ଯାଜପୁର ସିମେଣ୍ଟ କାରଖାନାରେ ଉତ୍ତେଜନା

କଳିଙ୍ଗନଗର, ୨।୧୦(ଡି.ଏନ.ଏ.): କଳିଙ୍ଗନଗର ଶଳ୍ପାଞ୍ଚଳର ଯାଜପୁର ସିମେଣ୍ଟ (ସାଗର ସିମେଣ୍ଟ୍‌) କାରଖାନାରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଛି। ୩ ମାସର ବକେୟା ଦରମା ଦାବିରେ ଶ୍ରମିକ ଓ କର୍ମଚାରୀ ସକାଳ ୭ଟାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅପରାହ୍ନ ୪ଟାରେ ପୋଲିସ ପହଞ୍ଚତ୍ କାରଖାନା କର୍ତ୍ତୃପକ୍ଷ ଓ ଠିକାସଂସ୍ଥା କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ଥମିଥିଲା। ସିମେଣ୍ଟ୍‌ କାରଖାନା କର୍ତ୍ତୃପକ୍ଷ ଠିକାଦାରଙ୍କୁ ବକେୟା ଦରମା ଦେଉ ନ ଥିବାରୁ ଠିକାଦାର ଶ୍ରମିକଙ୍କୁ ପାଉଣା ଦେଉ ନ ଥିବା କହୁଛନ୍ତି। ଅନ୍ୟପକ୍ଷରେ କାରଖାନା କର୍ତ୍ତୃପକ୍ଷ ଠିକାଦାରଙ୍କୁ ଏକମାସର ପ୍ରାପ୍ୟ ଦେଇଥିବା କହିଛନ୍ତି। ଏହାମଧ୍ୟରେ ଶ୍ରମିକମାନେ ଦରମା ନପାଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ୯ ଘଣ୍ଟା ଧରି ଶ୍ରିମକମାନେ କାରଖାନା ଆଗରେ ବସି ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ସେମାନଙ୍କୁ ଆଲୋଚନା ପାଇଁ ନ ଡାକି ଓଲଟା ପୋଲିସର ଭୟ ଦେଖାଇବାକୁ ପଛାଇନଥିଲେ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ସମୟ ପରେ ହୋଇଥିବା ଆଲୋଚନାରେ କାରଖାନା ମୁଖ୍ୟ ଭେଙ୍କଟ ରେଡ୍ଡି, କଳିଙ୍ଗନଗର ଆଇଆଇସି ସୁଶାନ୍ତ କୁମାର ଦାସ ଓ ଯଖପୁରା ଆଇଆଇସି ଲକ୍ଷ୍ମଣ ଦଣ୍ଡସେନା, ଆରପିଡି କମ୍ପାନୀ ସୁପରଭାଇଜର ଅନନ୍ତ ଦାସ ଓ ଦିବ୍ୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାରଖାନା ପକ୍ଷରୁ ରେଡ୍ଡି ସମ୍ପୃକ୍ତ ଠିକାସଂସ୍ଥାକୁ ବକେୟା ଦରମା ପ୍ରଦାନ କରାଯାଇଥିବା କହିଥିଲେ। ତେବେ ବିଲ ପାଇବା ପରେ କାହିଁକି ଠିକାଦାର ଦରମା ଦେଇନାହାନ୍ତି ଶନିବାର ତାଙ୍କୁ ଡକାଇ ଆଲୋଚନା କରିବେ ବୋଲି ରେଡ୍ଡି ଜଣାଇଥିଲେ। ଅଧିକ ଉତ୍ତେଜନା ଆଶଙ୍କାରେ ଏକ ପ୍ଲାଟୁନ ଫୋର୍ସ କାରଖାନା ନିକଟରେ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟ,୨୦୨୦ରେ କାରଖାନା ମେକାନିକାଲ କାମ ଠିକାସଂସ୍ଥା ଆର୍‌ପିଡି ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡକୁ ଦିଆଯାଇଛି। କମ୍ପାନୀରେ ମୋଟ୍‌ ୨୫୦ ଶ୍ରମିକ ଓ କର୍ମଚାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri