କମିନି କଣ୍ଢେଇ ନାଚର ଆଦର

ଢେଙ୍କାନାଳ ଅଫିସ, ୧୫।୨: ଢେଙ୍କାନାଳ କଣ୍ଢେଇ ନାଚ ପରମ୍ପରା ଅର୍ଦ୍ଧଶତାବ୍ଦୀ ପୁରୁଣା। କଳାକାରର ହାତ ଆଙ୍ଗୁଠିରେ ନୃତ୍ୟ କରୁଥିବା କଣ୍ଢେଇର ଅଙ୍ଗଭଙ୍ଗୀ ବିଭୋର କରିଥାଏ ଦର୍ଶକଙ୍କୁ। ଜିଲାର ୧୪ ଲୋକକଳା ବିଭବ ଭିତରେ ସାମିଲ ହୋଇଛି ଏହି ପାରମ୍ପରିକ ନାଚ। କଳାକାରଙ୍କ ନିଷ୍ଠାପର ଉଦ୍ୟମରେ କଣ୍ଢେଇ ନୃତ୍ୟ ଜିଲାକୁ ଗୌରବାନ୍ବିତ କରିଥିବାବେଳେ ସଚେତନଧର୍ମୀ କାର୍ଯ୍ୟକ୍ରମରେ ଆଜି ବି ଏହା ପାଲଟିଛି ଦେଖାଣାହାରିଙ୍କ ପ୍ରଥମ ପସନ୍ଦ।ଅସୀମିତ ମନୋରଞ୍ଜନର ମାଧ୍ୟମ। ପ୍ରତିଯୋଗିତାମୂଳକ ସମୟରେ ମୋବାଇଲ ଅଙ୍ଗୁଳି ଟିପରେ ମିଳିଯାଉଛି ସବୁକିଛି। ତଥାପି ପାରମ୍ପରିକ କଣ୍ଢେଇ ନାଚ ସ୍ବତନ୍ତ୍ରତା ବଜାୟ ରଖିଛି। ଭକ୍ତି ସଙ୍ଗୀତ, ସାମାଜିକ କଥାବସ୍ତୁ, ରାଗରାଗିଣୀ, ଲୋକଗୀତ ଆଧାରରେ କଳାକାରମାନେ ଗାଁ ଗାଁ ବୁଲି କଣ୍ଢେଇ ନାଚ ପ୍ରଦର୍ଶନ କରିଥା’ନ୍ତି। ସଦର ବ୍ଲକ ରାଇଡିହି ଗ୍ରାମରେ ଏହି ଲୋକକଳା କଳାକାରଙ୍କ ଜୀବନ ଜୀବିକା ସହ ଜଡ଼ିତ ହୋଇଯାଇଛି।
ଢେଙ୍କାନାଳ ସଦର ବ୍ଲକରେ ୧୮ରୁ ଊର୍ଦ୍ଧ୍ୱ କଣ୍ଢେଇ ନୃତ୍ୟ ଦଳ ରହିଛି। ଗୁରୁ ରଘୁନାଥ ପ୍ରଧାନ, ସୁଶାନ୍ତ ଧଳ, ନବକିଶୋର ଧଳ, ବିନୟ ଧଳ, ରବି ଜେନା, ଗଗନ ଧଳ, ଭାଗୀରଥି ଧଳ, ବିଜୟ ଧଳ, ଧର୍ମାନନ୍ଦ ଧଳ, ଭାଗୀରଥି ସାହୁ, ବ୍ରଜ ଧଳ, କୈଳାସ ଜେନାଙ୍କ ବଳିଷ୍ଠ ଉଦ୍ୟମରେ ଏହି ଲୋକକଳା ଜନମାନସରେ ଉଜ୍ଜୀବିତ ରହିଛି। ୩୦-୪୦ ବର୍ଷ ଧରି ସେମାନେ କଣ୍ଢେଇ ନାଚ ପରିବେଷଣ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ବୌଦ୍ଧ, ଫୁଲବାଣୀ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ଛତିଶଗଡ଼ରେ ରାଇଡିହି କଣ୍ଢେଇ ନାଚ ବେଶ ପ୍ରସିଦ୍ଧ। ୬୦ବର୍ଷ ତଳେ ବ୍ରହ୍ମପୁରରୁ କାରିଗରମାନେ ଏଠାରେ କଣ୍ଢେଇ ତିଆରି କରିବା ସହ ପ୍ରଦର୍ଶନ କରୁଥିଲେ। ଏବେ ଆଞ୍ଚଳିକ କଳାକାର ଏଥିରେ ସିଦ୍ଧହସ୍ତ ହୋଇଗଲେଣି। କଣ୍ଢେଇ ନାଚ ପାଇଁ ଗୁରୁ ନବକିଶୋର ଧଳଙ୍କୁ ଢେଙ୍କାନାଳ ମହୋତ୍ସବରେ ‘ମହିମା ସମ୍ମାନ’ରେ ସମ୍ମାନିତ କରାଯାଇଛି।

ମୁକ୍ତାକାଶ ତଳେ ମନୋରଞ୍ଜନ

କଳାକାରଙ୍କ ସୂକ୍ଷ୍ମ ହସ୍ତଚାଳନାରେ ନିର୍ଜୀବ କଣ୍ଢେଇମାନେ ହୋଇଉଠନ୍ତି ଜୀବନ୍ତ। କାଠ କଣ୍ଢେଇ ମାଧ୍ୟମରେ ମଞ୍ଚକୁ ଓହ୍ଲାଇ ଆସନ୍ତି ବିଭିନ୍ନ ଚରିତ୍ର। କାହାଣୀ ଅନୁଯାୟୀ କଳାକାରମାନେ ପ୍ରଚ୍ଛଦପଟରେ ରହି କଣ୍ଢେଇମାନଙ୍କୁ ସଂଚାଳିତ କରିଥା’ନ୍ତି। କଣ୍ଢେଇ ନାଚ ୪ ଭାଗରେ ବିଭକ୍ତ। ହାତ କଣ୍ଢେଇ ବା ସଖୀ କଣ୍ଢେଇ, ସୂତା କଣ୍ଢେଇ, ବାଡି କଣ୍ଢେଇ, ଛାୟା କଣ୍ଢେଇ ବା ରାବଣ ଛାୟା। ହାତ କଣ୍ଢେଇକୁ ହାତରେ, ସୂତା କଣ୍ଢେଇକୁ ସୂତାରେ, ବାଡ଼ି କଣ୍ଢେଇକୁ ବାଡ଼ି ଏବଂ ଓ ସୂତା ଦ୍ୱାରା ସମନ୍ବୟ ରକ୍ଷା କରି ପ୍ରଦର୍ଶନ କରାଯାଏ। କଣ୍ଢେଇଗୁଡ଼ିକ ହାଲୁକା କାଠରେ ନିର୍ମିତ। ଚରିତ୍ର ଅନୁଯାୟୀ ଏହାର ଉଚ୍ଚତା ୧ ଫୁଟରୁ ୨ ଫୁଟ ମଧ୍ୟରେ ହୋଇଥାଏ। ପାଖାପାଖି ୩ ଘଣ୍ଟା ଧରି ନୃତ୍ୟ ପରିବେଷଣ କରାଯାଇଥାଏ। ଦାସକାଠିଆ, ପାଲା ଭଳି ମୁକ୍ତାକାଶ ମଞ୍ଚରେ ଗ୍ରାମାଞ୍ଚଳରେ ଆଜି ବି ମନୋରଞ୍ଜନର ଅନ୍ୟତମ ମାଧ୍ୟମ ସାଜିଛି ଏହି ନାଚ।

୨୦୧୧ରୁ ପାଇଛି ପୁନର୍ଜନ୍ମ
୨୦୧୧ରେ ଲୋକକଳା ଓ ଲୋକସଙ୍ଗୀତକୁ ଉଜ୍ଜୀବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଜିଲା, ବ୍ଲକ ଏବଂ ନଗର କଳା ସଂସ୍କୃତି ସଂଘ ଗଠିତ ହୋଇଛି। ଏଥିରେ ସଂଶ୍ଳିଷ୍ଟ କଳାକାରଙ୍କୁ ପଞ୍ଜୀକୃତ କରାଯାଉଛି। ସେମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବା ଲାଗି ପ୍ରଚେଷ୍ଟା ଜାରି ରହିଛି। ଫଳରେ ଢେଙ୍କାନାଳ ଜିଲାରେ ଲୁପ୍ତପ୍ରାୟ କଣ୍ଢେଇ ନାଚକୁ ପୁନର୍ଜନ୍ମ ମିଳିଛି। ଏବେ ବିଭିନ୍ନ ମେଳା ମହୋତ୍ସବ, ଯାନିଯାତ୍ରା, ପ୍ରଦର୍ଶନୀ ସମେତ ସରକାରୀ ଜନସଚେତନତାମୂଳକ କାର୍ଯ୍ୟକ୍ରମରେ କଣ୍ଢେଇ ନାଚ ପ୍ରଦର୍ଶିତ ହେଉଛି।

ସୁରକ୍ଷିତ ହୋଇପାରିଛି କଳାକାରଙ୍କ ଜୀବନଜୀବିକା
ପାରମ୍ପରିକ ଲୋକକଳା ହିସାବରେ ରାଜ୍ୟରେ କଣ୍ଢେଇ ନାଚର ସ୍ବତନ୍ତ୍ର ପରିଚୟ ରହିଛି। ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଏହା ପ୍ରକୃଷ୍ଟ ମାଧ୍ୟମ। ଲୋକକଳାରେ ସାମିଲ କରାଯିବା ପରେ କଳାକାରଙ୍କ ଜୀବନଜୀବିକା ସୁରକ୍ଷିତ ହୋଇପାରିଛି।
– ବାସୁଦେବ ମାଳବିଶୋଇ, ରାଜ୍ୟ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ

ସରକାରୀ ଯୋଜନା ପ୍ରଚାରର ମାଧ୍ୟମ
ଢେଙ୍କାନାଳ ଜିଲା କଣ୍ଢେଇ ନାଚର ସ୍ବତନ୍ତ୍ର ପରିଚୟ ରହିଛି। ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ୨୦୧୧ରୁ ଲୋକକଳା ଓ ଲୋକସଙ୍ଗୀତକୁ ପ୍ରମୁଖ ମାଧ୍ୟମ କରାଯାଇଛି। ଜିଲା ପ୍ରଶାସନ ଉଦ୍ୟମରେ କଣ୍ଢେଇ ନାଚର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରସ୍ତାବ ରହିଛି।
– ଅବନୀ ମିଶ୍ର, ଜିଲା ଲୋକକଳା ସଂଘ ଉପସଭାପତି

ପ୍ରୋତ୍ସାହନ ମିଳିଲେ ପେସା କରିହେବ
୧୯୭୨ରୁ କଣ୍ଢେଇ ନାଚକୁ ଜୀବିକା ଭାବେ ଗ୍ରହଣ କରି ଗୁଜରାଣ ମେଣ୍ଟାଉଛି। ଆଧୁନିକ ସମୟରେ ଏହି ପାରମ୍ପରିକ ଲୋକକଳା ସମୟ ସହିତ ତାଳ ଦେଇପାରୁନି। ଏହାକୁ ପେସା କରି ଚଳିବା କଷ୍ଟକର ହୋଇଗଲାଣି। ସ୍ବତନ୍ତ୍ର ପ୍ରୋତ୍ସାହନ ମିଳିଲେ କଳାକାରମାନେ ଏହାକୁ ବୃତ୍ତି କରି ଚଳିପାରିବେ।

– ଗୁରୁ ସୁଶାନ୍ତ କୁମାର ଧଳ, ରାଇଡିହି


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?