ପଥର ଖାଦାନ ପାଇଁ ବଳିପଡ଼ିଲା ତୈଳଭଣ୍ଡାର

ଯାଜପୁର ଅଫିସ,୫ା୮: ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଦେଶର ୪ର୍ଥ ସର୍ବବୃହତ୍‌ ତୈଳଭଣ୍ଡାର ପଥର ଖାଦାନ ପାଇଁ ବଳିପଡିଛି। କ୍ୟାବିନେଟ ମଞ୍ଜୁରୀ ମିଳିବାର ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ କେନ୍ଦ୍ର ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ ନ କରି ଡଙ୍କାରୀରେ ପଥର ଖାଦାନ ଲିଜ୍‌ ସଂଖ୍ୟା ବଢିଚାଲିଛି। ଏପରି କି ସେଠାରେ ଛୋଟବଡ ୪୦ରୁ ଊର୍ଦ୍ଧ୍ୱ କ୍ରଶର ଚାଲିଛି। ଏଥିରୁ ସ୍ଥାନୀୟ ନିଯୁକ୍ତି ସମେତ ଦେଶର ସ୍ବାର୍ଥକୁ ଅଣଦେଖା କରି କେତେଜଣ ଦଳୀୟ କର୍ମୀଙ୍କ ଦାବିକୁ ଗୁରୁତ୍ୱ ଦିଆଯାଉଛି ବୋଲି ମତପ୍ରକାଶ ପାଇଛି।
୨୦୧୮ ଜୁନ୍‌ ୨୭ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ଏଥିପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲାବେଳେ ଆବଶ୍ୟକ ୪୦୦ ଏକର ଜମି ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ ପାଦ ଦେଶରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଜମି ଚିହ୍ନଟ ଚୂଡ଼ାନ୍ତ ହୋଇଥିଲା। ଏଥିରେ ପ୍ରାୟ ୫୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଥିଲା। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରୁ ୧୦ କି.ମି. ପରିଧି ମଧ୍ୟରେ ଚାଲିଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କଳାପଥର ଖାଦାନକୁ ମଧ୍ୟ ପୂର୍ବରୁ ବନ୍ଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ପଥର ଖାଦାନଗୁଡିକରୁ ମାସିକ ଚାନ୍ଦା ଆଦାୟ ବନ୍ଦ ହୋଇଯିବା ଆଶଙ୍କା କରି ଆବଶ୍ୟକ ଜମି ଯୋଗାଇଦେବାରେ ପାତରଅନ୍ତର କରାଯାଇଥିଲା। ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ନେତୃବର୍ଗ ମଧ୍ୟ ନୀରବୀ ଯାଇଥିଲେ। କେନ୍ଦ୍ରୀୟ ମଞ୍ଜୁରୀ ମିଳିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସମେତ ୪ଜଣ ଡଙ୍କାରୀ ଅଞ୍ଚଳ ପରିଦର୍ଶନରେ ଆସି ତୈଳଭଣ୍ଡାର ପ୍ରତିଷ୍ଠା ନେଇ ଲୋକଙ୍କ ମନରେ ଆଶା ସୃଷ୍ଟି କରିଥିଲେ। କିନ୍ତୁ ତକତ୍ାଳୀନ ଧର୍ମଶାଳା ତହସିଲଦାର ଡଙ୍କାରୀ ଓ ଏହାର ଆଖପାଖରେ ଚାଲିଥିବା ଖାଦାନଗୁଡିକ ବନ୍ଦ ହେଲେ ସରକାର ପ୍ରାୟ ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା କ୍ଷତିରେ ପଡିବେ ବୋଲି ସରକାରଙ୍କୁ ଜଣାଇଥିଲେ। ତଥାପି ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମତେ ଲିଜ୍‌ଧାରୀମାନଙ୍କୁ ୧୨ା୪ା୨୦୧୮ରେ ଖାଦାନ ବନ୍ଦ କରିବାକୁ ନୋଟିସ ଜାରି ହୋଇଥିଲା। ତଥାପି କଳାପଥର ଖାଦାନ ବନ୍ଦ ନ ହେବାରୁ ସ୍ଥାନୀୟ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏନ୍‌ଜିଟି ତଦନ୍ତ କରି ଆବଶ୍ୟକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କିଛି ସୁଫଳ ନ ମିଳିବାରୁ ଇତିମଧ୍ୟରେ ଡଙ୍କାରୀର ଏକାଧିକ ଖାଦାନ ଚଳାଇବାକୁ ଅନୁମତି ଦିଆଯାଇଛି।
ଗତ ୨୦୧୭-୧୮ ବଜେଟ୍‌ରେ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପାଇଁ ସ୍ଥାନ ପାଇଥିଲା। ଡଙ୍କାରୀ ପାହାଡ଼ ପାଦଦେଶରେ ଥିବା ୨୨୧ ଖାତା ନମ୍ବର, ୬୦୦ ପ୍ଲଟ ନମ୍ବରର ୭୭୩.୬୦ ଏକର ପର୍ବତ କିସମ ଜମିରେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରସ୍ତାବ ରହିଥିଲା। ଡଙ୍କାରୀର ରାଜସ୍ବ ନିରୀକ୍ଷକ ମଧ୍ୟ ୧୧୮୧, ୧୧୮୩, ୧୧୮୫/୧୨ା୪ା୨୦୧୮ରେ ଲିଜ୍‌ଧାରୀମାନଙ୍କୁ ତୁରନ୍ତ କଳାପଥର ଉତ୍ତୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। କେତେଜଣ ପ୍ରଭାବଶାଳୀ ନେତାଙ୍କ କବ୍‌ଜାରେ ଡଙ୍କାରୀ ପର୍ବତ ରହିଛି। ଏଥିରୁ ଆଦାୟ ହେଉଥିବା ମୋଟାଅଙ୍କର ଚାନ୍ଦାରେ କେତେଜଣଙ୍କ ପକେଟ ପୂରୁଥିବା ଚର୍ଚ୍ଚା ହେଉଛି। ତେଣୁ କଳେବଳେ କୌଶଳେ ଏହି ପ୍ରକଳ୍ପ ପ୍ରତିଷ୍ଠାରେ ଅଙ୍କୁଶ ଲଗାଯାଇଛି ବୋଲି ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଡଙ୍କାରୀ, ରାହାଡପୁର, ବରଡା ଓ ବାରମାଣ ପାହାଡର ୩୪୭.୯୬ ଏକର ପରିମିତ ଅଞ୍ଚଳରେ ବର୍ତ୍ତମାନ ୩୦ରୁ ଊର୍ଦ୍ଧ୍ୱ ପଥର ଖାଦାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?