Posted inଖେଳ

ଅଷ୍ଟ୍ରେଲିଆକୁ ଡବଲ ଝଟକା

ନୂଆଦିଲ୍ଲୀ,୧୮।୮: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆକୁ ଡବଲ୍‌ ଧକ୍କା ଲାଗିଛି । ଦଳର ଦୁଇ ଷ୍ଟାର୍‌ ଖେଳାଳି ଷ୍ଟିଭ ସ୍ମିଥ ଏବଂ ମିଚେଲ ଷ୍ଟାକ୍‌ ଦଳରୁ ଓହରି ଯାଇଛନ୍ତି। ହେଲେ ବିଶ୍ୱକପ ପୂର୍ବରୁ ଭାରତରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଦୁହେଁ ଫିଟ୍‌ ହେବେ ବୋଲି ଆଶା କରାଯାଉଛି।

ଅଷ୍ଟ୍ରେଲିଆ କିଛିଦିନ ତଳେ ବିଶ୍ବକପ୍‌ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିଥିଲା। ଏଥିରେ ପ୍ରମୁଖ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଷ୍ଟିଭ ସ୍ମିଥ ଓ ମିଚେଲ ଷ୍ଟାର୍କ ଆହତ ଜନିତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଏବଂ ଭାରତ ବିପକ୍ଷରେ ସିରିଜ ଖେଳିବାର ସୁଯୋଗ ମିଳିଛି। ଏଭଳି ସ୍ଥିତିରେ ଦଳ ସମ୍ପୂର୍ଣ୍ଣ ସାମର୍ଥ୍ୟ ସହ ପଡ଼ିଆକୁ ଓହ୍ଲାଇବାକୁ ଚାହୁଁଥିଲା। ଅଧିନାୟକ ପ୍ୟାଟ କମିନ୍ସ ଆହତ କାରଣରୁ ଆଫ୍ରିକା ବିପକ୍ଷ ଶୃଙ୍ଖଳାରୁ ବାଦ ପଡ଼ିଥିଲେ ହେଁ ଏବେ ସ୍ମିଥ ଓ ଷ୍ଟାର୍କଙ୍କ ଅନୁପସ୍ଥିତି ଦଳକୁ ବଡ଼ ଝଟକା ଲାଗିଛି। ସ୍ମିଥଙ୍କ ସ୍ଥାନରେ ଆଷ୍ଟନ ଟର୍ନରଙ୍କୁ ଟି-୨୦ ଏବଂ ମାର୍ନସ ଲାବୁସାନେଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ସେହିପରି ମିଚେଲ ଷ୍ଟାର୍କଙ୍କ ସ୍ଥାନରେ ବାମହାତୀ ଦ୍ରୁତ ବୋଲର ସ୍ପେନ୍ସର ଜନସନଙ୍କୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri