Posted inଜାତୀୟ

ଆବେଦନର ୩୦ ଦିନ ମଧ୍ୟରେ କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ,୨୨।୯: କୋଭିଡ୍‌ ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବେ। ଏ ନେଇ ସୁପ୍ରିମକୋର୍ଟକୁ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ତେବେ କୋଭିଡ୍‌ କାରଣରୁ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ କେବଳ ଏହି କ୍ଷତିପୂରଣ ମିଳିବ ତା’ ନୁହେଁ। ଭବିଷ୍ୟତରେ ମଧ୍ୟ କୋଭିଡ୍‌ କାରଣରୁ ମୃତ୍ୟୁ ହେଲେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।

ରାଜ୍ୟ ସରକାରମାନେ ସେମାନଙ୍କ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏଥି ଲାଗି ପୈଠ କରିବେ। ଆବଶ୍ୟକ କାଗଜପତ୍ର ଦାଖଲ କରିବାର ୩୦ ଦିନ ମଧ୍ୟରେ ଏହାକୁ ବିଚାର କରାଯାଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଆଧାରକାର୍ଡ ସହ ଲିଙ୍କ୍‌ରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ଗତ ବର୍ଷ ମାର୍ଚ୍ଚଠାରୁ ଭାରତରେ କୋଭିଡ୍‌ କାରଣରୁ ୪.୪୫ ଲକ୍ଷ ମୃତ୍ୟୁ ହୋଇଛି। କିଛି ରାଜ୍ୟ କୋଭିଡ୍‌ ମୃତକଙ୍କ ପରିବାର ଲାଗି କ୍ଷତିପୂରଣ ଘୋଷଣା କରିସାରିଛନ୍ତି। ଏହି ତାଲିକାରେ ବିହାର (ପ୍ରତି ପରିବାର ପିଛା ୪ ଲକ୍ଷ), ମଧ୍ୟପ୍ରଦେଶ (୧ ଲକ୍ଷ) ଓ ଦିଲ୍ଲୀ (୫୦ ହଜାର) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧ ନେଇଛନ୍ତି ୧୧ଥର କରୋନା ଟିକା! ପରେ ଦେଖିବାକୁ ମିଳିଲା ଏମିତି ପ୍ରତିକ୍ରିୟା

ପାଟନା,୬।୧: ବିହାରର ମାଧେପୁରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ୧୧ଥର କରୋନା ଟିକା ନେଇଥିବା ଦାବି କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୟୁପିରେ ୬୦% ମତଦାନ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ...

ଭାରତ ପାକିସ୍ତାନ ଲଢୁଛନ୍ତି ସମାନ ଲଢ଼େଇ, ତାତି ହେଉଛି ଅସହ୍ୟ…

ଲଣ୍ଡନ, ୧୯।୫ : ଭାରତ ଏବଂ ପାକିସ୍ତାନ ସମାନ ଲଢ଼େଇ ଲଡୁଛନ୍ତି। ଦୁଇ ଦେଶରେ ଅସହ୍ୟ ତାତି ହେଉଛି। ଏପ୍ରିଲ ଏବଂ ମେ ମାସରେ ଉତ୍ତର-ପଶ୍ଚିମ...

ଥରିଲା ଲଦାଖ

ଲଦାଖ,୧୨।୧: ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଏକ ଭୁକମ୍ପ ରବିବାର ଲଦାଖରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହା ସକାଳ ପ୍ରାୟ ୧୦ଟା ୫୪ରେ ଅନୁଭୂତ...

ଦିଲ୍ଲୀର ୫୨ ବିଧାୟକ କୋଟିପତି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀର ନବ ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରୁ ୫୨ ଜଣ କୋଟିପତି ଥିବାବେଳେ ୪୩ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନେ କରିଥିବା ସତ୍ୟପାଠରେ...

ପୁତ୍ର ଭକ୍ତିରେ ବିହ୍ବଳ ମା’

ନୂଆଦିଲ୍ଲୀ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି। ରାମନଗରୀରେ ହୋଇଥିବା ଏହି ଭବ୍ୟ ଆୟୋଜନରେ ମୋଦି ପ୍ରଥମେ...

ଓମିକ୍ରନ୍‌ ମୁକାବିଲା ପ୍ରସ୍ତୁତି

ନୂଆଦିଲ୍ଲୀ, ୧ା୧୨: ବିଶ୍ୱର ଅନେକ ଦେଶକୁ ବ୍ୟାପିବାରେ ଲାଗିଥିବା କୋଭିଡ୍‌ ଭାରିଆଣ୍ଟ ଓମିକ୍ରନ ବିରୋଧରେ ଲଢ଼େଇ ଭାରତରେ ପ୍ରସ୍ତୁତି ଚାଲିଛି। ଦେଶରେ ଏ ପର୍ଯ୍ୟନ୍ତ ଓମିକ୍ରନ୍‌...

ଅଗଷ୍ଟ ୧୫ ପୂର୍ବରୁ ବଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ଲିଙ୍କ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଅନସାର୍‌ ଗଜବନ୍‌-ଉଲ୍‌-ହିନ୍ଦ୍‌ ସହ...

Advertisement
Archives

Model This Week