ଗଞ୍ଜାମ,୩।୧୧(ଡି.ଏନ୍.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ଅକ୍ଟୋବର ୬ରେ ଷ୍ଟିମ ପାଇପ ଫାଟି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କାର୍ଯ୍ୟରତ ଇଞ୍ଜିନିୟରଙ୍କୁ ସମେତ ଜଣେ ଶ୍ରମିକ ଗୁରୁତର ହୋଇଥିଲେ । ପରେ ଇଞ୍ଜିନିୟର ଅଭିଷେକ ପାଳ ଓ ଶ୍ରମିକ ପୁଇଁତୋଳା ଗ୍ରାମର ଶଙ୍କର ରାଉଳଙ୍କ ମୃତ୍ୟୁ ଘଟିଥିଲ। ଶଙ୍କରଙ୍କ ପରିବାରକୁ କ୍ଷତିପୂରଣ ନିମନ୍ତେ ୧୨ ଲ ଟଙ୍କା ଏବଂ ମୃତ ଶଙ୍କରଙ୍କ ସ୍ତ୍ରୀଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ଲାଗି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ସୋମବାର କମ୍ପାନୀ ୟୁନିଟ ହେଡ ଦିଗ୍ବିଜୟ ପାଣ୍ଡେ, ଏଚ୍ଆର ମୁଖ୍ୟ କେ. ଜି. ଗେନରୱାଲ ଏକ ବୈଠକ କରିଥିଲେ। ଆଗାମୀ ୫ ତାରିଖରେ ମୃତ ଶଙ୍କରଙ୍କ ସ୍ତ୍ରୀ ଚନ୍ଦ୍ରମା ରାଉଳ କମ୍ପାନୀ ଆଡମିନ୍ଷ୍ଟ୍ରେଟରରେ ହେଲ୍ପର ଭାବେ ନିଯୁକ୍ତି ପାଇବା ନେଇ ବୈଠକରେ ଆଲୋଚନା ହୋଇଛି।
ଷ୍ଟିମ ପାଇପ୍ ଫାଟି ଶ୍ରମିକ ମୃତ୍ୟୁ ପ୍ରସଙ୍ଗ: ନଭେମ୍ବର ୫ରେ ନିଯୁକ୍ତି ପାଇବେ ମୃତ ଶଙ୍କରଙ୍କ ସ୍ତ୍ରୀ

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା
ପୁରୁଷୋତ୍ତମପୁର,୧।୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ କଇଠଡାର ଡାକ୍ତର...

ସାଇକେଲରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ
ଛତ୍ରପୁର,୨୮ା୩(ଡି.ଏନ୍.ଏ.)- କରୋନାକୁ ପ୍ରତିରୋଧ ପାଇଁ ଗଞ୍ଜାମ ଜିଲାରେ ଲାଗୁ ହୋଇଥିବା ଲକ୍ଡାଉନ ଶନିବାର ସପ୍ତମ ଦିନରେ ପହଞ୍ଚତ୍ଛି। ଏନେଇ ଜିଲାରେ ବାଇକ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ...

ଲୋକଙ୍କ ପାଖରେ ପହଞ୍ଚିଲା ଲୋକାୟୁକ୍ତ
ବ୍ରହ୍ମପୁର ଅଫିସ,୧୮ା୮-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସ୍ଓ) ତରଫରୁ ହିଲପାଟଣାସ୍ଥିତ ସାଂସ୍କୃତିକ ଭବନରେ ଶନିବାର ଲୋକାୟୁକ୍ତ ଆଇନ-୨୦୧୪କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ...

ଲଘୁଚାପ ବର୍ଷା : ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
ବ୍ରହ୍ମପୁର ଅଫିସ,୭।୮: ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ସୋମବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ବୁଧବାର ମଧ୍ୟ ଅନବରତ ବର୍ଷା ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି।...

କଂଗ୍ରେସକୁ ମିଳିଲା ନାହିଁ ପ୍ରାର୍ଥୀ
ବ୍ରହ୍ମପୁର ଅଫିସ,୮ା୩: ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ। ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ସୋମବାର ପ୍ରଦେଶ...

ସୁଲୁମାହା ଘାଟିରେ ଟ୍ରାକ୍ଟର ଧକ୍କାରେ ଦାଦା, ପୁତୁରାଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ରାଜପଥ ଅବରୋଧ, ୧୦ ଲକ୍ଷ କ୍ଷତିପୂରଣ ଦାବି
ଦାରିଙ୍ଗବାଡ଼ି,୨୨।୬(ଡି.ଏନ୍.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୁଲୁମାହା ଘାଟିରେ ଶୁକ୍ରବାର ସଂନ୍ଧ୍ୟା ୭ଟାରେ ଟ୍ରାକ୍ଟର ଧକ୍କାରେ ବାଇକରେ ଯାଉଥିବା ଦାଦା, ପୁତୁରାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ଗଞ୍ଜାମ ଜିଲାରେ ପାସହାର ୭୨ %
ବ୍ରହ୍ମପୁର ଅଫିସ,୨୧ା୫: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲାରେ ପାସ ହାର ୭୧.୮୫% ରହିଛି। ଜିଲାରେ ମୋଟ ୪୮ ହଜାର...

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ ଘଟଣା: ନିଲମ୍ବିତ ହେଲେ ରେଞ୍ଜ ଅଧିକାରୀ
ଫୁଲବାଣୀ ଅଫିସ, ୩୧ା୫- କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ ଘଟଣାରେ ରେଞ୍ଜ ଅଧିକାରୀ ଉମେଶ ଦିଗାଲ ନିଲମ୍ବିତ ହୋଇଛନ୍ତି।...