ପ୍ରାୟ ୫୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଥିଲା। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରୁ ୧୦ କି.ମି. ପରିଧି ମଧ୍ୟରେ ଚାଲିଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କଳାପଥର ଖାଦାନକୁ ମଧ୍ୟ ପୂର୍ବରୁ ବନ୍ଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ପଥର ଖାଦାନଗୁଡିକରୁ ମାସିକ ଚାନ୍ଦା ଆଦାୟ ବନ୍ଦ ହୋଇଯିବା ଆଶଙ୍କା କରି ଆବଶ୍ୟକ ଜମି ଯୋଗାଇଦେବାରେ ପାତରଅନ୍ତର କରାଯାଇଥିଲା। ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ନେତୃବର୍ଗ ମଧ୍ୟ ନୀରବୀ ଯାଇଥିଲେ। କେନ୍ଦ୍ରୀୟ ମଞ୍ଜୁରୀ ମିଳିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସମେତ ୪ଜଣ ଡଙ୍କାରୀ ଅଞ୍ଚଳ ପରିଦର୍ଶନରେ ଆସି ତୈଳଭଣ୍ଡାର ପ୍ରତିଷ୍ଠା ନେଇ ଲୋକଙ୍କ ମନରେ ଆଶା ସୃଷ୍ଟି କରିଥିଲେ। କିନ୍ତୁ ତକତ୍ାଳୀନ ଧର୍ମଶାଳା ତହସିଲଦାର ଡଙ୍କାରୀ ଓ ଏହାର ଆଖପାଖରେ ଚାଲିଥିବା ଖାଦାନଗୁଡିକ ବନ୍ଦ ହେଲେ ସରକାର ପ୍ରାୟ ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା କ୍ଷତିରେ ପଡିବେ ବୋଲି ସରକାରଙ୍କୁ ଜଣାଇଥିଲେ। ତଥାପି ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମତେ ଲିଜ୍‌ଧାରୀମାନଙ୍କୁ ୧୨ା୪ା୨୦୧୮ରେ ଖାଦାନ ବନ୍ଦ କରିବାକୁ ନୋଟିସ ଜାରି ହୋଇଥିଲା। ତଥାପି କଳାପଥର ଖାଦାନ ବନ୍ଦ ନ ହେବାରୁ ସ୍ଥାନୀୟ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏନ୍‌ଜିଟି ତଦନ୍ତ କରି ଆବଶ୍ୟକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କିଛି ସୁଫଳ ନ ମିଳିବାରୁ ଇତିମଧ୍ୟରେ ଡଙ୍କାରୀର ଏକାଧିକ ଖାଦାନ ଚଳାଇବାକୁ ଅନୁମତି ଦିଆଯାଇଛି।
ଗତ ୨୦୧୭-୧୮ ବଜେଟ୍‌ରେ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପାଇଁ ସ୍ଥାନ ପାଇଥିଲା। ଡଙ୍କାରୀ ପାହାଡ଼ ପାଦଦେଶରେ ଥିବା ୨୨୧ ଖାତା ନମ୍ବର, ୬୦୦ ପ୍ଲଟ ନମ୍ବରର ୭୭୩.୬୦ ଏକର ପର୍ବତ କିସମ ଜମିରେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରସ୍ତାବ ରହିଥିଲା। ଡଙ୍କାରୀର ରାଜସ୍ବ ନିରୀକ୍ଷକ ମଧ୍ୟ ୧୧୮୧, ୧୧୮୩, ୧୧୮୫/୧୨ା୪ା୨୦୧୮ରେ ଲିଜ୍‌ଧାରୀମାନଙ୍କୁ ତୁରନ୍ତ କଳାପଥର ଉତ୍ତୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। କେତେଜଣ ପ୍ରଭାବଶାଳୀ ନେତାଙ୍କ କବ୍‌ଜାରେ ଡଙ୍କାରୀ ପର୍ବତ ରହିଛି। ଏଥିରୁ ଆଦାୟ ହେଉଥିବା ମୋଟାଅଙ୍କର ଚାନ୍ଦାରେ କେତେଜଣଙ୍କ ପକେଟ ପୂରୁଥିବା ଚର୍ଚ୍ଚା ହେଉଛି। ତେଣୁ କଳେବଳେ କୌଶଳେ ଏହି ପ୍ରକଳ୍ପ ପ୍ରତିଷ୍ଠାରେ ଅଙ୍କୁଶ ଲଗାଯାଇଛି ବୋଲି ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଡଙ୍କାରୀ, ରାହାଡପୁର, ବରଡା ଓ ବାରମାଣ ପାହାଡର ୩୪୭.୯୬ ଏକର ପରିମିତ ଅଞ୍ଚଳରେ ବର୍ତ୍ତମାନ ୩୦ରୁ ଊର୍ଦ୍ଧ୍ୱ ପଥର ଖାଦାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri