ଗୋଚର ଜମିରୁ ଚାଲିଛି ମାଙ୍କଡ଼ା ପଥର ଚାଲାଣ

ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧାରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ବଢ଼ିଚାଲିଛି। ସରକାରୀ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ଜମି ଉପରେ ରହିଛି ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି। ସବୁଠି ମାଙ୍କଡ଼ା ପଥର କଟାଚାଲିଛି। ଫଳରେ ଜମି, ଜଙ୍ଗଲ ନଷ୍ଟ ହେବା ସହ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ପ୍ରତିବାଦ କଲେ ଖଣି ମାଫିଆମାନେ ଧମକ ଦେଉଛନ୍ତି। ଏନେଇ ସ୍ଥାନୀୟ ପୋଲିସଠାରୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ବ୍ଲକ ପାଇକ ତିଗିରିଆ ଗ୍ରାମରୁ। ଏହି ଗ୍ରାମର ସରକାରୀ ଗୋଚର ଜମିରୁ ୫ କୋଟିରୁ ଊର୍ଦ୍ଧ୍ୱ ମାଙ୍କଡା ପଥର ଚୋରାଚାଲାଣ କରାଯାଇଥିବା ନେଇ ଖୋର୍ଦ୍ଧା ଉପଜିଲାପାଳ ଏବଂ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି।
ଦର୍ଶାଯାଇଛି ଯେ, ଦୀର୍ଘବର୍ଷ ହେବ ମାଙ୍କଡ଼ା ପଥର ଖଣି ନିଲାମ ବନ୍ଦ ରହିଛି। ଏହାସତ୍ତ୍ୱେ ଗ୍ରାମର ୫ ଏକର ବିଶିଷ୍ଟ ଗୋଚର ଜମି (ପ୍ଲଟ ନଂ.୧୩୪୭)ରୁ ୨୦ ଫୁଟରୁ ଊର୍ଦ୍ଧ୍ୱ ଗଭୀର କରାଯାଇ ମାଙ୍କଡ଼ା ପଥର ଚୋରାଚାଲାଣ କରାଯାଉଛି। ଦୈନିକ ୩ଟି ପାଓ୍ବାରଟିଲର, ଟ୍ରାକ୍ଟର, ଜେସିବି ଲଗାଇ ପଥର କାଟି ଚାଲାଣ କରୁଛନ୍ତି। ଖୋର୍ଦ୍ଧା ଥାନାର ଜଣେ ଏସ୍‌ଆଇ ଏବଂ ଭୁବନେଶ୍ୱରର ଏକ ଥାନାରେ କାର୍ଯ୍ୟରତ ଡ୍ରାଇଭରଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ଅଞ୍ଚଳର ଅସାମାଜିକ ଯୁବକଙ୍କୁ ଧରି ଲୋକଙ୍କୁ ମିଥ୍ୟା ମାମଲାରେ ଥାନାରେ ପୂରାଇଦେବାକୁ ଧମକ ଦେଇ ଟ୍ରକ୍‌, ଟ୍ରାକ୍ଟରରେ ମାଙ୍କଡ଼ା ଚାଲାଣ କରୁଛନ୍ତି। ଉକ୍ତ ପ୍ଲଟ୍‌କୁ ଲାଗି ରହିଥିବା ଚାନ୍ଦପୁର ମୌଜାର ପ୍ଲଟ ନଂ.୩୦୫, ଯେଉଁଠାରୁ ରାଜପଥ କାର୍ଯ୍ୟ ପାଇଁ ମୋରମ ନିଆଯାଉଛି। ଗତ ୩ ତାରିଖରୁ ଦୈନିକ ୨୦ରୁ ୩୦ ଟ୍ରିପ୍‌ ଚୋରା ଚାଲାଣ ଚାଲିଛି। ଗୋଚାରଣ ଜମି ଖାଲଖମାରେ ପରିଣତ ହେବା ଯୋଗୁ ଗୋଚାରଣ ପାଇଁ ଆଉ ଜାଗା ନାହିଁ। ଖାଲଖମାରେ ପଡ଼ି ଗୋରୁଗାଈ, ଲୋକେ ଆହତ ହେଉଛନ୍ତି। ପରିବେଶ ନଷ୍ଟ ହେଉଛି। ପରିସ୍ଥିତି ଏପରି ହୋଇଛି ଯେ, ଜଙ୍ଗଲ, ପାହାଡ଼ରୁ ଝରି ଆସୁଥିବା ବର୍ଷାଜଳ ଖୋଳାଯାଇଥିବା ଜମିରେ ଜମା ହେଉଛି। ମାଙ୍କଡା କଟାଯାଉଥିବା ନିକଟ ଚାଷଜମି ପଡ଼ିଆ ପଡ଼ିଲାଣି। ପ୍ରଶାସନିକ ଅଧିକାରୀ ଏହି ଅଞ୍ଚଳ ପରିଦର୍ଶନ କଲେ ଉପରୋକ୍ତ ସମସ୍ୟା ଉପରେ ଜାଣିପାରିବେ ବୋଲି ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିଯୋଗର ସପ୍ତାହକ ମଧ୍ୟରେ କୌଣସି ପଦକ୍ଷେପ ନିଆ ନ ଗଲେ, ଆଗାମୀ ଦିନରେ ଗ୍ରାମବାସୀ ଏକଜୁଟ ହୋଇ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହେ ବର୍ଷର ସ୍ୱପ୍ନ ନେଇ ଆଗକୁ ବଢ଼ିବ ‘ଅଞ୍ଜଳି’

ଭୁବନେଶ୍ୱର,୧୫ା୧୧(ସୁଚିସ୍ମିତା ସାହୁ): ହସଖୁସି, ଉତ୍ସବର ଅସୁମାରୀ ସ୍ମୃତି ଓ ପୁଣି ଏକାଠି ହେବାର ପ୍ରତିଶ୍ରୁତି ସହ କଳାଭୂମିରେ ଆୟୋଜିତ ୨୫ତମ ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ଓ ଯୁବ…

ଭତ୍ତା ପାଇଁ ଆସି ହେଲେ ହଟହଟା:ଜିଲାପାଳଙ୍କ ମାନବିକତାକୁ ବ୍ଲକ୍‌ ପ୍ରଶାସନର ତାଚ୍ଛଲ୍ୟ

ପୁରୁଷୋତ୍ତମପୁର, ୧୫।୧୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବନ୍ୟାର କରାଳ ରୂପରେ ଲୋକେ ଜୀବନ ବଞ୍ଚାଇବାକୁ ତ୍ରାହି ତ୍ରାହି ଡାକୁଥିଲେ। ହେଲେ ବିପଦରେ ପଡ଼ିଥିବା ଲୋକଙ୍କୁ…

ମୁଁ ବହୁତ ନିରାଶ ଥିଲି… ବିଶ୍ୱକପ୍‌ ଜିତିବା ପରେ ଟିମ ଇଣ୍ଡିଆରୁ ବାହାର ହେବାକୁ ନେଇ କ୍ଷୋଭ ପ୍ରକାଶ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୧୫।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ଟୁର୍ନାମେଣ୍ଟ ପରେ ତାଙ୍କୁ ଭାରତୀୟ ଦଳରୁ ବାହାର କରିଦିଆଗଲା ଏବଂ ଶ୍ରେୟସ ଆୟରଙ୍କୁ…

ନିମନ୍ତ୍ରଣକୁ ନେଇ ଟଣାଓଟରା, ବ୍ଲକ୍‌ରେ ରାଜନୈତିକ ଝଡ଼: ଭତ୍ତା ବଣ୍ଟନରୁ ଦୂରେଇ ରହିଲେ ୩ ସରପଞ୍ଚ

କଟକ ସଦର, ୧୫।୧୧ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସଠାରେ ଶନିବାର ୨୯୨ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ…

ଅଣ୍ଡର୍‌-୧୯ ଏସିଆ କପ୍‌ ଜିତି ମାଲାମାଲ ଟିମ ଇଣ୍ଡିଆ; ବମ୍ପର ପ୍ରାଇଜ ମନି ସାଙ୍ଗକୁ ପାକିସ୍ତାନ ଭାଗରେ ବି ଏତେ ଟଙ୍କାବର୍ଷା

ନୂଆଦିଲ୍ଲୀ,୧୫।୧୧: ଭାରତ ନବମ ଥର ପାଇଁ ଅଣ୍ଡର୍‌-୧୯ ଏସିଆ କପ୍‌ରେ ଚାମ୍ପିୟନ ହୋଇଛି। ଶନିବାର ଦିନ ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନକୁ ୧ ଓ଼୍ବିକେଟରେ ପରାସ୍ତ କରିଛି।…

ପାକିସ୍ତାନକୁ ଧୂଳି ଚଟେଇବା ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ, ଆର୍ଯ୍ୟବୀରଙ୍କୁ ଦେଲେ ଖାସ୍‌ ମେସେଜ୍‌

ନୂଆଦିଲ୍‌ଲୀ,୧୫।୧୧: ଅଣ୍ଡର୍‌-୧୯ ଏସିଆ କପ ୨୦୨୬ ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏକ ସମୟରେ ଭାରତୀୟ ଜୁନିଅର୍‌ ଟିମ୍ର…

ପରିବର୍ତ୍ତନର ସଙ୍କେତ

ପ୍ରାୟ ସମସ୍ତ ଦେଶର ନେତୃତ୍ୱ ଏବେ ତ୍ରୁଟିପୂର୍ଣ୍ଣ ବା ସମସ୍ୟାବହୁଳ। ଯେତେବେଳେ କୌଣସି ଦେଶର ଶାସନଭାର ଏକଚ୍ଛତ୍ରବାଦୀ ନେତାଙ୍କ ହାତକୁ ଯାଏ ସେତେବେଳେ ଏହିସବୁ ସମସ୍ୟା ସ୍ପଷ୍ଟ…

ଧାନ, ଚାଉଳ ମହଜୁଦ ସୂଚନା ପାଇଁ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.): ଦେଶରେ ଧାନ ଏବଂ ଚାଉଳର କୃତ୍ରିମ ଅଭାବ, କଳାବଜାରୀ ଏବଂ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?