ଆସିକା ଏମ୍‌ପିଙ୍କ ଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ, ଏହି ଅବସରରେ ଅଞ୍ଚଳର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମମାନଙ୍କୁ ଦିଆଗଲା…

ପୁରୁଷୋତ୍ତମପୁର,୫।୨ (ସବିତା ମିଶ୍ର) : ଯେଉଁ ମହାପୁରୁଷଙ୍କ ଲାଗି ଆଜି ଆାମେ ବ୍ରିଟିଶ କବଳରୁ ମୁକ୍ତହୋଇ ସ୍ବାଧିନ ଭାରତୀୟ ବୋଲି ଗର୍ବ କରୁଛେ ସେଭଳି ମହାନ ପୁରୁଷ ଅଣବନ୍ଦୀ ସ୍ବାଧିନତା ସଂଗ୍ରାମୀ ପି କୃଷ୍ଣମୂର୍ତ୍ତୀଙ୍କୁ ମନେ ପକାଇଛନ୍ତି ପୁରୁଷୋତ୍ତମପୁର ଅଞ୍ଚଳବାସୀ । କୃଷ୍ଣମୂର୍ତ୍ତୀ ବୁଚିଆମ୍ମା ମେମୋରିଆଲ ଫାଉଣ୍ଡ ଟ୍ରଷ୍ଟ ପକ୍ଷରୁ ତାଙ୍କର ଜନ୍ମିତ ଗ୍ରାମ ଐତିହାସିକ ଜଉଗଡସ୍ଥିତ ପାଣ୍ଡିଆ ଗ୍ରାମରେ ନିର୍ମିତ ଏକ ପ୍ରତିମୂର୍ତ୍ତୀକୁ ଗୁରବାର ଆସିକା ଏମ୍‌ପି ଅନିତା ପ୍ରିୟଦର୍ଶନୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଅଞ୍ଚଳର ନିଶହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମମାନଙ୍କୁ କମ୍ବଳ ପ୍ରଦାନ କରାଯିବା ସହ କୃତୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ଭାଜପା ଘୁମୁସର ଜିଲାସଭାପତି ବିଜୟ ସ୍ବାଇଁ, ଭାଜପା ଜିଲାସଂପାଦକ ଅନିଲକୁମାର ପଣ୍ଡା, ଏମପି ପ୍ରତିନିଧି ଜୟନାରାୟଣ ଦାଶ,ସୀତାରାମପାଣିଗ୍ରାହୀ, ଡି ବିଶ୍ବନାଥ, ଲିଙ୍ଗରାଜ ସାହୁ,ବାସୁଦେବ ମହାପାତ୍ର ଯୋଗଦେଇଥିବା ବେଳେ ଟ୍ରଷ୍ଟର ସଭାପତି ତଥା ସ୍ବର୍ଗତ ସ୍ବାଧିନତା ସଂଗ୍ରାମୀଙ୍କ ପୁଅ ନାରାୟଣ ରାଓ ଏବଂ ସଂପାଦକ ପି ଗୋପାଳଙ୍କ ସହ ଗ୍ରାମବାସୀ ପରିଚାଳନା କରିଥିଲେ । ଏହିଅବସରରେ ଏମ୍‌ପି ଅନିତା ଶୁଭଦର୍ଶନୀଙ୍କୁ ଦଳୀୟକର୍ମୀମାନେ ବିରାଟ ଶୋଭାଯାତ୍ରାରେ ଆଛୁଲିଛକ ଠାରୁ ପାଣ୍ଡିଆ ପର୍ଯ୍ୟନ୍ତ ଦୀର୍ଘ ସାତ କିଲୋମିଟର ପର୍ଯ୍ୟନ୍ତ ନେଇଥିବାବେଳେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ବର୍ଗତ କୃଷ୍ଣମୂର୍ତ୍ତୀ ପୁରୁଷୋତ୍ତମପୁର ବ୍ଲକର ପ୍ରଥମ ଅଧ୍ୟକ୍ଷ ରହିଥିଲେ । ତାଙ୍କ ଉଦ୍ୟମରେ ବହୁ ଜନମଙ୍ଗଳ ଅନୁଷ୍ଠାନମାନ ଅଞ୍ଚଳରେ ଗଢିଉଠିଥିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର: ଉଲ୍ଲାସ ଅଭିଯାନ ଶୁଭାରମ୍ଭ

ଛତ୍ରପୁର, ୫।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିରକ୍ଷରଙ୍କୁ ସାକ୍ଷର କରିବା ଓ ଜୀବନବ୍ୟାପୀ ଶିକ୍ଷା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ‘ଉଲ୍ଲାସ’ ସଚେତନତା…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri