ସ୍ମୃତି ଓ ଜହ୍ନରାତି

ଆମେ ସାଧାରଣତଃ ସ୍ମୃତିକୁ ଜହ୍ନରାତି ସହିତ ତୁଳନା କରିଥାଉ। କାରଣ, ଏ ଉଭୟ ଆମ ବିକ୍ଷୁବ୍ଧ ମନକୁ ଶାନ୍ତ କରିଥା’ନ୍ତି। ବିଜୁଳିବତି ନ ଥିବା ଯୁଗର ପଲ୍ଲୀଗ୍ରାମରେ ବଢ଼ିଥିବା ଲୋକେ ହିଁ କେବଳ ସ୍ମରଣ କରିପାରିବେ ଯେ, କର୍ମମୟ ଦିବସର ଅବସାନ ପରେ ଘର ଅଗଣାରେ ଜହ୍ନ ଆଲୁଅରେ ବିଶ୍ରାମ କିପରି ଦୂର କରିଥାଏ କ୍ଳାନ୍ତି ଏବଂ ଅବସାଦ। ବର୍ତ୍ତମାନ ଅବହେଳିତ ବୋଲାଉଥିବା ପାହାଡ଼ ଜଙ୍ଗଲ ବେଢ଼ା ଅଗମ୍ୟ ପଲ୍ଲୀ ଗ୍ରାମର ଅଧିବାସୀମାନଙ୍କୁ ଛାଡ଼ିଦେଲେ ଏହାର ଜୀବନ ଯନ୍ତ୍ରଣାରୁ ମୁକ୍ତିଦାୟୀ ଅମୃତ ସ୍ପର୍ଶ ଅନୁଭବ କରିବାର ସୁଯୋଗ ବର୍ତ୍ତମାନ ପିଢ଼ିର ଅନ୍ୟମାନଙ୍କ ପାଇଁ ଅପହଞ୍ଚ।
ବୈଜ୍ଞାନିକମାନଙ୍କ ମତରେ ଜହ୍ନ ଆଲୁଅ ଶରୀରକୁ ଦିଏ ଶୀତଳ ପ୍ରଶାନ୍ତଦାୟୀ ସ୍ପର୍ଶ ଏବଂ ମନରୁ ଚାପ, କ୍ରୋଧ, ହିଂସା ଆଦି ନକାରାତ୍ମକ ଭାବପ୍ରବଣତା ଦୂର କରିବା ସହିତ ବିବିଧ ଚୟାପୟନ(ମେଟାବୋଲିକ୍‌) ପ୍ରକ୍ରିୟାକୁ ମଧ୍ୟ ସନ୍ତୁଳିତ କରେ। ଫଳରେ ଉଚ୍ଚ ରକ୍ତଚାପ, ଦୀର୍ଘକାଳିକ ମୁଣ୍ଡବ୍ୟଥା, ବିବିଧ ଚର୍ମରୋଗ, ଅଗ୍ନିଆବାତ ଏବଂ ବିବିଧ ପ୍ରଦାହୀ ଅବସ୍ଥା ପ୍ରଶମିତ ହେବାରେ ସହାୟକ ହୁଏ। ବିଶେଷକରି, ଏହା ଅନ୍ୟତମ ” ସୁଖଦାୟୀ ହର୍‌ମୋନ୍‌“ ”ମେଲାଟୋନିନ୍‌“ର କ୍ଷରଣ ଘଟାଇ ଦୁଶ୍ଚିନ୍ତାରୁ ମୁକ୍ତି ପ୍ରଦାନ କରିଥାଏ।
ପୂର୍ଣ୍ଣିମାର ଜହ୍ନରାତିର ଏଭଳି ପ୍ରଭାବ ସର୍ବାଧିକ, କାରଣ ଏ ଦିନର ‘ପୂର୍ଣ୍ଣଚନ୍ଦ୍ର ତରଙ୍ଗମାନଙ୍କ ଭଳି ଆମ ଭାବପ୍ରବଣତାକୁ ପୃଷ୍ଠଦେଶକୁ ଆକର୍ଷିତ କରି ଆଣେ ଏବଂ ଆମ ଅନୁଭୂତିଗୁଡିକୁ ଉତ୍ତୋଳିତ କରେ। ବୈଜ୍ଞାନିକମାନଙ୍କ ମତ ହେଲା ଯେ, ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ କେତେକ ସୂକ୍ଷ୍ମ ପରିବର୍ତ୍ତନକୁ ମନୁଷ୍ୟର ପ୍ରତିକ୍ରିୟା ହେତୁ ଏପରି ଘଟେ। ଚନ୍ଦ୍ରକଳାର ହ୍ରାସବୃଦ୍ଧିର ମଧ୍ୟ ଏହା ଉପରେ ପ୍ରଭାବ ରହିଛି। କିନ୍ତୁ ପୂର୍ଣ୍ଣିମାରେ ତାହା ସର୍ବାଧିକ। ଅନ୍ୟ ଏକ ମତ ଅନୁସାରେ ପୂର୍ଣ୍ଣିମାରେ ପୃଥିବୀ ଉପରେ ଚନ୍ଦ୍ରର ଆକର୍ଷଣ ଅଧିକ ହୋଇଥାଏ। ଏହା ଆମ ମସ୍ତିଷ୍କକୁ ପ୍ରଭାବିତ କରେ। ଫଳରେ ଅଧିକ ମାତ୍ରାରେ ଉଦ୍ଦୀପନା ଅନୁଭୂତ ହୁଏ, ଯାହାକି ଆମକୁ ଅଧିକ ଶକ୍ତିସମ୍ପନ୍ନ କରେ ଏବଂ ଆମେ ଅଧିକ ବହିର୍ମୁଖୀ ଓ ଆଳାପୀ ହେବା ସହିତ ଆମ ପତି-ପତ୍ନୀଙ୍କ ସମ୍ପୃକ୍ତି ବୃଦ୍ଧିପ୍ରାପ୍ତ ହୁଏ। ଏହି ତିଥିରେ ମହାକାଶ ପିଣ୍ଡ ଦୁଇଟି ପରସ୍ପରର ନିକଟବର୍ତ୍ତୀ ହେଉଥିବାରୁ ଏପରି ଘଟେ।
ଅନ୍ୟପକ୍ଷରେ, ଅତୀତର ସ୍ମୃତି ଚାରଣର ମଧ୍ୟ ଏ ପ୍ରକାର ସାମର୍ଥ୍ୟ ରହିଛି ବୋଲି ବୈଜ୍ଞାନିକମାନେ କହିଲେଣି। ତଦନୁଯାୟୀ ଆଧୁନିକ ଜୀବନଶୈଳୀ ମାନସିକ ଯନ୍ତ୍ରଣାକୁ ତୀବ୍ର କଲାବେଳେ ଏହା ତାକୁ ପ୍ରଶମିତ କରେ। କାରଣ ଏହା ମନକୁ ଆଣେ ବିତିଯାଇଥିବା ଦିନଗୁଡିକର ମଧୁର ଅନୁଭବ, ସ୍ନେହମୟୀ ମା’, ବାପା, ଜେଜେମା’-ଜେଜେବାପା, ଭାଇ-ଭଉଣୀ, ଗୁରୁ ଏବଂ ସହଧ୍ୟାୟୀମାନଙ୍କ ସହିତ। ଅତଏବ ତହିଁରୁ ଅପସାରିତ ହୋଇଯାଏ କ୍ଳାନ୍ତି, ଅବସାଦ, ଚାପ ଏବଂ ଅନ୍ୟସବୁ ନକାରାତ୍ମକ ଭାବପ୍ରବଣତା। ଫଳରେ ତାହା ଉଭା ହୁଏ ଏକ ଶାନ୍ତ, ସତେଜ ଓ ସକ୍ରିୟ ରୂପ ନେଇ।
ନିକଟରେ ‘ଦ ଜର୍ନାଲ ଅଫ୍‌ ଏକ୍ସପେରିମେଣ୍ଟାଲ ସୋସିଆଲ ସାଇକୋଲୋଜି’ (ଅକ୍ଟୋବର ୨୦୨୨)ରେ ପ୍ରଦତ୍ତ ଏହି ସୂଚନାକୁ ନେଇ ପ୍ରବନ୍ଧଟିଏ ଲେଖିଛନ୍ତି ଆମେରିକୀୟ ମନସ୍ତତ୍ତ୍ୱବିତ୍‌ ଲାଉରା ଷ୍ଟାଲୋଚ୍‌, ତଦନୁଯାୟୀ ଜଣେ ବ୍ୟକ୍ତି ଯେତେବେଶି ଅତୀତର ଆବେଗପୂର୍ଣ୍ଣ ସ୍ମୃତିଚାରଣ କରେ ସେ ସେତେ ଅଧିକ ମାନସିକ ଉତ୍ତୋଳନ ଅନୁଭବ କରେ। ଏହା ତା’ର ଆତ୍ମବିଶ୍ୱାସ ଏବଂ ମାନସିକ ସନ୍ତୁଷ୍ଟି ଉପରେ ସକାରାତ୍ମକ ପ୍ରଭାବ ପକାଏ। ଏହି ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ଚାରୋଟି ବିସ୍ତୃତ ଅଧ୍ୟୟନ କରିଥିଲେ ଆମେରିକା, ଚାଇନା ଏବଂ ଇଂଲଣ୍ଡର କେତେଜଣ ମନସ୍ତତ୍ତ୍ୱବିତ୍‌। ଏଥିରେ ନିଆଯାଇଥିଲା ୧୮ରୁ ୭୮ ବର୍ଷ ବୟସର ୨୪୨୩ ଜଣ ଅଂଶଗ୍ରହଣକାରୀଙ୍କୁ। ସେମାନଙ୍କ ମଧ୍ୟରୁ ୫୦ ଶତାଂଶ ଥିଲେ ଆମେରିକୀୟ, ୩୩ ଶତାଂଶ ଚାଇନାର ଅଧିବାସୀ ଏବଂ ୧୭ ଶତାଂଶ ଇଂରେଜ। ଏହାର ଲକ୍ଷ୍ୟ ଥିଲା ଆଚରଣ କିମ୍ବା ଗଭୀର ଚିନ୍ତନ କିପରି ମନସ୍ତାତ୍ତ୍ୱିକ ସନ୍ତୁଷ୍ଟିକୁ ପରିବର୍ଦ୍ଧିତ କରେ ତାହା ବୁଝିବା ଏବଂ ସେଥିପାଇଁ ସୃଜନାତ୍ମକ ପଦ୍ଧତିମାନ ସ୍ଥିର କରିବା। ଅତଏବ ତହିଁରୁ ସେମାନେ ତଥ୍ୟଭିତ୍ତିକ ପରିକଳ୍ପନାଟିଏ (ହାଇପୋଥେସିସ୍‌) ନିର୍ଦ୍ଧାରଣ କଲେ ଯେ ଅତୀତର ସ୍ମୃତିଚାରଣ ଦ୍ୱାରା ଉପତ୍ନ୍ନ ଅନୁଭବ ଏଥିରେ ସହାୟକ ହୋଇଥାଏ।
ଉପରୋକ୍ତ ଅଧ୍ୟୟନଗୁଡ଼ିକ ମଧ୍ୟରୁ ପ୍ରଥମଟିରେ ଅତୀତର ସ୍ମୃତିଚାରଣ, ମନସ୍ତାତ୍ତ୍ୱିକ ସନ୍ତୁଷ୍ଟି ଏବଂ ମାନସିକ ଉତ୍ତୋଳନ ଅନୁଭବ ମଧ୍ୟରେ ସମ୍ପର୍କ ଥିବାର ନିଶ୍ଚିତ କରାଯାଇଥିଲା। ଏଥିରେ ମାନସିକ ଉତ୍ତୋଳନର ସଂଜ୍ଞା ଥିଲା। ଜଣେ ନିଜର ପ୍ରକୃତ ନିଜ ସହିତ ସହଯୋଗ ଅନୁଭବ। ଅନ୍ୟ ପରୀକ୍ଷାଗୁଡ଼ିକ ଥିଲା ପରୀକ୍ଷାମୂଳକ ଏବଂ ତାହା ‘କାରଣ ଓ ପ୍ରଭାବ’ମାନ ଉପସ୍ଥାପିତ କରିଥିଲା। ଉଦାହରଣ ସ୍ବରୂପ, ଦ୍ୱିତୀୟ ଅଧ୍ୟୟନରୁ ସ୍ମୃତିଚାରଣ କିପରି ମାନସିକ ଉତ୍ତୋଳନ କରେ ତାହା ପ୍ରଦର୍ଶନ କଲାବେଳେ ତୃତୀୟଟି ସ୍ମୃତିଚାରଣ ମନସ୍ତାତ୍ତ୍ୱିକ ସନ୍ତୁଷ୍ଟି ଆଣିବାର ଏବଂ ଚତୁର୍ଥଟି ତାହା ଅନ୍ୟ ସମସ୍ତ ପ୍ରକାର ସନ୍ତୁଷ୍ଟି ପ୍ରଦାନ କରିଥାଏ ବୋଲି ପ୍ରମାଣିତ କଲା।
ମତରେ ମନସ୍ତାତ୍ତ୍ୱିକ ସନ୍ତୁଷ୍ଟି ଅନେକ ଉପାଦାନରେ ତିଆରି। ତେବେ, ସେମାନେ କୌତୂହଳୀ ଥିଲେ ମାନସିକ ଉତ୍ତୋଳନର କେବେଳ କେତେକ ନା ଏ ସମସ୍ତଙ୍କ ଉପରେ ପ୍ରଭାବ ରହିଛି ତାହା ଜାଣିବାକୁ। ଏହା ସାମାଜିକ ସମ୍ପର୍କ, ଜୀବନୀଶକ୍ତି, ସାମର୍ଥ୍ୟ, ଜୀବନର ଅର୍ଥ, ଆଶାବାଦ ଏବଂ ଅନ୍ତର୍ନିହିତ ସନ୍ତୁଷ୍ଟି ଆଦି ସବୁଗୁଡିକୁ ସକାରାତ୍ମକ ଭାବେ ପ୍ରଭାବିତ କରୁଥିବାର ସେଥିରୁ ଜଣାପଡ଼ିଲା। ପୁନଶ୍ଚ ପରୀକ୍ଷାଟିର ଅନ୍ତର୍ଭୁକ୍ତ ଥିଲେ ଭିନ୍ନ ଭିନ୍ନ ସଂସ୍କୃତିସମ୍ପନ୍ନ ଅଲଗା ଅଲଗା ଦେଶର ଅଂଶଗ୍ରହଣକାରୀ, ତେବେ ସବୁକ୍ଷେତ୍ରରେ ଫଳାଫଳ ଆସିଲା ଏକାପ୍ରକାର। ଅତଏବ ଗବେଷକମାନେ ସିଦ୍ଧାନ୍ତରେ ପହଞ୍ଚତ୍ଲେ ଯେ ଏହା ସର୍ବବ୍ୟାପୀ, ଅର୍ଥାତ୍‌ ‘ସ୍ମୃତିପଥରେ ଉପଭୋଗ୍ୟ ଚାରଣ’ ସାମଗ୍ରିକ ଭାବେ ମାନସିକ ଉତ୍ତୋଳନକୁ ପ୍ରଭାବିତ କରେ ଏବଂ ସେଥିପାଇଁ ସମୁଦାୟ ସନ୍ତୁଷ୍ଟିକୁ ସମୃଦ୍ଧ କରେ।
ବର୍ତ୍ତମାନର ଦୁନିଆରେ ପ୍ରତ୍ୟେକ ୪ ଜଣରୁ ଜଣେ ଅତ୍ୟନ୍ତ ଏବଂ ପ୍ରାୟ ଅର୍ଦ୍ଧେକ ଲୋକ ଅଳ୍ପ ବହୁତ ମାନସିକ ଚାପଗ୍ରସ୍ତ। ବିଶ୍ରାମକାଳରେ ସ୍ମୃତିଚାରଣ କରିବା ଏହା ଲାଘବ କରିବ ବୋଲି ଏହି ବୈଜ୍ଞାନିକମାନଙ୍କ ବିଶ୍ୱାସ। ତେବେ, ଆଜି ଯେପରି ଆମେ ଜହ୍ନ ଆଲୁଅରୁ ପ୍ରାୟତଃ ବଞ୍ଚତ୍ତ, ଆମ ଆଗାମୀ ପିଢ଼ି ସ୍ମୃତିଚାରଣରୁ ମଧ୍ୟ ସେହିପରି ବଞ୍ଚତ୍ତ ହେବାର ସମ୍ଭାବନା ଅତି ଉଜ୍ଜ୍ୱଳ। କାରଣ, ଶୈଶବରୁ ସେମାନେ ପ୍ରତିପାଳିତ ହେଉଛନ୍ତି ଏକ ରୁକ୍ଷ ବସ୍ତୁବାଦୀ ପରିବେଶ ମଧ୍ୟରେ। ଅତଏବ ସେମାନଙ୍କ ପାଇଁ ସମ୍ଭବତଃ ଅତୀତର ସ୍ମୃତି ମଧୁର ଓ ଚାପ ମୁକ୍ତକାରୀ ହୋଇ ରହିବ ନାହିଁ।
ମୋ:୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?