ଗଞ୍ଜାମ,୩।୧୧(ଡି.ଏନ୍.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ଅକ୍ଟୋବର ୬ରେ ଷ୍ଟିମ ପାଇପ ଫାଟି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କାର୍ଯ୍ୟରତ ଇଞ୍ଜିନିୟରଙ୍କୁ ସମେତ ଜଣେ ଶ୍ରମିକ ଗୁରୁତର ହୋଇଥିଲେ । ପରେ ଇଞ୍ଜିନିୟର ଅଭିଷେକ ପାଳ ଓ ଶ୍ରମିକ ପୁଇଁତୋଳା ଗ୍ରାମର ଶଙ୍କର ରାଉଳଙ୍କ ମୃତ୍ୟୁ ଘଟିଥିଲ। ଶଙ୍କରଙ୍କ ପରିବାରକୁ କ୍ଷତିପୂରଣ ନିମନ୍ତେ ୧୨ ଲ ଟଙ୍କା ଏବଂ ମୃତ ଶଙ୍କରଙ୍କ ସ୍ତ୍ରୀଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ଲାଗି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ସୋମବାର କମ୍ପାନୀ ୟୁନିଟ ହେଡ ଦିଗ୍ବିଜୟ ପାଣ୍ଡେ, ଏଚ୍ଆର ମୁଖ୍ୟ କେ. ଜି. ଗେନରୱାଲ ଏକ ବୈଠକ କରିଥିଲେ। ଆଗାମୀ ୫ ତାରିଖରେ ମୃତ ଶଙ୍କରଙ୍କ ସ୍ତ୍ରୀ ଚନ୍ଦ୍ରମା ରାଉଳ କମ୍ପାନୀ ଆଡମିନ୍ଷ୍ଟ୍ରେଟରରେ ହେଲ୍ପର ଭାବେ ନିଯୁକ୍ତି ପାଇବା ନେଇ ବୈଠକରେ ଆଲୋଚନା ହୋଇଛି।
ଷ୍ଟିମ ପାଇପ୍ ଫାଟି ଶ୍ରମିକ ମୃତ୍ୟୁ ପ୍ରସଙ୍ଗ: ନଭେମ୍ବର ୫ରେ ନିଯୁକ୍ତି ପାଇବେ ମୃତ ଶଙ୍କରଙ୍କ ସ୍ତ୍ରୀ
ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ
ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…
ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…
ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ
ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…
ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ
ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…
ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା
ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ
ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…
ସରକାରୀ ବସ୍ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ
ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…
ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ
ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

