ଭାସ୍କେଲ ଡ୍ୟାମ୍‌, ପୋଡ଼ାଗଡ଼ ପୀଠର ଉନ୍ନତି ନେଇ ସ୍ଥିତି ଅନୁଧ୍ୟାନ

ଉମରକୋଟ, ୨୫।୩(ଡି.ଏନ୍‌.ଏ.): ଧୋଡ୍ରାସ୍ଥିତ ଘାଟ ଘୋଷାଣୀ ମନ୍ଦିର, ଭାସ୍କେଲ ଡ୍ୟାମ୍‌ ଓ ଐତିହାସିକ ପୋଡ଼ାଗଡ଼ ପୀଠର ସୌନ୍ଦର୍ଯ୍ୟକରଣ କିପରି କରାଯାଇପାରିବ ତାହାର ତର୍ଜମା ନେଇ ଜିଲାସ୍ତରୀୟ ପ୍ରଶାସନିକ ଟିମ୍‌ ଗ୍ରାଉଣ୍ଡ ଜିରୋରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ କମଳଲୋଚନ ମିଶ୍ରଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧି ଏହି ସମୟରେ ଉପସ୍ଥିତ ଥିଲେ। ଉମରକୋଟ ଗସ୍ତରେ କିଛିଦିନ ପୂର୍ବରୁ ୫-ଟି ସଚିବ ଭି .କେ. ପାଣ୍ଡିଆନ ଆସି ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତାହାକୁ କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି।
ଜିଲାସ୍ତରୀୟ ଟିମ୍‌ ପ୍ରଥମେ ଘାଟ ଘୋଷାଣୀ ମନ୍ଦିରକୁ ଯାଇଥିଲେ। ମନ୍ଦିରକୁ ଯିବା ଆସିବା ପାଇଁ ପକ୍କାରାସ୍ତା, ମନ୍ଦିର ପାର୍ଶ୍ୱର ଗାର୍ଡୱାଲ, ମନ୍ଦିର ମୁଖଶାଳା, ଶିଶୁ ଉଦ୍ୟାନ, ଲୋକଙ୍କ ଭୋଜିଭାତ ପାଇଁ ଏକ ଘର, ଆଲୋକୀକରଣ ପାଇଁ ଟମ୍‌କୁ ମନ୍ଦିର କମିଟି ପ୍ରସ୍ତାବ ଦେଇଥିଲେ। ଏହାକୁ ଅଗ୍ରାଧିକାର ଦେଇ ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପ୍ରସ୍ତାବକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଆକଳନକରି ରିପୋର୍ଟ ଦେବାକୁ ଝରିଗାଁ ତହସିଲଦାର ମଧୁସୂଦନ ମାଝି, ଝରିଗାଁ ବିଡିଓ ସତ୍ୟନାରାୟଣ ମେହେର ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି। ଐତିହାସିକ ପୋଡ଼ାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଉଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ଉପସଭାପତି ଜଗଦୀଶ ନାୟକ, ସହ ସମ୍ପାଦକ ତୁଳସୀରାମ ଭତ୍ରାଙ୍କ ସହ ଜିଲାସ୍ତରୀୟ ଟିମ୍‌ ଆଲୋଚନା କରିଥିଲା। ପ୍ରାଥମିକ ସ୍ତରରେ ଭୈରବ ମନ୍ଦିର, ଚାଉଁରୀୟା ମନ୍ଦିର, ଗାଦିମା ମନ୍ଦିର , ଝାଜଲଦେଇ ମନ୍ଦିର ପୁନରୁଦ୍ଧାର, ଉପର ଗଡ଼ ପାହାଡ଼ ଉପରକୁ ଯିବାକୁ ଶିଡ଼ି, ପକ୍କାରାସ୍ତା, ଆଲୋକୀକରଣ, ପାନୀୟ ଜଳ, ଭୋଜି ପାଇଁ ଆସୁଥିବା ଲୋକଙ୍କ ନିମନ୍ତେ ଏକ ଘର, ଶୌଚାଳୟ, ଗାଡ଼ି ପାର୍କିଂ ବ୍ୟବସ୍ଥା କରିବାକୁ ଭୁବନେଶ୍ୱରସ୍ଥିତ ଆର୍କିଟେକଙ୍କ ସହ ଆଲୋଚନା କରାଯିବ। କେତେ ଟଙ୍କା ଆବଶ୍ୟକ ତା’ର ଆକଳନ କରି ଶୀଘ୍ର ଜିଲାସ୍ତରକୁ ହସ୍ତାନ୍ତର ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ।
ଭସ୍କେଲ ଡ୍ୟାମ୍‌ ପରିଦର୍ଶନରେ ଯାଇ ଲୋକଙ୍କ ମତ ନେଇ ଶିଶୁ ଉଦ୍ୟାନ, ପାଖ ପାହାଡ଼, ନିକଟସ୍ଥ ଶିବମନ୍ଦିର ସୌନ୍ଦର୍ଯ୍ୟକରଣ, ଡ୍ୟାମ୍‌ରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା, ଆଇ ଲଭ୍‌ ଭାସ୍କେଲ ଷ୍ଟାଣ୍ଡ ଲଗାଯିବା ନେଇ ଲୋକେ ଜିଲାପାଳଙ୍କୁ କହିଥିଲେ। ଏହିସବୁର ରକ୍ଷଣାବେକ୍ଷଣ ନେଇ ଲୋକଙ୍କ ସହ ଆଲୋଚନା କରାଯାଇଛି।
ଜିଲାସ୍ତରୀୟ ଟିମ୍‌ରେ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି, ଉପାଧ୍ୟକ୍ଷ ଶ୍ୟାମଲାଲ ସରକାର, ଉଠାଜଳସେଚନ ଉପଦେଷ୍ଟା ପ୍ରମୋଦ ପାଢ଼ୀ, ପୌର ଉପାଧ୍ୟକ୍ଷ ସୁଧାଂଶୁ ଦାସ, ଜିଲା ପରିଷଦ-୧ ସଭ୍ୟ ଚନ୍ଦନ ରାୟ, ଡିଆର୍‌ଡିଏ ପିଡି ଅନ୍ୟା ଦାସ , ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ମିଶ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅନ୍ତୁନି କିଷାନ, ଉମରକୋଟ ବିଡିଓ ହିମାଞ୍ଚଳ ମାଝି, ଏଇଇ ସଙ୍କେତ ନାୟକ, ଏଇ ଅଶ୍ୱିନୀ ପଟ୍ଟନାୟକ, କନିଷ୍ଟ ଯନ୍ତ୍ରୀ ଦଶରଥ ଖେମଡୁ, ରୁଦ୍ର ପାତ୍ର, ଉମରକୋଟ ତହସିଲଦାର ତୁଳା ମୁଦୁଲି, ଆର୍‌ଆଇ ଶିବାନନ୍ଦ ରାଉତ, ରେଞ୍ଜର ଅସିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଗ୍ରାହକଙ୍କ ସୁବିଧା ପାଇଁ …

ଚେନ୍ନାଇ,୨୮।୮: ତାମିଲନାଡୁରେ ମଦର ଖୁଚୁରା ବିକ୍ରି ଉପରେ ସରକାରୀ ଏକାଧିକାର ରଖୁଥିବା ସଂସ୍ଥା TASMAC ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ…

ଗ୍ରହଙ୍କ ବଡ଼ ସଂଯୋଗ: ଏହି ୫ ରାଶିଙ୍କୁ ମିଳିବ ଧନଠାରୁ କ୍ୟାରିୟର ପର୍ଯ୍ୟନ୍ତ ଲାଭ

୨୮ ଅଗଷ୍ଟ ୨୦୨୬ ଦିନଟି ପଞ୍ଜିକା ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି…

‘ଇମ୍ରାନ ଖାନଙ୍କୁ ମାରିଦେବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର’, ବଡ଼ ଦାବି କଲେ ପୁଅ

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ଅଭିଯୋଗ ଆସିଛି । ଇମ୍ରାନ ଖାନଙ୍କ ଦୁଇ ପୁଅ କାସିମ ଖାନ ଓ ସୁଲେମାନ ଖାନ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri