ପ୍ରେମିକାଙ୍କୁ ଖୁସି କରିବାକୁ ଚୋରି

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସହରର ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଏକ ର଼୍ୟାକେଟକୁ ଠାବ କରିଛି। ମଙ୍ଗଳବାର ୩ ଇଞ୍ଜନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟେ ବାଇକ୍‌ ଓ ମୋବାଇଲ ଜବତ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ଚକ୍ରଧରପୁର ଅଞ୍ଚଳର ଶିବନନ୍ଦନ ପ୍ରଧାନ, ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଅଞ୍ଚଳର ଜୟ କୁମାର ଦାସ, କେନ୍ଦୁଝର ଯୋଡ଼ା ଅଞ୍ଚଳର ନିଲେସ ସୁରେନ। ସମସ୍ତଙ୍କ ବୟସ ୧୯ ରୁ ୨୧ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି। ସେମାନେ କେନ୍ଦୁଝର ସଦର ବ୍ଲକ୍‌ ଡିମ୍ବୋସ୍ଥିତ ଏକ ଘରୋଇ ଇଂଜିନିୟରିଂ ସ୍କୁଲର ଛାତ୍ର ଏବଂ ଘରୋଇ ଛାତ୍ରାବାସରେ ରହି ପଢୁଥିଲେ। ସେମାନେ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଦାମୀ ଗାଡ଼ି ଚୋରି କରି ସଉକ କରୁଥିଲେ ବୋଲି ପୋଲିସ କହିଛି। ପୂର୍ବରୁ ଘଟଣାରେ ସମ୍ପୃକ୍ତ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ସୂଚନା ମୁତାବକ, ୨୦୨୩ ଡିସେମ୍ବର ୨୬ ରାତିରେ ନରଣପୁରର ଯଶୋବନ୍ତ ବେହେରା ତାଙ୍କ ବାଇକ୍‌ ଚୋରି ନେଇ ଟାଉନ ଥାନାରେ ରିପୋର୍ଟ କରିଥିଲେ।

ପୋଲିସ ମାମଲା (ନଂ. ୪୭୦/୨୩) ରୁଜୁ କରି ତଦନ୍ତ ବେଳେ ୨ ଛାତ୍ର (ଯୋଡ଼ା ଅଞ୍ଚଳର ଦୀପଙ୍କର ଗୋଛାୟତ, ବଡ଼ବିଲ ଅଞ୍ଚଳର ରାଜୀବ ଗୋପ) ରହୁଥିବା ଡିମ୍ବୋସ୍ଥିତ ଭଡ଼ାଘରୁ ଗାଡି ଜବତ କରିବା ପରେ ସମ୍ପୂର୍ଣ୍ଣ ଘଟଣା ଲୋକଲୋଚନକୁ ଆସିଥିଲା। ଗାଡିର ନମ୍ବରପ୍ଲେଟ୍‌ ପରିବର୍ତ୍ତନ କରି ସେମାନେ ବ୍ୟବହାର କରୁଥିଲେ। ସେମାନଙ୍କୁ ପଚରାଉଚୁରା ବେଳେ ୩୦ ମାର୍ଚ୍ଚ ୨୦୨୪ରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବରାଳ ଲଜ୍‌ ଗଳିରେ ରହୁଥିବା ସତ୍ୟାନନ୍ଦ ନାଏକଙ୍କ ଘର ସମ୍ମୁଖରୁ ଏକ ବାଇକ ଚୋରି କରିଥିବା ସ୍ବୀକାର କରିଥିଲେ। ଉକ୍ତ ଗାଡ଼ିକୁ ମଧ୍ୟ ପୋଲିସ ବାରିଆ ଥାନା ଅଞ୍ଚଳରୁ ଜବତ କରିଥିଲା। ମାର୍ଚ୍ଚ ୩୧ ତାରିଖରେ ଟାଉନ ଥାନା ଅନ୍ତର୍ଗତ ରଘୁନାଥ ହୋଟେଲ ନିକଟ ମୋଚିବନ୍ଧ ସାହିରେ ରହୁଥିବା ପୋଲିସ ସବ୍‌ଇନ୍ସପେକ୍ଟର ଅଯୋଧ୍ୟା ମାଟିଆଙ୍କ ବାଇକ୍‌ ଘର ଅଗଣାରୁ ଚୋରି ହୋଇଥିଲା। ଉକ୍ତ ଚୋରି ଗାଡି ସମେତ ଅନ୍ୟ ଏକ ଗାଡ଼ି ସେମାନଙ୍କଠାରୁ ଜବତ ହୋଇଥିଲା। ଟାଉନ ପୋଲିସ ପୃଥକ୍‌ ମାମଲା(ନଂ.୨୦୪/୨୦୨୪ ଏବଂ ୨୦୦/୨୦୨୪ )ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଥିଲା। ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ମଙ୍ଗଳବାର ଉକ୍ତ ଛାତ୍ରାବାସରୁ ୩ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରି ଏକ ଚୋରା ବାଇକ୍‌ ଓ ମୋବାଇଲ୍‌ ଜବତ କରିଥିଲା। ଟାଉନ ଥାନା ଅଧିକାରୀ ରମାକାନ୍ତ ସଏ କହିଛନ୍ତି, ପ୍ରେମିକାଙ୍କୁ ଖୁସି କରିବା ପାଇଁ ସେମାନେ ଏଭଳି ଦାମୀ ଗାଡ଼ି ଚୋରି କରି ସଉକ କରୁଥିଲେ। ଗାଡ଼ିର ନମ୍ବର ବଦଳାଇ ବ୍ୟବହାର କରୁଥିଲେ। ଏଥିସହ ସେମାନେ ମଦ, ଡ୍ରଗ୍‌ସ ଖାଉଥିବା ପୋଲିସ ଆଗରେ କହିଛନ୍ତି। ମୋଟ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ୫ ବାଇକ୍‌ ଜବତ ହୋଇଛି। ଗାଡ଼ି ଚୋରି ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜା ଚାଲି ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri