ବ୍ୟବସାୟ ନୁହେଁ ମଡେଲିଂ କରିବେ ଆପଲ ସହ-ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ଝିଅ: ଭାଇରାଲ ହେଲା ବାଥ୍‌ଟବ୍‌ରେ ବୋଲ୍ଡ ଫଟୋ

ନୂଆଦିଲ୍ଲୀ: ମୋବାଇଲ ଫୋନର ରାଜା କୁହାଯାଉଥିବା ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ ଦୁନିଆର ଲୋକପ୍ରିୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥାଏ। ହେଲେ ଏବେ ତାଙ୍କ ଝିଅ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜୋବ୍ସଙ୍କ ଝିଅ ଇଭ ଗ୍ଲାମର ଦୁନିଆରେ ରଖିଛନ୍ତି ପାଦ। ପିତାଙ୍କ ବ୍ୟବସାୟ ଦୁନିଆ ବାହାରେ ମଡେଲିଂରେ ନାମ କରିବାକୁ ଇଭା ଚିନ୍ତା କରିଛନ୍ତି। ସେ ଗ୍ଲୋସିଅର୍‌ ପ୍ଲେଫୁଲ ହଲିଡେ ବିୟୁଟି ଅଭିଯାନରୁ ମଡେଲିଂରେ ନିଜର ଡେବ୍ୟୁ କରିଛନ୍ତି।

ଇଭ୍‌ ନିଜର ସମସ୍ତ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସୋସିଆଲ ପୃଷ୍ଠାରେ ଦେଢ଼ ଲକ୍ଷ ଅନୁସରଣକାରୀ ଅଛନ୍ତି। ଫଟୋଗୁଡ଼ିକରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସୌନ୍ଦର୍ଯ୍ୟ ଅଭିଯାନ ପାଇଁ ଇଭ୍‌ ବାଥ୍‌ଟବ୍‌ରେ ଭଳିକି ଭଳି ପୋଜ ଦେଇଛନ୍ତି। ପ୍ରଶଂସକମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରୁଥିବା ଦେଖାଯାଉଛି।

ଷ୍ଟିଭ ଜବ୍ସ ଏବଂ ତାଙ୍କ ପତ୍ନୀ ପାୱେଲ ଜବ୍ସଙ୍କର ତିନୋଟି ସନ୍ତାନ ଅଛନ୍ତି। ଇଭ ତିନି ଭାଇଭଉଣୀଙ୍କ ମଧ୍ୟରୁ ସାନ। ସେ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ଝିଅ ହେବାସତ୍ତ୍ୱେ ନିଜକୁ ସୋସିଆଲ ମିଡିଆ ଏବଂ କ୍ୟାମେରାଠାରୁ ଦୂରରେ ରଖି ଆସୁଥିଲେ। ଇଭ ଜଣେ ଚମତ୍କାର ଅଶ୍ୱାରୋହୀ। ଦୁନିଆର ୨୫ ବର୍ଷରୁ କମ୍‌ ଶ୍ରେଷ୍ଠ ୫ ଅଶ୍ୱାରୋହୀଙ୍କ ମଧ୍ୟରୁ ସେ ଜଣେ। ଏବେ ସେ ଷ୍ଟାନ ଫୋର୍ଡ ୟୁନିଭରସିଟିରେ ସ୍ନାତକ କରୁଛନ୍ତ। ଆସନ୍ତା ବର୍ଷ ସ୍ନାତକ ହାସଲ କରିବେ ସେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ କରି ନ ଥିଲେ ଏଭଳି ଭୁଲ୍‌, ଟ୍ବିଙ୍କଲଙ୍କ ସ୍ଥାନରେ ସ୍ତ୍ରୀ ହୋଇଥାନ୍ତେ ରବିନା

ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଓ ଅଭିନେତ୍ରୀ ରବିନା ଟଣ୍ଡନ ୯୦ ଦଶକର ଏକ ସୁପରହିଟ୍‌ ଯୋଡ଼ି। ୧୯୯୪ରେ ଉଭୟଙ୍କ ଫିଲ୍ମ ‘ମୋହରା’ ରିଲିଜ ହୋଇଥିଲା।...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଯୋଡି

ମୁମ୍ବାଇ: ଟେଲି ଧାରାବାହିକ ‘ଗମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଲିଡ୍‌ ଅଭିନେତା ନୀଲ ଭଟ୍ଟ ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା ବିବାହ ବନ୍ଧନରେ...

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କରନ୍‌ ଜୋହରଙ୍କ ରହିଥିଲା ପ୍ରେମ ସମ୍ପର୍କ ! ଦୁଇ ବର୍ଷ ଧରି…

ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଖାସ ସେଥିପାଇଁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଲୋକଲୋଚନକୁ ଆସିଯାଇଥାଏ। ସେଥିରୁ କିଛି ଗୁଜବ ମଧ୍ୟ...

ସଲମାନ୍‌ଙ୍କ ପିଲାଦିନର ଫଟୋ ଭାଇରାଲ: ହ୍ୟାଣ୍ଡସମ୍‌ ହଙ୍କ୍‌ଠାରୁ କିଛି କମ୍‌ ନ ଥିଲେ ଭାଇଜାନ୍‌

ଦବଙ୍ଗ ଖାନ୍‌ ସଲମାନ ଜଣେ ସୁପରଷ୍ଟାର। ସେ ସବୁବେଳେ ନିଜ ପରିବାର ତଥା ଭାଇମାନଙ୍କ ସହ ମିଶି ରହିଥାନ୍ତି। ତେବେ ସୋସିଆଲ ମିଡିଆରେ ତାଙ୍କର ଏକ...

ଏହି ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଶୁଟ୍‌, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାଶନକୁ ନେଇ ପ୍ରଶଂସକ ମହଲରେ ସବୁବେଳେ ଚର୍ଚ୍ଚା ହୋଇଥାଏ। ବର୍ତ୍ତମାନ ଏକ ଲାଲ୍‌ ରଙ୍ଗର ବଡିଫିଟ୍‌ ଡ୍ରେସ୍‌ ପିନ୍ଧି ଦେଶୀଗର୍ଲ...

ପୁଣି ଜଣେ ଅଭିନେତ୍ରୀଙ୍କୁ କରୋନା

ମୁମ୍ବାଇ: ଏବେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଏହି ସମୟରେ ଅନେକ ସେଲିବ୍ରିଟି କରୋନା ଆକ୍ରାନ୍ତ ହେଉଥିବା ଖବର ଜାଣିବାକୁ ମିଳୁଛି। ବର୍ତ୍ତମାନ...

୧୩୪ କୋଟିର ମାଲିକାଣୀ ବିଦ୍ୟା

ମୁମ୍ବାଇ: ନୂଆ ବର୍ଷରେ ଜନ୍ମଦିନ ପାଳିଛନ୍ତି ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ବିଦ୍ୟା ବାଲାନ। ୧୯୭୮ ଜାନୁୟାରୀ ୧ରେ କେରଳରେ ତାଙ୍କର ଜନ୍ମ। ନିଜ ଅଭିନୟ ବଳରେ...

ଜନ ଆବ୍ରାହମଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ ଆବ୍ରାହମଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଛି। କେହି ଜଣେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍‌ କରିଦେଇଛନ୍ତି। ଏଥିସହ ଅଭିନେତାଙ୍କ ସମସ୍ତ...

Advertisement
Archives

Model This Week