କଣ୍ଟାବାଞ୍ଜିରେ ରାଜ୍ୟର ପ୍ରଥମ ଗ୍ରାମୀଣ ସ୍ପେସ୍‌ଲାବ

ବଲାଙ୍ଗୀର ଅଫିସ/ କଣ୍ଟାବାଞ୍ଜିି, ୧୪ା୩(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ମୁସ୍କାନ ଇଣ୍ଟରନ୍ୟାଶନାଲ ସ୍କୁଲରେ ଓଡିଶାର ପ୍ରଥମ ଗ୍ରାମୀଣ ସ୍ପେସ୍‌ ଏଡୁକେଶନ୍‌ ଲ୍ୟାବ ଖୋଲାଯିବ। ଏନେଇ ସୋମବାର ବ୍ୟୋମିକା ସ୍ପେସ୍‌ ଏକାଡେମୀ ଏବଂ ମୁସ୍କାନ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସ୍କୁଲ ପରିସରରେ ଅନୁଷ୍ଠିତ ସାଇନିଂ ସେରିମନିରେ ବ୍ୟୋମିକା ସ୍ପେସ୍‌ ଏକାଡେମୀର ଡାଇରେକ୍ଟର ନୀତୀନ କୁମାର ଏବଂ ମୁସ୍କାନ ଇଣ୍ଟରନ୍ୟାଶନାଲ ସ୍କୁଲର ଡାଇରେକ୍ଟର ଡ. ବ୍ରଜେଶ ମିତ୍ତଲଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଚୁକ୍ତିନାମା ସ୍ବାକ୍ଷରିତ ହେବା ସମୟରେ କଣ୍ଟାବାଞ୍ଜି ଏନ୍‌ଏସି ଅଧ୍ୟକ୍ଷ ବରିୟାମ୍‌ ସି ସାଲୁଜା ଉପସ୍ଥିତ ଥିଲେ।
ପରେ ସ୍କୁଲ ସଭାଗୃହରେ ଏକ ଖବରଦାତା ସମ୍ମିଳନୀ କରି ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସ୍ପେସ୍‌ ଟ୍ୟୁଟର ପ୍ରୋଗ୍ରାମ ଆରମ୍ଭ କରାଯାଇଛି। ବିଜ୍ଞାନ, ମହାକାଶ ବିଜ୍ଞାନ, ଅନ୍ତରୀକ୍ଷ ପ୍ରତି ସ୍କୁଲ ଛାତ୍ରୀଛାତ୍ରଙ୍କ ରୁଚି ଓ ଆଗ୍ରହ ବୃଦ୍ଧି ଲକ୍ଷ୍ୟ ରଖି ଇସ୍ରୋ ସ୍ପେସ୍‌ ଟ୍ୟୁଟର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ଇସ୍ରୋର ଅଫିସିଆଲ ପାର୍ଟନର ବ୍ୟୋମିକା ସ୍ପେସ୍‌ ଏକାଡେମୀ ପକ୍ଷରୁ ପରିଚାଳନା କରାଯାଉଛି। ଏକାଡେମୀ ପକ୍ଷରୁ ଦେଶର ୧୦ଟି ଜିଲାରେ ସ୍ପେସ୍‌ ଏଡୁକେଶନ୍‌ ଲ୍ୟାବ ପ୍ରତିଷ୍ଠା କରାଯିବ। ଏହି ଲ୍ୟାବ୍‌ରେ ଦେଶର ଇସ୍ରୋ ଦ୍ୱାରା ନିର୍ମାଣ ହେଉଥିବା ରକେଟ, ଟେଲିସ୍କୋପ, ସ୍ପେସ୍‌ ସାଇନ୍ସ କିଟ୍ସ, ଏୟାରକ୍ରାପ୍ଟ ଓ ଡ୍ରୋନ୍‌ ନିର୍ମାଣ ଭଳି ଯନ୍ତ୍ରାଂଶ ବିଷୟରେ ଶିକ୍ଷାଦାନ ଦିଆଯିବ। ପ୍ରତିଷ୍ଠା ହେବାକୁ ଥିବା ଲ୍ୟାବ୍‌ରେ ଅନ୍ତରୀକ୍ଷ, ମହାକାଶ ତଥା ମହାକାଶ ବିଜ୍ଞାନ ବିଷୟରେ ଅନେକ ତଥ୍ୟ ଉପଲବ୍ଧ ହେବ। ଏଥିରେ ଅନ୍‌ଲାଇନ୍‌ ଜରିଆରେ ଇସ୍ରୋର ମହାକାଶ ବୈଜ୍ଞାନିକ ଓ ପ୍ରବକ୍ତାମାନେ ଛାତ୍ରୀଛାତ୍ରଙ୍କୁ ମହାକାଶ କାର୍ଯ୍ୟକ୍ରମ ବିଷୟରେ ଶିକ୍ଷାଦାନ ଓ ତାଲିମ ପ୍ରଦାନ କରିବେ। ପ୍ରତ୍ୟେକ ତିନିମାସରେ ଇସ୍ରୋରୁ ଇଞ୍ଜିନିୟରମାନେ କଣ୍ଟାବାଞ୍ଜି ମୁସ୍କାନ୍‌ ଇଣ୍ଟରନାଶନାଲ ସ୍କୁଲରେ ପ୍ରତିଷ୍ଠା ହେବାକୁ ଥିବା ଲ୍ୟାବ୍‌କୁ ଆସି ଏଠାରେ କର୍ମଶାଳା କରିବେ ବୋଲି ସୂଚନା ଦେଇଛନ୍ତି। ଏହାସହିତ ଏହି କାର୍ଯ୍ୟକ୍ରମ ଜରିଆରେ ଏହି ଅଞ୍ଚଳର ଛାତ୍ରୀଛାତ୍ରମାନେ ଇସ୍ରୋ ଏବଂ ନାଶାକୁ ଷ୍ଟଡି ଟୁରରେ ମଧ୍ୟ ଯାଇପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri