ଏହି ୮ ପ୍ରକାର ପ୍ରାଣୀଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ ଅସୁବିଧାରେ ପକାଇଥାନ୍ତି, ଦୁଃଖ ଦେଇଥାନ୍ତି।

राजा वेश्या यमो ह्यग्निस्तकरो बालयाचको। 

पर दु:खं न जानन्ति अष्टमो ग्रामकंटका:।। 

ରାଜା, ଗଣିକା, ଯମ, ଅଗ୍ନି, ତସ୍କର, ବାଳକ, ଯାଚକ ଏବଂ ଗ୍ରାମ କଣ୍ଟକ(ଗ୍ରାମବାସୀଙ୍କୁ ଅସୁବିଧାରେ ପକାଉଥିବା) ୮ ପ୍ରକାର ବ୍ୟକ୍ତି ଅନ୍ୟମାନଙ୍କ ଦୁଃଖ ଏବଂ ଯନ୍ତ୍ରଣାକୁ ଜାଣି ପାରନ୍ତି ନାହିଁ। ଏମାନେ ସର୍ବଦା ନିଜ ମନ ମୁତାବକ କାମ କରିଥାନ୍ତି। ଏଣୁ ମଣିଷମାନେ ଏମାନଙ୍କଠାରୁ ଦୟା ଆଶା କରିବା ଉଚିତ ନୁହେଁ ବୋଲି ଚାଣକ୍ୟ କହିଛନ୍ତି।

अध: पश्यसि किं बाले! पतितं तव किं भुवि। 

रे रे मूर्ख! न जानासि गतं तारुण्यमौकित्कम्।।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ମଣିଷକୁ କେବେହେଲେ କୌଣସି ଅସହାୟ ଏବଂ ପୀଡ଼ିତ ବ୍ୟକ୍ତିର ଉପହାସ କରିବା ଉଚିତ ନୁହେଁ। କାରଣ ଏଭଳିି ତା ସହ ମଧ୍ୟ ଘଟିପାରେ।

ଏକ ଉଦ୍ଧତ ଯୁବକ ହସି ହସି ଜଣେ ବୃଦ୍ଧଙ୍କୁ ପଚାରିଥିଲେ, ତୁମେ ତଳେ କ’ଣ ଖୋଜୁଛ। ଏହାଶୁଣି ବୃଦ୍ଧଜଣଙ୍କ ଉତ୍ତର ଦେଇଥିଲେ ବୁଢ଼ା ହୋଇଯିବା ଯୋଗୁ ମୋର ଯୌବନ ରୂପକ ମୋତି ତଳେ ପଡ଼ି ଯାଇଛି। ମୁଁ ତାକୁ ହିଁ ଖୋଜୁଛି। ଏହି ସନ୍ଦର୍ଭରେ ଚାଣକ୍ୟ କହିଛନ୍ତି, ମଣିଷକୁ ଦିନେ ନା ଦିନେ ବୃଦ୍ଧାବସ୍ଥା ଦେଇ ଗତି କରିବାକୁ ପଡ଼ିବ। ଏଣୁ ଅନ୍ୟର ଉପହାସ କରିବା ପ୍ରବୃତି ଛାଡ଼ିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଇଁ

ଏବେ ବି କରୋନା ଲାଗି ଅଧିକାଂଶ ମା’ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ବାହାର କିଣା ଖାଦ୍ୟ ଦେଉ ନାହାନ୍ତି। ଏମିତିରେ ପ୍ରତିଦିନ ପିଲାଙ୍କୁ ସେମାନଙ୍କର ମନପସନ୍ଦର...

ବିଟ୍‌ରୁଟ୍‌ ମୋଦକ

ବିଟ୍‌ରୁଟ୍‌ ମୋଦକ ଆବଶ୍ୟକ ସାମଗ୍ରୀ: ୨ କପ୍‌ ବେସନ, ୨ ଟେବଲ୍‌ ସ୍ପୁନ୍‌ ରାଓ୍ବା/ସୁଜି, ୨ଟି ସିଝା ବିଟ୍‌ରୁଟ ପେଷ୍ଟ କିମ୍ବା ୧/୪ ଟିସ୍ପୁନ୍‌ ବିଟ୍‌ରୁଟ୍‌...

ଏହି ୭ ଜିନିଷରେ ଭୁଲରେ ବି ଗୋଡ ବଜାନ୍ତୁ ନାହିଁ କି ମାରନ୍ତୁନି ଗୋଇଠା, ହୋଇଯିବେ ବରବାଦ..

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି, ବ୍ୟବସାୟ,...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବା ପାଇଁ…

ମେଥି ଓ ଦହି ଶରୀର ପାଇଁ ଉପକାରୀ । ପ୍ରତିଦିନ ମେଥି ଗୁଣ୍ଡ ଖାଇଲେ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୁଏ। ମେଥି ସହିତ...

ପୂର୍ବସୂରୀଙ୍କ ପ୍ରତିଶ୍ରୁତି ରକ୍ଷାରେ ଆମେ କେତେ ସମର୍ଥ?

ଆଜକୁ ଠିକ୍‌ ୭୩ ବର୍ଷ ପୂର୍ବେ ଅର୍ଥାତ୍‌ ୬, ଜୁଲାଇ ୧୯୪୮ ମସିହାରେ ଆମର ସର୍ବ ପୁରାତନ ପ୍ରିୟତମ ଉଚ୍ଚ ଶିକ୍ଷାନୁଷ୍ଠାନ ଭଦ୍ରକ କଲେଜ ପ୍ରତିଷ୍ଠା...

ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇବ ୨୦୨୨; ଚାକିରି, ଶିକ୍ଷା, ବ୍ୟାପାର, ପ୍ରେମ ଆଦି କ୍ଷେତ୍ରରେ…

ଆସୁଛି ନୂଆବର୍ଷ। ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଆଜି ଆମେ ଆପଣଙ୍କୁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନୂତନ ବର୍ଷ କିଭଳି ରହିବ, କାହାକୁ କାହାକୁ ଶୁଭଫଳ...

ନୂତନ କରୋନା ଭୂତାଣୁ

ଦୁନିଆରେ କରୋନା ଭୂତାଣୁ ଓମିକ୍ରନ ଆତଙ୍କର କଳାବାଦଲ ହଟି ନ ଥିଲାବେଳେ ଏବେ ଆଉ ଏକ ନୂତନ ଭୂତାଣୁର ଆବିର୍ଭାବ ବିଶ୍ୱ ପାଇଁ ଚିନ୍ତାର କାରଣ...

ଏହି ୪ ଲୋକଙ୍କ ପାପକୁ ଅନ୍ୟମାନେ ଭୋଗିଥାନ୍ତି, ଜାଣିରଖନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଅନେକ ଥର ନିଜେ ଭୁଲ ନ କଲେ ବି ଅନ୍ୟର ଭୁଲ ପାଇଁ କ୍ଷତି ସହିବାକୁ ପଡ଼ିଥାଏ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ...

Advertisement
Archives

Model This Week