Posted inଫୁରସତ

ଆକସ୍ମିକ ଦୁର୍ଘଟଣାରେ ଅଙ୍ଗଗୁଡିକୁ ହରାଇଥିଲେ, ତଥାପି ମଡେଲ…

ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜ ଭିତରେ ଥିବା ଛୋଟ ଛୋଟ ଅଭାବକୁ ନେଇ କାନ୍ଦନ୍ତି। ଭଗବାନଙ୍କୁ ଦୋଷାରୋପ କରନ୍ତି। ହେଲେ ଆଉ କିଛି ଅଛନ୍ତି ଯେଉଁମାନଙ୍କ ଭିତରେ ଅନେକ ଅଭାବ ଥାଇ ମଧ୍ୟ କେବେ ଲୁହ ଗଡାନ୍ତି ନାହିଁ କି କାହାକୁ ଦୋଷାରୋପ ବି କରନ୍ତି ନାହିଁ। ବରଂ ଜିଇବାର ନୂଆ ରାସ୍ତା ଖୋଜନ୍ତି। ସେଇଭଳି ଜଣେ ହେଉଛନ୍ତି ଇକ୍ୱେଡରରେ ରହୁଥିବା ଭିକ୍ଟୋରିଆ ସାଲସେଡୋ। ୨୬ ବର୍ଷୀୟା ସାଲସେଡୋଙ୍କର ନାହିଁ ଦୁଇ ହାତ ଓ ଗୋଟିଏ ଗୋଡ। ଏକ ଆକସ୍ମିକ ଦୁର୍ଘଟଣାରେ ସେ ନିଜର ଏହି ଅଙ୍ଗଗୁଡିକୁ ମାତ୍ର ୬ ବର୍ଷ ବୟସରେ ହରାଇଥିଲେ। ଯେଉଁ ପରିସ୍ଥିତିରେ ଲୋକେ ବଞ୍ଚତ୍ବାର ଆଶା ଛାଡି ଦିଅନ୍ତି ସେମିତି ସ୍ଥିତିରେ ସେ ହାର୍‌ ମାନି ନ ଥିଲେ। ଆଉ ଜୀବନ ସହ ସାଲିସ୍‌ କରି ଆଗେଇ ଚାଲିଲେ। ନିଜର ସବୁ କାମ ଗୋଟିଏ ଗୋଡରେ କରିବା ଶିଖିଲେ। ତେବେ ତାଙ୍କୁ ଯେବେ ୧୯ ବର୍ଷ ବୟସ ତାଙ୍କ ଉପରେ ଏକ ମଡେଲିଂ ସ୍କାଉଟ୍‌ଙ୍କର ପଡିଥିଲା। ଆଉ ସେ ସାଲସେଡୋଙ୍କୁ ବହୁତ ପସନ୍ଦ କରିଥିଲେ। ତାଙ୍କୁ ମଡେଲିଂ କରିବାକୁ ପ୍ରସ୍ତାବ ଦେଲେ। ସୁନ୍ଦରୀ ହେବା ସହ ଭିକ୍ଟୋରିଆ ବେଶ୍‌ ପ୍ରଫେଶନାଲ ବି ଥିଲେ। ତେଣୁ ମଡେଲିଂ ଜଗତରେ ଧୀରେ ଧୀରେ ନାଁ କରିବାକୁ ଲାଗିଲେ। ୨୦୨୧ରେ ସେ ମିସ୍‌ ଇକ୍ୱେଡର୍‌ ବିଉଟି ପେଜେଣ୍ଟରେ ବି ଅଂଶଗ୍ରହଣ କରିଥିଲେ। ସେ ସୋସିଆଲ ମିଡିଆରେ ନିଜର ଦୈନନ୍ଦିନ କାର୍ଯ୍ୟର ଭିଡିଓ ଅପଲୋଡ କରିବା ସହ ମଡେଲିଂର ଭିଡିଓ ଅପ୍‌ଲୋଡ କରି ତାଙ୍କ ଭଳି ଅନେକଙ୍କୁ ପ୍ରେରଣା ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?