Posted inଜାତୀୟ

ରାଜ୍ୟ ପ୍ରସ୍ତୁତ କରିବେ ଓବିସି ତାଲିକା

ନୂଆଦିଲ୍ଲୀ,୧୧ା୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପେଗାସସ୍‌ ସ୍ପାଏଓ୍ବେର, କୃଷି ଆଇନ ଓ ଦରଦାମ୍‌ ବୃଦ୍ଧିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ମଙ୍ଗଳବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍‌ଇବିସି)ର ଲୋକଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟଗୁଡ଼ିକୁ କ୍ଷମତା ଫେରାଇବା ଲାଗି ଉଦ୍ଦିଷ୍ଟ ସମ୍ବିଧାନର ୧୨୭ତମ ସଂଶୋଧନ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ ମିଳିଛି। ଏହି ପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀ ସହମତି ପ୍ରକାଶ କରିଥିଲେ। ଫଳରେ ବିଧେୟକ ସପକ୍ଷରେ ୩୮୫ ସଦସ୍ୟଙ୍କ ଭୋଟ ପଡ଼ିଥିବାବେଳେ ଏହାକୁ କେହି ବିରୋଧ କରି ନ ଥିବା ଜଣାପଡ଼ିଛି।
୧୯ରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ଲୋକ ସଭାରେ ପ୍ରଥମ ଥର ପାଇଁ ବ୍ୟବସ୍ଥିତ ଢଙ୍ଗରେ ବିତର୍କ ହୋଇଥିଲା। ବିତର୍କ ବେଳେ ଭାଜପାର ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ଲଲ୍ଲନ ସିଂ, ସମାଜବାଦୀ ପାର୍ଟି (ଏସ୍‌ପି) ନେତା ଅଖିଳେଶ ଯାଦବ, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ରିତେଶ ପାଣ୍ଡେ ଏବଂ ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମ୍‌କେ) ସଦସ୍ୟ ଟି.ଆର୍‌. ବାଲୁ ଦେଶବ୍ୟାପୀ ଏକ ଜାତିଭିତ୍ତିକ ଜନଗଣନା କରାଯାଉ ବୋଲି ଦାବି କରିଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ୧୨୭ତମ ସମ୍ବିଧାନ ସଂଶୋଧନ ବିଲ, ୨୦୨୧ ଆଗତ କରି ଏହାକୁ ଏକ ଐତିହାସିକ ଆଇନ ଭାବେ ଅଭିହିତ କରିଥିଲେ। ସେ କହିଥିଲେ, ଉକ୍ତ ବିଧେୟକ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅନ୍ୟ ପଛୁଆ ବର୍ଗ (ଓବିସି) ତାଲିକା ପ୍ରସ୍ତୁତି ପାଇଁ ନିଜର ପୂର୍ବ କ୍ଷମତା ଫେରିପାଇବେ। ଦେଶର ୬୭୧ ଜାତି ଏଥିରୁ ଲାଭାନ୍ବିତ ହେବେ। ବିଭିନ୍ନ ସମୁଦାୟକୁ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ମିଳିବ। ପୁନଃ କ୍ରମାଙ୍କନ ପରେ ଏହି ବିଲ୍‌କୁ ୧୦୫ତମ ସମ୍ବିଧାନ ସଂଶୋଧନ ବିଧେୟକ ବୋଲି ବିବେଚନା କରାଯିବା ଉଚିତ। ବିଲ୍‌ ଆଗତ ବେଳେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସଂରକ୍ଷଣକୁ ନେଇ ରହିଥିବା ୫୦% ସୀମା ହଟାଇବା ପାଇଁ ଦାବି କରିଥିଲେ। ତେବେ ସରକାର ସାମାଜିକ ନ୍ୟାୟକୁ ନେଇ ନିଜ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ। ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ ହେବା ପାଇଁ ଗୃହର ଦୁଇ-ତୃତୀୟାଂଶ ସଦସଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ଏହାକୁ ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟଙ୍କ ସମର୍ଥନ ମିଳିଛି।
୧୦୨ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଅନୁଚ୍ଛେଦ ୩୩୮ବିକୁ ସାମିଲ କରାଯାଇଛି। ଏଥିରେ ପଛୁଆ ବର୍ଗଙ୍କ ପାଇଁ ଜାତୀୟ କମିଶନ (ଏନ୍‌ସିବିସି) ଢାଞ୍ଚା, କର୍ତ୍ତବ୍ୟ ଓ କ୍ଷମତା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହିପରି ଅନୁଚ୍ଛେଦ ୩୪୨ଏରେ ଏକ ନିର୍ଦ୍ଦିଷ୍ଟ ଜାତିକୁ ଏସ୍‌ଇବିସି ମାନ୍ୟତା ନେଇ ଅଧ୍ୟକ୍ଷଙ୍କ ବିଜ୍ଞପ୍ତି ଜାରି କ୍ଷମତା ଏବଂ ତାଲିକା ପରିବର୍ତ୍ତନ ପାଇଁ ପାର୍ଲାମେଣ୍ଟର କ୍ଷମତା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅନୁଚ୍ଛେଦ ୩୬୬(୨୬ସି)ରେ ଏସ୍‌ଇବିସିର ସଂଜ୍ଞା ପରିଭାଷିତ କରାଯାଇଛି।
ଯେ, ନିଯୁକ୍ତି ଓ ନାମଲେଖା ବେଳେ ସଂରକ୍ଷଣ ଦେବା ନେଇ ରାଜ୍ୟର କ୍ଷମତାକୁ ୧୦୨ତମ ସମ୍ବିଧାନ ସଂଶୋଧନ ହଟାଇଦେଇଥିବା ଦର୍ଶାଇ ମେ’ ୫ରେ ସୁପ୍ରିମକୋର୍ଟ ସଂଖ୍ୟାଗରିଷ୍ଠ ରାୟ ଦେଇଥିଲେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଉକ୍ତ ରାୟର ସମୀକ୍ଷା ପାଇଁ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହି ସମ୍ବିଧାନ ବିଧେୟକକୁ ଅଣାଯାଇ ନ ଥିଲେ ୬୭୧ ଓବିସି ସଂରକ୍ଷଣ ପାଇ ନ ଥାଆନ୍ତେ ବୋଲି ମନ୍ତ୍ରୀ ବୀରେନ୍ଦ୍ର କୁମାର କହିଛନ୍ତି। ଲୋକ ସଭାରେ ବିତର୍କ ଆରମ୍ଭ କରି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଉକ୍ତ ବିଲ୍‌କୁ ନିଜ ଦଳର ସମର୍ଥନ ଘୋଷଣା କରିଥିଲେ। କିନ୍ତୁ ସେ କେନ୍ଦ୍ରର ୨୦୧୮ ସଂଶୋଧନକୁ ସମାଲୋଚନା କରିଥିଲେ। କହିଥିଲେ, ସରକାର ବିରୋଧୀଙ୍କ ପ୍ରସ୍ତାବକୁ ଏଥିରେ ସ୍ଥାନିତ କରିଥିଲେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇ ନ ଥାଆନ୍ତା। ୨୦୧୮ରେ ସରକାର ସମ୍ବିଧାନର ୧୦୨ତମ ସଂଶୋଧନ ବିଲ୍‌ ଆଣିଥିଲେ, ଯାହା ଲୋକଙ୍କୁ ଅଦାଲତଙ୍କ ଦ୍ୱାରସ୍ଥ ହେବା ପାଇଁ ସୁଯୋଗ ଦେଇଛି। ଶେଷରେ ସୁପ୍ରିମକୋର୍ଟ ରାଜ୍ୟର କ୍ଷମତାକୁ ହଟାଇଦେଇଥିଲେ। ଆମେ ଏହି ବିଲ୍‌କୁ ସମର୍ଥନ କରୁଛୁ। କିନ୍ତୁ ଆମ ଦାବି ହେଉଛି ସଂରକ୍ଷଣରେ ୫୦% ସୀମାକୁ ହଟାଇବା। ସରକାର ରାଜ୍ୟଗୁଡ଼ିକର କଥା ଶୁଣିବା ଉଚିତ। ୫୦% ସୀମା ଉପରକୁ ଯାଇ ସଂରକ୍ଷଣ ଦେବା ନେଇ ରାଜ୍ୟର ଅଧିକାରକୁ ବୈଧ କରାଯାଉ ବୋଲି ଅଧୀର କହିଥିଲେ। ଡିଏମ୍‌କେର ବାଲୁ ଓ ଏସ୍‌ପିର ଅଖିଳେଶ ମଧ୍ୟ ଏହି ଦାବିକୁ ସମର୍ଥନ କରି ବକ୍ତବ୍ୟ ରଖିଥିଲେ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବିତର୍କରେ ସାମିଲ ହୋଇ କହିଥିଲେ, ଦଳିତ, ଓବିସି ଏବଂ ଗରିବମାନଙ୍କୁ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ସର୍ବାଧିକ ପଦକ୍ଷେପ ନେଇଛନ୍ତି। ସମ୍ବିଧାନ ପ୍ରଣେତାମାନେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ୧୯୫୦ରେ କଂଗ୍ରେସ କ୍ଷମତାକୁ ଆସି ୪୦ ବର୍ଷ ଶାସନ କରିଥିଲା। ହେଲେ ଏହି ୪ ଦଶନ୍ଧି ମଧ୍ୟରେ ପଛୁଆ ବର୍ଗଙ୍କୁ ନ୍ୟାୟ ଦେଲା ନାହିଁ। ଅନ୍ୟପକ୍ଷେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସଦସ୍ୟ ସୁପ୍ରିୟା ସୁଲେ କହିଥିଲେ, ଏହି ସଂଶୋଧନର ଶ୍ରେୟ ମହାରାଷ୍ଟ୍ର ସରକାରଙ୍କୁ ଦିଆଯିବା ଉଚିତ। କାରଣ ମହାରାଷ୍ଟ୍ର ସରକାର ଓବିସି ସଂରକ୍ଷଣ ପ୍ରସଙ୍ଗରେ ସମାଧାନ ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଏବଂ ଶିବସେନା ମଧ୍ୟ ଉକ୍ତ ବିଧେୟକ ସପକ୍ଷରେ ସ୍ବର ଉତ୍ତୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?