ଏମିତି ରୁହନ୍ତୁ ଫିଟ୍‌

ବର୍ତ୍ତମାନର ପରିବର୍ତ୍ତିତ ଲାଇଫ୍‌ଷ୍ଟାଇଲ୍‌ ଏବଂ କାର୍ଯ୍ୟବ୍ୟସ୍ତତା ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ଫିଟ୍‌ ରହିବା ଲାଗି ଅଳ୍ପ ବୟସରୁ ହିଁ କେତେକ କଥା ପ୍ରତି ଯନତ୍ଶୀଳ ହେବା
ଆବଶ୍ୟକ। ଜାଣିରଖନ୍ତୁ
ସେ ସମ୍ପର୍କରେ …

ବର୍ତ୍ତମାନ ଅଧିକାଂଶଙ୍କଠାରେ ଶାରୀରିକ ପରିଶ୍ରମ ଅଭାବରୁ ଶରୀରର ଓଜନ ଏବଂ ମେଦବହୁଳତା ବଢୁଛି, ଯାହାକି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ମୂଳ କାରଣ। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ଦିନକୁ ଅତି କମ୍‌ରେ ୩୦ମିନିଟ୍‌ ଶାରୀରିକ ବ୍ୟାୟାମ ନିହାତି କରିବା ଆବଶ୍ୟକ। ଏହାଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ, ମାଂସପେଶୀ ମଜଭୁତ ହୋଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
ଶ୍ୱାସକ୍ରିୟା ଠିକ୍‌ ରଖିବା, ହୃତ୍‌ପିଣ୍ଡକୁ ମଜଭୁତ କରିବା ଲାଗି ୧୦ ମିନିଟ୍‌ ବ୍ରିଦିଂ ଏକ୍ସରସାଇଜ୍‌ କରନ୍ତୁ (ସକାଳେ ୫ମି. ଏବଂ ସନ୍ଧ୍ୟାରେ ୫ମି.)।
ଦୈନିକ ୧୦-୧୫ ଗ୍ଲାସ ପାଣି ପିଅନ୍ତୁ।
ଚା କିମ୍ବା କଫି ପିଇବା ଯଥାସମ୍ଭବ କମ୍‌ କରନ୍ତୁ। ନିହାତି ଏସବୁ ପିଇବାର ଅଭ୍ୟାସ ଥିଲେ ଏହା ବଦଳରେ ଗ୍ରୀନ୍‌ ଟି ପିଇବା ବେଶ୍‌ ଉପକାରୀ।
ଶର୍କରାଯୁକ୍ତ ଖାଦ୍ୟ ବା ମିଠା ଖାଦ୍ୟ ଯଥାସମ୍ଭବ କମ୍‌ ଖାଆନ୍ତୁ। ଏହା ପରିବର୍ତ୍ତେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ।
ଯଥାସମ୍ଭବ ଫ୍ୟାଟ୍‌ ବା ଚର୍ବିଯୁକ୍ତ ଖାଦ୍ୟ ପରିବର୍ତ୍ତେ ଫାଇବର, କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଦ୍ୟକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।
କାମର ଚାପ, ମାନସିକ ଅବସାଦ ଆଦି ଥିଲେ ନିଜକୁ ସେଥିରୁ ମୁକୁଳାଇବା ଲାଗି ମନ ପସନ୍ଦର ମ୍ୟୁଜିକ୍‌ ଶୁଣନ୍ତୁ, ବହି ପଢ଼ନ୍ତୁ, ଫିଲ୍ମ ଦେଖନ୍ତୁ। କାରଣ ମନ ଖୁସି ରହିଲେ ଶରୀର ସୁସ୍ଥ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri