ମାନ୍ଦାବସ୍ଥାରେ ମଧ୍ୟ ଚମକୁଛି

ଦିନକୁ ଦିନ ସୁନା ଦର ବୃଦ୍ଧିପାଇ ନୂଆ ରେକର୍ଡ କରିବାରେ ଲାଗିଛି। ଗୁରୁବାର ଏହି ମୂଲ୍ୟବାନ ଧାତୁର (୨୪ କ୍ୟାରେଟ) ଦର ୨୨୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ୍‌କୁ ୫୬,୫୯୦ ଟଙ୍କା ହୋଇଛି। ବୁଧବାର ଏହା ଆଶ୍ଚର୍ଯ୍ୟଜନକ ଭାବେ ୧, ୩୬୫ ଟଙ୍କା ବୃଦ୍ଧି ହୋଇଥିଲା। ବିଶ୍ୱରେ କରୋନା ଦ୍ରୁତଗତିରେ ବଢୁଛି। ଏହା ଯୋଗୁ ଦୁର୍ବଳ ଡଲାର ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଚିନ୍ତାପ୍ରକଟ କରାଯାଉଛି। ଏତିକି ବେଳେ ପାଶ୍ଚାତ୍ୟ ଦେଶଗୁଡିକରେ ନିବେଶକାରୀମାନେ ସୁନା ଉପରେ ସେମାନଙ୍କ ବିଶ୍ୱାସ ସ୍ଥାପନ କରିବା ହିଁ ଏହାର ଅନ୍ତର୍ଜାତୀୟ ଦରକୁ ଉଚ୍ଚା କରି ରଖିଛି। ଏହି ବର୍ଷ ରୁପା ଓ ସୁନା ଯଥାକ୍ରମେ ୪୦ ଓ ୫୦ ପ୍ରତିଶତ ରଟନର୍ର୍ ସହ ଏବେ ସୁଦ୍ଧା ସବୁଠୁ ଭଲ ପ୍ରଦର୍ଶନ କରିଆସିଛି ଏବଂ ଏହାର ମୂଲ୍ୟ ଏଭଳି ବୃଦ୍ଧିପାଇବ ବୋଲି ଅନୁମାନ କରାଯାଉଛି। ଯେବେଠାରୁ ମହାମାରୀ ବ୍ୟାପିବା ଆରମ୍ଭ ହୋଇଛି ସେବେଠାରୁ ସୁନା ଦର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଚାହିଦା ଓ ପ୍ରାଇସ ମ୍ୟାଟ୍ରିକ୍ସ ମଧ୍ୟରେ ଏକ ଆଖିଦୃଶିଆ ବିରୋଧାଭାସ ରହିଛି। ବ୍ୟବହାରିକ କ୍ଷେତ୍ରରେ ସୁନାର ଚାହିଦା ମାନ୍ଦାଥିବାବେଳେ ଏହାର ଦର ବୃଦ୍ଧିପାଉଛି। ଏପ୍ରିଲରୁ ଜୁନ ମଧ୍ୟରେ ଅର୍ଥାତ ଦ୍ୱିତୀୟ ତ୍ରୈମାସକରେ ସୁନା ରପ୍ତାନି ଖୁବ୍‌ ଶୀଘ୍ର ୭୦ ପ୍ରତିଶତ ହ୍ରାସପାଇ ୬୪ ଟନ୍‌ରେ ପହଞ୍ଚିଥିଲା। ଗତ ବର୍ଷ ଏହି ସମୟରେ ଏହା ୨୧୩ ଟନ ଥିଲା। ୧୧ ବର୍ଷରେ ଏହା ସବୁଠୁ କମ୍‌। କେଉଁ କାରଣରୁ ଏବେ ସୁନା ଦର ବଢୁଛି? କୋଭିଡ୍‌-୧୯ ଯୋଗୁୁ ଅର୍ଥବ୍ୟବସ୍ଥାରେ ବିରାଟ କ୍ଷତି ହେବା ଯୋଗୁ ଚାହିଦା କମିଯାଇଛି। ଯେତେବେଳେ ସାରା ବିଶ୍ୱରେ ଅର୍ଥବ୍ୟବସ୍ଥା ମାନ୍ଦା ଥିଲା ସେତେବେଳେ ମହାମାରୀ ଆସିଲା। ପବ୍ଲିକ ଡିମାଣ୍ଡ ବା ସାର୍ବଜନିକ ଚାହିଦା ଏବଂ ବ୍ୟୟ ପୂରା କମିଗଲା। ଲୋକମାନଙ୍କ ଆୟ ଗୁରୁତର ଭାବେ ହ୍ରାସପାଇଲା। ନିଯୁକ୍ତି ସୁଯୋଗ ବି ଚାଲିଗଲା। ସବୁ ଅଞ୍ଚଳରେ ଓ ଉଦ୍ୟୋଗଗୁଡିକରେ ଶ୍ରମିକମାନେ କମ୍‌ ଦରମା ଏବଂ ଚାକିରି ହରାଇ ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି। ଏହି ଦୁର୍ଦ୍ଦିନରେ ଲୋକମାନେ ଯାହା ସଞ୍ଚିତ କରି ରଖିଛନ୍ତି ତାହା ହିଁ ସମ୍ବଳ ହୋଇଛି। ଇଚ୍ଛାଭିତ୍ତିକ କିଣିବା ଯାହାକି ସୁନା ଚାହିଦାର ଏକ ମୁଖ୍ୟାଂଶ ହୋଇଥାଏ ତାହା ଏବେ ସମ୍ପୂର୍ଣ୍ଣ ଶୂନ ହୋଇଯାଇଛି। ବିଶ୍ୱର ସବୁଠୁ ବଡ଼ ସୁନା କଞ୍ଜୁମର ଚାଇନା ଓ ଭାରତରେ ଏହାର ଚାହିଦାରେ ସଂଘାତିକ ହ୍ରାସ ଘଟିଛି। ତେବେ ଏସିଆରେ ସୁନା ଚାହିଦାର ହ୍ରାସ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଚାହିଦା ତୁଳନାରେ ଅଧିକ ରହିଆସିଛି। ମହାମାରୀ ସମୟରେ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ୟୁରୋପ ଓ ଆମେରିକାରେ ନିବେଶକମାନେ ସୁନା ସଞ୍ଚୟ କରିବାକୁ ସୁରକ୍ଷିତ ମଣି ଏହାର ମୂଲ୍ୟ ବୃଦ୍ଧି କରୁଛନ୍ତି। ଏହି ବର୍ଷ ୟୁରୋପ ଓ ଆମେରିକାରେ ଏକ୍ସଚେଞ୍ଜ ଟ୍ରେଡଡ ଫଣ୍ଡ ଏକ ରେକର୍ଡସ୍ତରରେ ରହିଛି।
ଯଦିଓ ଭାରତ ସୁନାର ଏକ ମୁଖ୍ୟ କଞ୍ଜ୍ୟୁମର,ଏହାର ବଜାର ସୁନାର ମୂଲ୍ୟ ଉପରେ ଅତି ସମ୍ବେଦନଶୀଳ। ଯେତେବେଳେ ଏହାର ମୂଲ୍ୟ ବୃଦ୍ଧିପାଏ ସେତେବେଳେ କ୍ରେତାମାନେ ସୁନା କଣିବାରୁ ଦୂରେଇ ରହନ୍ତି। କେବଳ ସୁନା ମୂଲ୍ୟ ବୃଦ୍ଧି ଯୋଗୁ ଏବେ ଚାହିଦାରେ ହ୍ରାସ ହୋଇଛି। ଏହାବାଦ ଦେଶରେ ବାରମ୍ବାର ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଲୋକମାନେ ଘରେ ରହୁଛନ୍ତି। ଦୋକାନଗୁଡିକ ବନ୍ଦ ରହିଛି ଓ ମଲ୍‌ଗୁଡିକ ଜନଶୂନ୍ୟ ହୋଇଯାଇଛି। ଲକ୍‌ଡାଉନ କିମ୍ବା ଶଟ୍‌ଡାଉନ ସମ୍ପର୍କରେ ସରକାରଙ୍କଠାରୁ କୌଣସି ସ୍ବଷ୍ଟ ନିର୍ଦ୍ଦେଶ ମିଳୁନି। ବରଂ ଏବେ ସୁଦ୍ଧା ଲକ୍‌ଡାଉନ ଓ ଶଟ୍‌ଡାଉନରେ ଅନିଶ୍ଚିତତା ପ୍ରକାଶ ପାଉଛି। ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ପୂରା ଦ୍ୱନ୍ଦ୍ୱରେ ରହିଛନ୍ତି। ଏହି ଅସ୍ଥିର ପରିସ୍ଥିତି ସେମାନଙ୍କୁ ଯୋଜନା କରିବାରୁ ବଞ୍ଚିତ କରୁଛି। ଜୁଲାଇରେ କୋଭିଡ-୧୯ ଦ୍ରୁତଗତିରେ ବୃଦ୍ଧି ପାଇବା ପରେ ଏବେ ଅଗଷ୍ଟରେ ଏହି ଧାରା ଲାଗିରହିଛି ଯାହା ଅର୍ଥବ୍ୟବସ୍ଥା୍‌ ସୁଧୁରିବାର ଆଶାକୁ ଧୂଳିସାତ କରିଦେଇଛି। ପରିସ୍ଥିତି ଏହିଭଳି ରହିବାର ସମ୍ଭାବନା ରହିଛି। ଯଦି ଚାଇନା ଓ ଭାରତରେ ସୁନା କିଣିବା ପୁଣି ଫେରିଆସେ ତେବେ ପୁଣି ସୁନା ଦର ବୃଦ୍ଧିପାଇବ। ସବୁ ଅଂଶୀଦାରୀ ଯଥା ବେପାରି, ଡିଲର, ନିବେଶକ ଓ ଉପଭୋକ୍ତାମାନେ ଅନିଶ୍ଚିତ ସମୟ ଦେଇ ଗତି କରୁଛନ୍ତି। ଯଦି ସୁନା ଉପରେ ଲୋକମାନଙ୍କ ବ୍ୟୟ ବନ୍ଦ ହୋଇଯାଏ, ତେବେ ସୁନା ପାଇଁ ଆଗକୁ ଏକ ଜଟିଳ ସମୟ ଆସିବ। ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ( ଆର୍‌ବିଆଇ) ସୁନା ଋଣ ଉପରେ ନନ୍‌ ଫାର୍ମିଂ ଉଦ୍ଦେଶ୍ୟରେ ଲୋନ -ଟୁ -ଭାଲ୍ୟୁ ମୂଳ ୭୫ ପ୍ରତିଶତରୁ ୯୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ସମାନ ପରିମାଣର ସୁନା ନେଇ ଗ୍ରାହକଙ୍କୁ ଅଧିକ ଋଣ ପାଇପାରିବ। ଏହା ସୁନା ଚାହିଦାକୁ ବଢ଼ାଇ ନ ପାରେ। କାରଣ ସୁନାର ବର୍ତ୍ତମାନ ଆକାଶ ଛୁଆଁ ମୂଲ୍ୟ ଗ୍ରାହକଙ୍କୁ ଏହାଠାରୁ ଦୂରରେ ରଖିବ। ଏହା କିଛି ପରିମାଣରେ କିଛି ଲୋକଙ୍କ ପାଖରେ ନଗଦ ଟଙ୍କା ବଢ଼ାଇ ଦେଇଞ୍‌ପାରେ। ସେ ଯାହା ହେଉ ସୁନା ଆଗକୁ ଆହୁରି ଉଜ୍ଜ୍ୱଳ ହେବା ସଙ୍ଗେ ସଙ୍ଗେ ଏହାର ଚାହିଦା ବି କମିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri