୮ଗୁଣା ବଢ଼ିଲା ରେଳଷ୍ଟେଶନ ପାର୍କିଂ ଫି’

ଭୁବନେଶ୍ୱର,୧୮ା୬(ଅନୁରାଧା ମହାରଣା): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳ ଷ୍ଟେଶନରେ ଗାଡ଼ି ପାର୍କିଂ ଏବେ ମହଙ୍ଗା ହୋଇଛି। ପାର୍କିଂ ଫି’ ୮ଗୁଣା ବୃଦ୍ଧି କରାଯାଇଛି। ପାର୍କିଂ ଫି’ରେ ହଠାତ୍‌ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏଠାରୁ ପ୍ରତିଦିନ ହଜାର ହଜାର ଲୋକ ଟ୍ରେନ୍‌ରେ ଯିବାଆସିବା କରିଥାନ୍ତି। ଅନେକ ଯାତ୍ରୀ ନିଜ ୨ ଚକିଆ ଯାନ ଓ ସାଇକେଲ ପାର୍କିଂ ସ୍ଥଳରେ ରଖିଥାନ୍ତି। ଏଥିସହ ସ୍ଥାନୀୟ ମାର୍କେଟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ଏଠାରେ ଗାଡ଼ି ପାର୍କିଂ କରିବାକୁ ସୁବିଧା ମନେକରନ୍ତି। ମାତ୍ର ଏହି ପାର୍କିଂସ୍ଥଳର ପରିଚାଳନା ଦାୟିତ୍ୱ ଠିକା ସଂସ୍ଥା ଦ୍ୱାରା କରାଯାଇଥାଏ। ପ୍ରତିଦିନ ୧୦୦୦ରୁ ୧୫୦୦ ସାଇକେଲ ଓ ମୋଟର ସାଇକେଲ ଏଠାରେ ରହୁଥିବାବେଳେ ହଠାତ୍‌ ପାର୍କିଂ ଦେୟ ବୃଦ୍ଧି ଲୋକଙ୍କ ହୋସ୍‌ ଉଡ଼ାଇଦେଇଛି। ଜୁନ୍‌ ୧୨ରୁ ନୂଆ ଠିକା ସଂସ୍ଥା ଡିଆଣ୍ଡ୍‌ଏସ୍‌ ଆସୋସିଏଟ୍ସ ହାତକୁ ରେଲ୍‌ଓ୍ବେ ପାର୍କିଂ ପରିଚାଳନା ଦାୟିତ୍ୱ ଯାଇଥିବାବେଳେ ଘଣ୍ଟା ପ୍ରତି ହାରରେ ପାର୍କିଂ ଫି’ ଆଦାୟ କରାଯାଉଛି। ପୂର୍ବରୁ ମୋଟର ସାଇକେଲ ପିଛା ଦିନକୁ(୨୪ଘଣ୍ଟା) ପାର୍କିଂ ଫି’ ୧୨ ଟଙ୍କା ଆଦାୟ କରାଯାଉଥିବାବେଳେ ବର୍ତ୍ତମାନ ୨ ଘଣ୍ଟାକୁ ୧୨ ଟଙ୍କା, ୨ରୁ ୬ ଘଣ୍ଟା ପାଇଁ ୨୪ ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୩୬ଟଙ୍କା, ୧୨ରୁ ୨୪ ଘଣ୍ଟା ପାଇଁ ୪୭ ଟଙ୍କା ଏବଂ ୨୪ ଘଣ୍ଟାରୁ ଅଧିକ ସମୟ ରଖିଲେ ଦିନ ପିଛା ୯୪ ଟଙ୍କା ଦେୟ ଦେବାକୁ ପଡ଼ୁଛି। ଅର୍ଥାତ୍‌ ପୂର୍ବର ଫି’ ତୁଳନାରେ ବର୍ତ୍ତମାନ ଫି’ ପ୍ରାୟ ୮ଗୁଣା ବୃଦ୍ଧି ପାଇଛି। କେବଳ ମୋଟରସାଇକେଲ ନୁହେଁ, ସାଇକେଲ କ୍ଷେତ୍ରରେ ମଧ୍ୟ ଦେୟ ବୃଦ୍ଧି କରାଯାଇଛି। ଏଣିକି ପ୍ରତି ସାଇକେଲ ପିଛା ୨ଘଣ୍ଟାକୁ ୨ଟଙ୍କା, ୨ରୁ ୬ ଘଣ୍ଟା ପାଇଁ ୫ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୭ଟଙ୍କା, ୧୨ରୁ ୨୪ ଘଣ୍ଟା ପାଇଁ ୧୨ ଟଙ୍କା ଏବଂ ଏହାଠାରୁ ଅଧିକ ସମୟ ରଖିଲେ ଦିନ ପିଛା ୨୪ ଟଙ୍କା ଦେବାକୁ ହେବ। ଏନେଇ ଏଠାରେ ଥିବା କର୍ମଚାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବାବେଳେ ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରେଳ ଷ୍ଟେଶନରେ ଥିବା ପାର୍କିଂ ବିଶେଷକରି ରେଳଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ମାତ୍ର ଅନ୍ୟ ଲୋକମାନେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ ନ କରି ରେଳଷ୍ଟେଶନରେ ପାର୍କିଂ କରି ମାସ ମାସ ଗାଡ଼ି ନେଉନାହାନ୍ତି। ଫଳରେ ରେଳଯାତ୍ରୀ ଅନେକ ସମୟରେ ପାର୍କିଂ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଏହି ପାର୍କିଂ ଦର ଏଭଳି ପାର୍କିଂ ସଂଖ୍ୟା କମ୍‌ କରିବ। ତେବେ ଏହି ପାର୍କିଂ ପରିଚାଳନା ଦାୟିତ୍ୱ ଟେଣ୍ଡର ମାଧ୍ୟମରେ ଠିକା ସଂସ୍ଥାକୁ ଦିଅଯାଇଥିବା ସେ କହିଛନ୍ତି।

‘ପାର୍କିଂ ମୂଲ୍ୟ ନିର୍ଦ୍ଧାରଣରେ ସରକାରଙ୍କ ହସ୍ତକ୍ଷେପ ରହୁ’
ବର୍ତ୍ତମାନ ସ୍ଥିତିରେ ଦେଖାଯାଉଛି ଯେ, ସରକାରଙ୍କ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ସୁବିଧା କରାଯାଇଥିବା ସ୍ଥାନଗୁଡିକରେ ପାର୍କିଂ ଫି’ ଦେବାକୁ ପଡୁଛି। ବସ୍‌ଷ୍ଟାଣ୍ଡ ହେଉ କି ରେଳଷ୍ଟେଶନ, ସବୁଠି କୌଣସି ଯାନବାହନ ଷ୍ଟାଣ୍ଡରେ ପାର୍କିଂ କଲେ ଘଣ୍ଟାପିଛା ଟଙ୍କା ଦେବାକୁ ପଡୁଛି। କର୍ତ୍ତୃପକ୍ଷ ବେସରକାରୀ ସଂସ୍ଥା ମାଧ୍ୟମରେ ଏହି ସୁବିଧାଗୁଡ଼ିକୁ ପରିଚାଳନା କରୁଛନ୍ତି। ତେବେ ଏ କ୍ଷେତ୍ରରେ ରାତିଅଧିଆ ପାର୍କିଂ ଫି ବୃଦ୍ଧି ନ କରି ପୁରୁଣା ମୂଲ୍ୟ ରଖାଯାଉ। ନଚେତ ବେସରକାରୀ ସଂସ୍ଥା ଦ୍ବାରା କରାଯାଉଥିବା ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ସରକାରଙ୍କ ମଧ୍ୟ ହସ୍ତକ୍ଷେପ ରହୁ।
– ଇଂ. ବିଜୟ କୁମାର ରଥି, ରେଳଯାତ୍ରୀ, କଟକ
‘ଲୋକେ ଏଣେତେଣେ ପାର୍କିଂ କରିବେ’
ରେଳଷ୍ଟେଶନରେ ହଠାତ୍‌ ଏତେ ମାତ୍ରାରେ ପାର୍କିଂ ଫି ବୃଦ୍ଧି ଠିକ୍‌ ନୁହେଁ। ଘରୋଇ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ଦେଇ ମନଇଚ୍ଛା ପାର୍କିଂ ବଢ଼ାଉଛନ୍ତି। ଏପରି ନିଷ୍ପତ୍ତି ସ୍ଥାନୀୟ ସମସ୍ୟା ବଢ଼ାଇଦେବ। କେବଳ ଧନିକ ଶ୍ରେଣୀର ଲୋକମାନେ ହିଁ ପାର୍କିଂ କରିପାରିବେ। ସାଧାରଣ ଲୋକେ ପୂର୍ବପରି ଏଣେତେଣେ ପାର୍କିଂ କରିବା ଆରମ୍ଭ କରିବେ। ଅବ୍ୟବସ୍ଥା ସୃଷ୍ଟି ହେବ। ଗୋଟିଏ ଦୁଇଟି ଗାଡ଼ି ଯଦି ଏଣେତେଣେ ପାର୍କିଂ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ମାତ୍ର ଯଦି ଶହ ଶହ ସଂଖ୍ୟାରେ ଗାଡ଼ି ଏଣେତେଣେ ପାର୍କିଂ କରାଯିବ, ତେବେ ତାହା ହିଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବ।
– ଅମିତ୍‌ ବିଶୋୟୀ, ରେଳଯାତ୍ରୀ, ଭୁବନେଶ୍ୱର
‘ଦେୟ ବୃଦ୍ଧି ସତ୍ତ୍ୱେ ସୁରକ୍ଷାର ଗ୍ୟାରେଣ୍ଟି ନାହିଁ’
ଭୁବନେଶ୍ୱରରେ ରହି ପାଠ ପଢ଼ୁଥିବା କିମ୍ବା ଚାକିରି କରିଥିବା ମଧ୍ୟବିତ୍ତ ପରିବାରର ପିଲାଙ୍କ ପାଇଁ ଏହା ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି କରିବ। ସପ୍ତାହରେ କିମ୍ବା ମାସରେ ଥରେ ଘରକୁ ଯାଉଥିବା ବ୍ୟକ୍ତି ମାତ୍ର କିଛି ଘଣ୍ଟା ବିଳମ୍ବ ହେଲେ ଆବଶ୍ୟକତାଠାରୁ ଅଧିକ ଦେୟ ଦେବାକୁ ହେବ। ପୂର୍ବତଟ ରେଳପଥର ଏହା ପାର୍କିଂସ୍ଥଳ ହୋଇଥିବାବେଳେ ଘରୋଇ ସଂସ୍ଥା ପରିଚାଳନା କରୁଛନ୍ତି। ଗାଡ଼ି ବା ସାଇକେଲ ପାଇଁ କେବଳ ସ୍ଥାନ ମିଳୁଛି। ସୁରକ୍ଷାର କିଛି ଗ୍ୟାରେଣ୍ଟି ନାହିଁ। ଏହାସତ୍ତ୍ୱେ ଦିନକୁ ପ୍ରାୟ ୧୦୦ ଟଙ୍କା ଯଦି କେବଳ ପାର୍କିଂରେ ଯିବ, ୫ରୁ ୬ଦିନରେ ୫୦୦ ଟଙ୍କା ଖର୍ଚ୍ଚ ହୋଇଯିବ। ତେଣୁ ଯଦି କେହି ୪ରୁ ୫ ଦିନ ଯିବେ ସେ ଟ୍ରେନ୍‌ ବଦଳରେ ନିଜ ଗାଡ଼ିରେ ବାଇକ୍‌ ବା ସ୍କୁଟର କାହିଁକି ନ ଯିବେ। କିନ୍ତୁ ରାଜ୍ୟ ବାହାରକୁ ଯାଉଥିବା ଲୋକ ନିରୁପାୟ।
– ଜୟପ୍ରକାଶ ମହାନ୍ତ, ରେଳଯାତ୍ରୀ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?