‘ଶକ୍ତି ସଂରକ୍ଷଣକୁ ଗୁରୁତ୍ୱାରୋପ’

କଟକ,୨୩।୧୨:ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ‘ଶକ୍ତି ସଂରକ୍ଷଣ’ ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏପରିକି ଟିପିସିଓଡିଏଲ୍‌ର କର୍ମଚାରୀ, ଭେଣ୍ଡର ଏବଂ ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନତା ବୃଦ୍ଧି କରାଇବା ସହ ଶକ୍ତି ଉତ୍ସକୁ ସଂରକ୍ଷଣ କରିବାର ଆବଶ୍ୟକତା ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ନରାଜସ୍ଥିତ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ରରେ ‘ଶକ୍ତି ସଂରକ୍ଷଣ’ ଶୀର୍ଷକ ଉପରେ ଏକ ସଚେତନତା ଅଧିବେଶନର ଆୟୋଜନ କରାଯାଇଥିଲା।
ସେହିପରି ଗ୍ରାମାଞ୍ଚଳର ଗ୍ରାହକମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣକୁ ନେଇ ସଚେତନତାର ପ୍ରସାର କରିବା ଲାଗି ୪୫ ‘ଗାଁ ଚାଲ ଶିବିର’ ଆୟୋଜନ କରାଯାଇଥିଲା। ଉକ୍ତ ଶିବିରଗୁଡ଼ିକରେ ୧୬୫୦ରୁ ଅଧିକ ଗ୍ରାହକ ଅଂଶଗ୍ରହଣ କରିଥିଲେ। ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଗ୍ରାହକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୧୫୦୦ରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ। ଗ୍ରାହକମାନଙ୍କ ଲାଗି ଏକ ଅନ୍‌ଲାଇନ କୁଇଜ୍‌ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଶକ୍ତି ସଂରକ୍ଷଣ ସପ୍ତାହ ଅବସରରେ ଟିପିସିଓଡିଏଲ୍‌ ପକ୍ଷରୁ ଶକ୍ତି ସଂରକ୍ଷଣ ଉପରେ ‘ଶ୍ରେଷ୍ଠ ପ୍ରଥା କାର୍ଯ୍ୟକାରିତା’ ଏବଂ ଚ୍ୟାଲେଞ୍ଜ ଶୀର୍ଷକ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ଗ୍ରାହକଙ୍କ ପାଇଁ କିମ୍ବା ସଂସ୍ଥା ଭିତରେ ପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ଥିବା ଶ୍ରେଷ୍ଠ ପ୍ରଥାଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଥିଲା, ଯଥା ନିଜ କୋଠାରେ ଶକ୍ତି ଉପଯୋଗିତା କମ୍‌ କରିବା, ଅଧିକ ବିଦ୍ୟୁତ୍‌ ଅପଚୟ କରୁଥିବା ପୁରୁଣା ଡିଭାଇସ୍‌କୁ ବଦଳାଇ ବିଇଇ ଷ୍ଟାର ରେଟିଂ ଡିଭାଇସ୍‌ ଲଗାଇବା, ଅଧିକ ଶକ୍ତି ଦରକାର କରୁଥିବା ଇଲେକ୍ଟ୍ରିକ୍‌ ଆପ୍ଲାଏନ୍‌ସେସ୍‌ର ବ୍ୟବହାର କମ୍‌ କରିବା ଇତ୍ୟାଦି। କମ୍‌ ଶକ୍ତି ବ୍ୟବହାର କରି କାର୍ଯ୍ୟାଳୟ-ଗୃହ- ବାହ୍ୟ ସ୍ଥାନରେ ସର୍ବୋଚ୍ଚ ଫଳାଫଳ ହାସଲ କରିବା ଲାଗି ଅଭିନବ ଉପାୟ ଉପରେ ‘ଚ୍ୟାଲେଞ୍ଜ’ ପ୍ରତିଯୋଗିତା ପର୍ଯ୍ୟବସିତ ଥିଲା।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌. ସେନ୍‌ବାଗମ୍‌ କହିଛନ୍ତି, ପ୍ରାକୃତିକ ସମ୍ବଳକୁ ଅତି ହାଲୁକା ଢଙ୍ଗରେ ଗ୍ରହଣ କରିବା ଅନୁଚିତ। ଆମେ ସ୍ବଚ୍ଛ ଓ ସବୁଜ ଶକ୍ତି ଆଡ଼କୁ ପର୍ଯ୍ୟାୟକ୍ରମେ ଅଗ୍ରସର ହେଉଥିବା ବେଳେ ଆଗାମୀ ପିଢ଼ି ପାଇଁ ଏକ ଉତ୍ତମ ଭବିଷ୍ୟତକୁ ନିଶ୍ଚିତ କରିବା ଲାଗି ଆମକୁ ଶକ୍ତି ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ଛାତ୍ରୀଛାତ୍ରମାନେ ଉକ୍ତ ଅଭିଯାନର ବାର୍ତ୍ତାବହ ହେବା ଉଚିତ। ସେହିଭଳି ଆମ କ୍ଲବ୍‌ ଏନର୍ଜି ପ୍ରୋଗ୍ରାମ ଜରିଆରେ ଆମେ ତାହା ସୃଷ୍ଟି କରିଛୁ ବୋଲି ସେନ୍‌ବାଗମ୍‌ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?