Odisha Elections 2024
Posted inଖେଳ

୩୨ ଶତକ ସହ ଷ୍ଟିଭ୍‌ ଓ୍ବଙ୍କ ସମକକ୍ଷ ହେଲେ ସ୍ମିଥ୍‌

ଲଣ୍ଡନ,୩୦ା୬: ଲଡର୍‌ସରେ ଅନୁଷ୍ଠିତ ଦ୍ୱିତୀୟ ଆଶେସ୍‌ ଟେଷ୍ଟରେ ଶତକ ହାସଲ କରିଛନ୍ତି ଷ୍ଟିଭ୍‌ ସ୍ମିଥ୍‌। ୩୨ ତମ ଶତକ ସହିତ ଷ୍ଟିଭ୍‌ ଓ୍ବଙ୍କ ସମକକ୍ଷ ହୋଇଥିବା ସ୍ମିଥ୍‌ଙ୍କ ୧୧୦ ରନ୍‌ ବଳରେ ଅଷ୍ଟ୍ରେଲିଆ ୪୧୬ ରନ୍‌ କରିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୩୩୯/୫ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ୪୧୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ୧୮୪ ବଲ୍‌ ଖେଳି ୧୫ ଚୌକା ମାରିବା ସହିତ ସ୍ମିଥ୍‌ ୧୧୦ ରନ୍‌ କରିଥିଲେ। ତେବେ ଇଂଲଣ୍ଡ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଏକଦା ୫୦୦ ରନ୍‌ କରିବା ସ୍ଥିତିରେ ଥିବା ଅଷ୍ଟ୍ରେଲିଆ ୪୧୬ରେ ସୀମିତ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସ କେରୀ ୨୨ ଓ ପ୍ୟାଟ କୁମିନ୍ସ ୨୨* ରନ୍‌ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଶ ଟଙ୍ଗ ଓ ଓଲି ରବିନସନ୍‌ ୩ଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୋ ରୁଟ୍‌ ୨, ଜେମ୍ସ ଆଣ୍ଡରସନ୍‌ ଓ ଷ୍ଟୁଆଟ ବ୍ରଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ଇଂଲଣ୍ଡର ଜବାବରେ ଇଂଲଣ୍ଡ ୬୧ ଓଭରରେ ୪ ଉଇକେଟ ହରାଇ ୨୭୮ ରନ୍‌ କରିଛି। ଦୁଇ ଓପନର ଜ୍ୟାକ୍‌ କ୍ରଲି(୪୮) ଓ ବେନ୍‌ ଡକେଟ୍‌(୯୮) ପ୍ରଥମ ଉଇକେଟରେ ୯୧ ରନ୍‌ ଯୋଡିଥିଲେ। ଇଂଲଣ୍ଡ ବାଜ୍‌ ବଲ୍‌ ଟେକ୍‌ନିକ ସହ ଖେଳି ଓଭର ପିଛା ୫ରୁ ଅଧିକ ହାରରେ ସ୍କୋର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ...

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri