କମିନି କଣ୍ଢେଇ ନାଚର ଆଦର

ଢେଙ୍କାନାଳ ଅଫିସ, ୧୫।୨: ଢେଙ୍କାନାଳ କଣ୍ଢେଇ ନାଚ ପରମ୍ପରା ଅର୍ଦ୍ଧଶତାବ୍ଦୀ ପୁରୁଣା। କଳାକାରର ହାତ ଆଙ୍ଗୁଠିରେ ନୃତ୍ୟ କରୁଥିବା କଣ୍ଢେଇର ଅଙ୍ଗଭଙ୍ଗୀ ବିଭୋର କରିଥାଏ ଦର୍ଶକଙ୍କୁ। ଜିଲାର ୧୪ ଲୋକକଳା ବିଭବ ଭିତରେ ସାମିଲ ହୋଇଛି ଏହି ପାରମ୍ପରିକ ନାଚ। କଳାକାରଙ୍କ ନିଷ୍ଠାପର ଉଦ୍ୟମରେ କଣ୍ଢେଇ ନୃତ୍ୟ ଜିଲାକୁ ଗୌରବାନ୍ବିତ କରିଥିବାବେଳେ ସଚେତନଧର୍ମୀ କାର୍ଯ୍ୟକ୍ରମରେ ଆଜି ବି ଏହା ପାଲଟିଛି ଦେଖାଣାହାରିଙ୍କ ପ୍ରଥମ ପସନ୍ଦ।ଅସୀମିତ ମନୋରଞ୍ଜନର ମାଧ୍ୟମ। ପ୍ରତିଯୋଗିତାମୂଳକ ସମୟରେ ମୋବାଇଲ ଅଙ୍ଗୁଳି ଟିପରେ ମିଳିଯାଉଛି ସବୁକିଛି। ତଥାପି ପାରମ୍ପରିକ କଣ୍ଢେଇ ନାଚ ସ୍ବତନ୍ତ୍ରତା ବଜାୟ ରଖିଛି। ଭକ୍ତି ସଙ୍ଗୀତ, ସାମାଜିକ କଥାବସ୍ତୁ, ରାଗରାଗିଣୀ, ଲୋକଗୀତ ଆଧାରରେ କଳାକାରମାନେ ଗାଁ ଗାଁ ବୁଲି କଣ୍ଢେଇ ନାଚ ପ୍ରଦର୍ଶନ କରିଥା’ନ୍ତି। ସଦର ବ୍ଲକ ରାଇଡିହି ଗ୍ରାମରେ ଏହି ଲୋକକଳା କଳାକାରଙ୍କ ଜୀବନ ଜୀବିକା ସହ ଜଡ଼ିତ ହୋଇଯାଇଛି।
ଢେଙ୍କାନାଳ ସଦର ବ୍ଲକରେ ୧୮ରୁ ଊର୍ଦ୍ଧ୍ୱ କଣ୍ଢେଇ ନୃତ୍ୟ ଦଳ ରହିଛି। ଗୁରୁ ରଘୁନାଥ ପ୍ରଧାନ, ସୁଶାନ୍ତ ଧଳ, ନବକିଶୋର ଧଳ, ବିନୟ ଧଳ, ରବି ଜେନା, ଗଗନ ଧଳ, ଭାଗୀରଥି ଧଳ, ବିଜୟ ଧଳ, ଧର୍ମାନନ୍ଦ ଧଳ, ଭାଗୀରଥି ସାହୁ, ବ୍ରଜ ଧଳ, କୈଳାସ ଜେନାଙ୍କ ବଳିଷ୍ଠ ଉଦ୍ୟମରେ ଏହି ଲୋକକଳା ଜନମାନସରେ ଉଜ୍ଜୀବିତ ରହିଛି। ୩୦-୪୦ ବର୍ଷ ଧରି ସେମାନେ କଣ୍ଢେଇ ନାଚ ପରିବେଷଣ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ବୌଦ୍ଧ, ଫୁଲବାଣୀ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ଛତିଶଗଡ଼ରେ ରାଇଡିହି କଣ୍ଢେଇ ନାଚ ବେଶ ପ୍ରସିଦ୍ଧ। ୬୦ବର୍ଷ ତଳେ ବ୍ରହ୍ମପୁରରୁ କାରିଗରମାନେ ଏଠାରେ କଣ୍ଢେଇ ତିଆରି କରିବା ସହ ପ୍ରଦର୍ଶନ କରୁଥିଲେ। ଏବେ ଆଞ୍ଚଳିକ କଳାକାର ଏଥିରେ ସିଦ୍ଧହସ୍ତ ହୋଇଗଲେଣି। କଣ୍ଢେଇ ନାଚ ପାଇଁ ଗୁରୁ ନବକିଶୋର ଧଳଙ୍କୁ ଢେଙ୍କାନାଳ ମହୋତ୍ସବରେ ‘ମହିମା ସମ୍ମାନ’ରେ ସମ୍ମାନିତ କରାଯାଇଛି।

ମୁକ୍ତାକାଶ ତଳେ ମନୋରଞ୍ଜନ

କଳାକାରଙ୍କ ସୂକ୍ଷ୍ମ ହସ୍ତଚାଳନାରେ ନିର୍ଜୀବ କଣ୍ଢେଇମାନେ ହୋଇଉଠନ୍ତି ଜୀବନ୍ତ। କାଠ କଣ୍ଢେଇ ମାଧ୍ୟମରେ ମଞ୍ଚକୁ ଓହ୍ଲାଇ ଆସନ୍ତି ବିଭିନ୍ନ ଚରିତ୍ର। କାହାଣୀ ଅନୁଯାୟୀ କଳାକାରମାନେ ପ୍ରଚ୍ଛଦପଟରେ ରହି କଣ୍ଢେଇମାନଙ୍କୁ ସଂଚାଳିତ କରିଥା’ନ୍ତି। କଣ୍ଢେଇ ନାଚ ୪ ଭାଗରେ ବିଭକ୍ତ। ହାତ କଣ୍ଢେଇ ବା ସଖୀ କଣ୍ଢେଇ, ସୂତା କଣ୍ଢେଇ, ବାଡି କଣ୍ଢେଇ, ଛାୟା କଣ୍ଢେଇ ବା ରାବଣ ଛାୟା। ହାତ କଣ୍ଢେଇକୁ ହାତରେ, ସୂତା କଣ୍ଢେଇକୁ ସୂତାରେ, ବାଡ଼ି କଣ୍ଢେଇକୁ ବାଡ଼ି ଏବଂ ଓ ସୂତା ଦ୍ୱାରା ସମନ୍ବୟ ରକ୍ଷା କରି ପ୍ରଦର୍ଶନ କରାଯାଏ। କଣ୍ଢେଇଗୁଡ଼ିକ ହାଲୁକା କାଠରେ ନିର୍ମିତ। ଚରିତ୍ର ଅନୁଯାୟୀ ଏହାର ଉଚ୍ଚତା ୧ ଫୁଟରୁ ୨ ଫୁଟ ମଧ୍ୟରେ ହୋଇଥାଏ। ପାଖାପାଖି ୩ ଘଣ୍ଟା ଧରି ନୃତ୍ୟ ପରିବେଷଣ କରାଯାଇଥାଏ। ଦାସକାଠିଆ, ପାଲା ଭଳି ମୁକ୍ତାକାଶ ମଞ୍ଚରେ ଗ୍ରାମାଞ୍ଚଳରେ ଆଜି ବି ମନୋରଞ୍ଜନର ଅନ୍ୟତମ ମାଧ୍ୟମ ସାଜିଛି ଏହି ନାଚ।

୨୦୧୧ରୁ ପାଇଛି ପୁନର୍ଜନ୍ମ
୨୦୧୧ରେ ଲୋକକଳା ଓ ଲୋକସଙ୍ଗୀତକୁ ଉଜ୍ଜୀବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଜିଲା, ବ୍ଲକ ଏବଂ ନଗର କଳା ସଂସ୍କୃତି ସଂଘ ଗଠିତ ହୋଇଛି। ଏଥିରେ ସଂଶ୍ଳିଷ୍ଟ କଳାକାରଙ୍କୁ ପଞ୍ଜୀକୃତ କରାଯାଉଛି। ସେମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବା ଲାଗି ପ୍ରଚେଷ୍ଟା ଜାରି ରହିଛି। ଫଳରେ ଢେଙ୍କାନାଳ ଜିଲାରେ ଲୁପ୍ତପ୍ରାୟ କଣ୍ଢେଇ ନାଚକୁ ପୁନର୍ଜନ୍ମ ମିଳିଛି। ଏବେ ବିଭିନ୍ନ ମେଳା ମହୋତ୍ସବ, ଯାନିଯାତ୍ରା, ପ୍ରଦର୍ଶନୀ ସମେତ ସରକାରୀ ଜନସଚେତନତାମୂଳକ କାର୍ଯ୍ୟକ୍ରମରେ କଣ୍ଢେଇ ନାଚ ପ୍ରଦର୍ଶିତ ହେଉଛି।

ସୁରକ୍ଷିତ ହୋଇପାରିଛି କଳାକାରଙ୍କ ଜୀବନଜୀବିକା
ପାରମ୍ପରିକ ଲୋକକଳା ହିସାବରେ ରାଜ୍ୟରେ କଣ୍ଢେଇ ନାଚର ସ୍ବତନ୍ତ୍ର ପରିଚୟ ରହିଛି। ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଏହା ପ୍ରକୃଷ୍ଟ ମାଧ୍ୟମ। ଲୋକକଳାରେ ସାମିଲ କରାଯିବା ପରେ କଳାକାରଙ୍କ ଜୀବନଜୀବିକା ସୁରକ୍ଷିତ ହୋଇପାରିଛି।
– ବାସୁଦେବ ମାଳବିଶୋଇ, ରାଜ୍ୟ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ

ସରକାରୀ ଯୋଜନା ପ୍ରଚାରର ମାଧ୍ୟମ
ଢେଙ୍କାନାଳ ଜିଲା କଣ୍ଢେଇ ନାଚର ସ୍ବତନ୍ତ୍ର ପରିଚୟ ରହିଛି। ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ୨୦୧୧ରୁ ଲୋକକଳା ଓ ଲୋକସଙ୍ଗୀତକୁ ପ୍ରମୁଖ ମାଧ୍ୟମ କରାଯାଇଛି। ଜିଲା ପ୍ରଶାସନ ଉଦ୍ୟମରେ କଣ୍ଢେଇ ନାଚର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରସ୍ତାବ ରହିଛି।
– ଅବନୀ ମିଶ୍ର, ଜିଲା ଲୋକକଳା ସଂଘ ଉପସଭାପତି

ପ୍ରୋତ୍ସାହନ ମିଳିଲେ ପେସା କରିହେବ
୧୯୭୨ରୁ କଣ୍ଢେଇ ନାଚକୁ ଜୀବିକା ଭାବେ ଗ୍ରହଣ କରି ଗୁଜରାଣ ମେଣ୍ଟାଉଛି। ଆଧୁନିକ ସମୟରେ ଏହି ପାରମ୍ପରିକ ଲୋକକଳା ସମୟ ସହିତ ତାଳ ଦେଇପାରୁନି। ଏହାକୁ ପେସା କରି ଚଳିବା କଷ୍ଟକର ହୋଇଗଲାଣି। ସ୍ବତନ୍ତ୍ର ପ୍ରୋତ୍ସାହନ ମିଳିଲେ କଳାକାରମାନେ ଏହାକୁ ବୃତ୍ତି କରି ଚଳିପାରିବେ।

– ଗୁରୁ ସୁଶାନ୍ତ କୁମାର ଧଳ, ରାଇଡିହି


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri