୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଦର୍ପଣଗଡ଼ ଫେରିଲା ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି

ଚଣ୍ଡିଖୋଲ,୧୧ା୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଦୀର୍ଘ ୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଶୁକ୍ରବାର ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମକୁ ଫେରିଛି। ଏହାପରେ ଗ୍ରାମରେ ଆନନ୍ଦର ଲହରି ଖେଳିଯାଇଛି। ଗୁରୁବାର ଦିଲ୍ଲୀରେ ମା’ଙ୍କ ମୂର୍ତ୍ତିକୁ ହସ୍ତାନ୍ତର ପରେ ଯାଜପୁର ପୋଲିସ ଓ ଦର୍ପଣ ସରପଞ୍ଚଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ମୂର୍ତ୍ତି ଧରି ଫେରିଛନ୍ତି। ସେମାନେ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ବଡ଼ଚଣା ଥାନାକୁ ଆସିଥିଲେ। ଥାନାରେ ପୋଲିସ ଗ୍ରାମବାସୀଙ୍କୁ ମୂର୍ତ୍ତି ହସ୍ତାନ୍ତର କରିଥିଲା। ପରେ ସେଠାରୁ ଏକ ଶୋଭାଯାତ୍ରାରେ ମା’ଙ୍କୁ ଦର୍ପଣ ଗ୍ରାମକୁ ନିଆଯାଇଥିଲା। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚୀନ୍ଦ୍ର କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ପ୍ରମୁଖ ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କଠାରୁ ମୂର୍ତ୍ତିକୁ ଗ୍ରହଣ କରିଥିଲେ। ପରେ ସେଠାରୁ ବାଜା, ବାଣ ଓ ରୋଶଣି କରାଯାଇ ମୂର୍ତ୍ତି ଅଣାଯାଇଥିଲା। ଏଥିରେ ବହୁ କୀର୍ତ୍ତନମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ। ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବିରାଟ ଶୋଭାଯାତ୍ରାରେ ମା’ଙ୍କ ମୂର୍ତ୍ତିକୁ ନେଇ ଗ୍ରାମ ପରିକ୍ରମା କରାଇ ମନ୍ଦିରକୁ ନେଇଥିଲେ।
ଜାନୁୟାରୀ ୧୦ରେ ଦର୍ପଣ ଗଡ଼ ଗ୍ରାମର ଗ୍ରାମଦେବତୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି ହୋଇଯାଇଥିଲା। ବହୁ ପ୍ରଚେଷ୍ଟା ସତ୍ତ୍ୱେ ବଡ଼ଚଣା ପୋଲିସ ମୂର୍ତ୍ତିଠାବ କରିବାରେ ବିଫଳ ହୋଇଥିଲା। ୨୦୨୨ ନଭେମ୍ବରରେ ମୂର୍ତ୍ତିଟି ଦିଲ୍ଲୀ ବିମାନ ବନ୍ଦରରେ ଧରା ପଡ଼ିଥିଲା। କଷ୍ଟମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଯାଜପୁର ପୋଲିସକୁ ସୂଚନା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକ୍ରମେ ମୂର୍ତ୍ତି ଫେରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶ୍ରେୟସ ଆୟର ପୋଷ୍ଟ କଲେ ଦ୍ୱିତୀୟ ଜନ୍ମର ତାରିଖ, ବଢ଼ିଲା ଚର୍ଚ୍ଚା                                                          

ନୂଆଦିଲ୍ଲୀ,୨୫।୬: ଭାରତୀୟ ଟି-୨୦ କ୍ରିକେଟ ଦଳର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଜୁନ ୨୬ ରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ…

ମିଳିଲାନି କାନ୍ଧ: ସାଇକେଲରେ ବୁହା ହେଲା ବୁଦ୍ଧାଙ୍କ ମୃତଦେହ

ପାଇକମାଳ,୨୫।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ କଣ୍ଟାପଡ଼ାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କଣ୍ଟାପଡ଼ାର ବୃଦ୍ଧା ଜୟନ୍ତୀ ବଛା(୮୦)ଙ୍କ ଗୁରୁବାର ସକାଳ ପ୍ରାୟ ୮ଟାରେ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

ବାରମ୍ବାର ଅଭିଯୋଗ ସତ୍ତ୍ବେ କାର୍ଯ୍ୟକ୍ଷମ ହେଉନି ନୂଆ ସବଷ୍ଟେସନ, ନିରବ ଜିଲା ପ୍ରଶାସନ

ଦାରିଙ୍ଗବାଡି,୨୫।୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ସିମନବାଡି ଫିଡ଼ରରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଯାଉଛି । ଏହାର ସମାଧାନ ପାଇଁ ରାଜ୍ୟ ସରକାର ସିମନବାଡି ଫିଡ଼ର…

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ, ୨ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର,୨୫।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪…

ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି ବିଭାଗର ତତ୍ପରତା, ତାଲିମ…

ଦାରିଙ୍ଗବାଡି,୨୫।୬(ଅରୁଣ ସାହୁ): ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇବା ଓ ସଠିକ ଭାବେ କୃଷକଙ୍କ ନାମ ପଞ୍ଜିକୃତ କରାଇବାରେ କନ୍ଧମାଳ ଜିଲା ଦାରିଙ୍ଗବାଡି କୃଷି ବିଭାଗ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri