ମୂର୍ତ୍ତି ଚୋରି ରାକେଟ ସକ୍ରିୟ, ଅଚିନ୍ତାରେ ପୋଲିସ

ଭୁବନେଶ୍ୱର,୨୩।୧୨ (ବ୍ୟୁରୋ): ଓଡ଼ିଶାର ବିଭିନ୍ନ ପୁରାତନ ମନ୍ଦିରରେ ଅଷ୍ଟଧାତୁରେ ନିର୍ମିତ ପ୍ରାଚୀନ ମୂର୍ତ୍ତି ପୂଜା ପାଉଛନ୍ତି। ଲୋକମାନେ ତାଙ୍କ ଆରାଧ୍ୟ ଦେବଦେବୀଙ୍କୁ ପୂଜା କରୁଥିବା ବେଳେ ଏଗୁଡ଼ିକ ଐତିହ୍ୟ ଓ ସଂସ୍କୃକ୍ତିକୁ ଅଧିକ ସମୃଦ୍ଧ କରୁଛି। ହେଲେ ଏହି ବହୁମୂଲ୍ୟ ଅଷ୍ଚଧାତୁ ବିଗ୍ରହ ଉପରେ ଲୋଲୁପ ଦୃଷ୍ଟି ପକାଉଛନ୍ତି ଅନ୍ତର୍ଜାତୀୟ ଚୋର ରାକେଟ। ବିଭିନ୍ନ ସମୟରେ ମନ୍ଦିରଗୁଡ଼ିକରୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହେଉଛି। ହାତ ଗଣତି ଘଟଣାରେ ପୋଲିସ ଏହାର କିଛି ସ୍ଥାନୀୟ ଏଜେଣ୍ଟଙ୍କୁ ଧରୁଥିବାବେଳେ ରାକେଟର ମୁଖ୍ୟ ପାଖରେ ପହଞ୍ଚତ୍ପାରୁନାହିଁ। ଚୋରି ମୂର୍ତ୍ତିସବୁକୁ ଏଜେଣ୍ଟ ଦ୍ୱାରା ଆମେରିକା, ଇଂଲଣ୍ଡ, ଫ୍ରାନ୍ସ ଆଦି ଦେଶରେ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି।
ଗୋଟିଏ ପରେ ଗୋଟିଏ ମନ୍ଦିରରୁ ମୂର୍ତ୍ତି ଚୋରି ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା କାକରୁଦ୍ରପୁର ଚମ୍ପେଶ୍ୱର ମନ୍ଦିରରୁ ୨ଟି ପ୍ରାଚୀନ ଅଷ୍ଟଧାତୁ ଓ ରୁପା ସାମଗ୍ରୀ ଚୋରି ହେବା ଅଧିକ ଚର୍ଚ୍ଚା ସୃଷ୍ଟି କରିଛି। କେବଳ ସେତିକି ନୁହଁ ଗତ ଫେବୃୟାରୀ ମାସରୁ ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ମନ୍ଦିରରୁ ୫୦ରୁ ଅଧିକ ଅଷ୍ଟଧାତୁ ମୂର୍ତ୍ତି ଚୋରି ହେଲାଣି। ହେଲେ ରାଜ୍ୟ ପୋଲିସ ଅଚିନ୍ତାରେ ଶୋଇଥିବା ଦେଖାଯାଉଛି। ଫେବୃୟାରୀ ୨ରେ ବାଳକାଟି ବାଲୁଙ୍କେଶ୍ୱର ମନ୍ଦିରରୁ ଚନ୍ଦ୍ରଶେଖର ଓ ମା’ ପାର୍ବତୀଙ୍କ ମୂର୍ତ୍ତି ଚୋରି ହୋଇଥିଲା। ପ୍ରତାପରୁଦ୍ରସ୍ଥିତ ଆଖଣ୍ଡଳେଶ୍ୱର ମନ୍ଦିରରୁ ଏପ୍ରିଲ ୨୮ରେ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ସମେତ ୩ଟି ପାର୍ବତୀଙ୍କ ମୂର୍ତ୍ତି ଏବଂ ଗୋଟିଏ ଆଣ୍ଠୁଆ ଗୋପାଳ ମୂର୍ତ୍ତି ଚୋରି କରିନେଇଥିଲେ ଦୁର୍ବୃତ୍ତ। ସେହିଦିନ ସ୍ଥାନୀୟ କେନ୍ଦୁବିଲ୍ବ ଅଞ୍ଚଳର ନୃସିଂହନାଥ ମନ୍ଦିରରୁ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଏବଂ ଏହାର ୮ଦିନ ପରେ ବାଲିଅନ୍ତା ଥାନା ମା’ ଟଙ୍କପାଣି ମନ୍ଦିର୍‌ରୁ ୭ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। କେବଳ ରାଜଧାନୀ ଉପକଣ୍ଠ ନୁହେଁ ଜୁନ ୩ରେ ପୁରୀ ଜିଲା ପିପିଲିସ୍ଥିତ ଶ୍ରୀଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ମଧ୍ୟ ୧୫ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ମଧ୍ୟ ଚୋରି ହୋଇଥିଲା। ଗତ ନଭେମ୍ବର ୧୨ରେ ଯାଜପୁର ଜିଲା ଧର୍ମଶାଳା ଥାନା ପାଟପୁରସ୍ଥିତ ବଳଦେବଜୀଉ ମନ୍ଦିରରୁ ୬ ଅଷ୍ଟଧାତୁ ଚୋରି କରିନେଇଥିଲେ ଦୃର୍ବୃତ୍ତ।
୧୯୭୦ ସମୟରେ ରାଜ୍ୟର ବିଭିନ୍ନ ମନ୍ଦିରରୁ ବହୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ବଡ଼ ପ୍ରସଙ୍ଗ ହୋଇଥିଲା। ୧୯୬୫ରେ ୩, ୧୯୬୬ରେ ୭, ୧୯୬୭ରେ ୫, ୧୯୬୮ରେ ୧୨, ୧୯୬୯ରେ ୧୮ ଏବଂ ୧୯୭୦ରେ ୩୫ଟି ମୂର୍ତ୍ତି ଚୋରି ଘଟଣା ପରେ ବିଧାନସଭା ଓ ଲୋକ ସଭାରେ ବିରୋଧୀ ଦଳ ସରକାରଙ୍କୁ ଦୋଷ ଦେବା ସହ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିଥିଲେ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ (ପୋଲିସ ସର୍କୁଲାର ଅର୍ଡର ନଂ.୧୯୯) ଜାରି କରାଯାଇଥିଲା। ସର୍କୁଲାର ଅନୁଯାୟୀ ମୂର୍ତ୍ତି ଚୋରି ମାମଲାରେ ୧୧ଟି ନିର୍ଦ୍ଦେଶାବଳୀକୁ କଠୋର ଭାବେ ପାଳନ କରାଯିବାକୁ କୁହାଯାଇଥିଲା। ମୂର୍ତ୍ତି ଚୋରି ମାମଲାରେ ଥାନା ପକ୍ଷରୁ ତୁରନ୍ତ କ୍ରାଇମବ୍ରାଞ୍ଚକୁ ଜଣାଯିବ। ଏହି ମାମଲାରେ ଅଭିଯୁକ୍ତ ଧରାପଡ଼ିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରିବ। ମାମଲାରେ ଇନ୍‌ସ୍ପେକ୍ଟର ଓ ଗେଜେଟେଡ ଅଧିକାରୀ ତଦାରଖ କରିବେ। ଅଭିଯୁକ୍ତମାନଙ୍କୁ ଜାମିନରେ ନେଉଥିବା ବ୍ୟକ୍ତିମାନଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା କରାଯିବ। ଜଣାଶୁଣା ଅପରାଧୀଙ୍କ ଗତିବିଧି ଉପରେ ଯାଞ୍ଚ କରାଯିବା ଲାଗି ନିର୍ଦ୍ଦେଶାବଳୀ ରହିଥିଲା। ହେଲେ ଏବେ ଏହି ନିର୍ଦ୍ଦେଶାବଳୀ ନାମକୁ ମାତ୍ର ବୋଲି କୁହାଯାଉଛି। ଥାନା ପକ୍ଷରୁ ଏହି ଘଟଣାକୁ ହାଲୁକା ଭାବେ ନିଆଯାଉଥିବାବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ସମାନ ନୀତି ଆପଣାଇଛି। ଫଳରେ ବାରମ୍ବାର ମୂର୍ତ୍ତି, ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହେଉଥିବାରୁ ଧର୍ମ-ସଂସ୍କୃତି ପୀଠ, କୀର୍ତ୍ତିରାଜି ଆଦି ଆକର୍ଷଣ ହରାଉଛି।
ଏନେଇ ପୂର୍ବତନ ପୋଲିସ ଡିଜି ତଥା ଇନ୍‌ଟାକ୍‌ ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ କହିଛନ୍ତି, ଓଡ଼ିଶାରେ ମୂର୍ତ୍ତି ଚୋରି ସଂଖ୍ୟା ଚିନ୍ତାଜନକ ରହିଛି। ଏପରିକି ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସଂଖ୍ୟା ଅଧିକ। ଏହାକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ଆମେ ଅବଗତ କରାଉଛୁ। କ୍ରାଇମବ୍ରାଞ୍ଚର ମୂର୍ତ୍ତି ଚୋରି ପାଇଁ ଏକ ସ୍ବତନ୍ତ୍ର ସେଲ୍‌ ରହିଛି। କ୍ରାଇମ୍‌ବ୍ରାଞ୍ଚ ଏଦିଗରେ ତଦନ୍ତ କରିବା ସହ ବିଭିନ୍ନ ଇଣ୍ଟରପୋଲ ସହ ଯୋଗାଯୋଗ କରିବା କଥା। ଏପରି କି ସେଲ୍‌କୁ ଅଧିକ ଚଳଚଞ୍ଚଳ କରିବା କଥା। ତେବେ ଓଡ଼ିଶାରେ ଯେତିକି ମୂର୍ତ୍ତି ଚୋରି ହେଉଛି, ସେଥିରୁ ଉଦ୍ଧାର ସଂଖ୍ୟା ବହୁତ କମ୍‌। ପୋଲିସ ଏଦିଗରେ ଆହୁରି ସଚେତନ ହେବା ଦରକାର ବୋଲି ଅମିୟ କହିଛନ୍ତି। ତେବେ ଏସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରିବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସତ୍ୟଜିତ୍‌ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?