ଭୁବନେଶ୍ୱର, ୮।୮ (ତପନ ସ୍ବାଇଁ) :କଟକ ଜିଲା ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ ହର୍ଷଗେଟ୍ ପରିସରରେ ରାଜ୍ୟ ୯ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏହାର ବାଳିକା ବିଭାଗରେ କଟକର ଇ. ଦିବ୍ୟା ଓ ବାଳକରେ ଖୋର୍ଦ୍ଧାର ମନୀଷ ମିଶ୍ର ଚାମ୍ପିୟନ ହୋଇଛନ୍ତି। ବାଳିକା ବିଭାଗରେ ଅର୍ଷିୟା ସାହୁ, ଆର୍ନିକା ଦାଶ, ଶ୍ରୀଜଲ ସେନାପତି, ଜନଭି ମିଶ୍ର, ଅକ୍ଷତ ମିଶ୍ର, ସମିନା ସ୍ବାଇଁ, ପ୍ରେରଣା ପ୍ରିୟମ୍ବଦା ବେହେରା, ଅଦିତି ମହାରଣା ଓ ଆଦ୍ୟାଶ୍ରୀ ପଣ୍ଡା ପ୍ରଥମ ୧୦ ସ୍ଥାନରେ ରହିଛନ୍ତି। ସେହିପରି ବାଳକରେ ସାତ୍ତ୍ୱିକ ସ୍ବାଇଁ, ଧନୁଜ ଏ., ଗାଙ୍ଗେଶ ରାଓ ଜି., ଅଦଭିକ ଆଦିତ୍ୟ ସ୍ବାଇଁ, ଦେବପ୍ରିୟ ବିଶ୍ୱାଳ, ଶ୍ରେୟାଂଶ ଦାସ, ସତ୍ୟଜିତ ସେନାପତି, ମୃଗଙ୍କ ଶେଖର ଦାସ ଓ ଜୀତେଶ ସାମଲ ଯଥାକ୍ରମେ ୨ୟରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି। ଏମାନଙ୍କ ବ୍ୟତୀତ ବିଭିନ୍ନ ବୟସ ବର୍ଗର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦ୍ଯାପନୀ ଉତ୍ସବରେ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ (ଡିଡବ୍ଲ୍ୟୁ ଆଣ୍ଡ ଏସ୍) ବି. ପରମେଶ୍ୱରନ ମୁଖ୍ୟଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟ୍ଟ, ଓଡ଼ିଶା ଅଲିମ୍ପିକ୍ ଆସୋସିଏଶନ ସମ୍ପାଦକ ଅଭିଜିତ ପାଲ, ରାଜ୍ୟର ପ୍ରଥମ ଚେସ୍ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ, ଓଲିଉଡ୍ ଅଭିନେତା ତଥା ପୂର୍ବତନ ଏମ୍ପି ସିଦ୍ଧାନ୍ତ ମହାପାତ୍ର, କଟକ ଜିଲା ଚେସ୍ ଆସୋସିଏଶନ ସଭାପତି ବିବେକ ତିବରଓ୍ବାଲ, ସମ୍ପାଦକ ଅଜୟ କୁମାର ନାୟକ, ଯୁଗ୍ମ ସମ୍ପାଦକ ତାପସ ମହାନ୍ତି, ଆୟୋଜକ କମିଟି ଚେୟାରମ୍ୟାନ ପ୍ରଶାନ୍ତ କୁମାର, ମୁଖ୍ୟ ଆର୍ବିଟର ନୀହାର ରଞ୍ଜନ ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।
IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!
ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍ଜା…
ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!
୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…
SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ
ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…
ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ
କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…
ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ
ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…
କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ
ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…
ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ
ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…
ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…
ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

