‘ମା’ କ୍ଷୀର ଅମୃତ ତୁଲ୍ୟ, ଏହାର ବିକଳ୍ପ ନାହିଁ’

କଟକ,୮ା୮(ସୁପ୍ରିୟା ପ୍ରିୟଦର୍ଶିନୀ): ଡ୍ରିମ୍‌ସ ସ୍କୁଲ ଆଣ୍ଡ୍‌ କଲେଜ ଅଫ୍‌ ନର୍ସିଂରେ ସୋମବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପଦ୍ମିନୀ ଅଡିଟୋରିୟମ୍‌ରେ ‘କର୍ମଜୀବୀ ମା’ମାନଙ୍କ କ୍ଷେତ୍ରରେ ଶିଶୁ ସ୍ତନ୍ୟପାନର ପୃଥକ୍‌ ପଦ୍ଧତି’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ପ୍ରାଚୀର ପତ୍ର ସ୍ବତନ୍ତ୍ର ସଂସ୍କରଣକୁ ଉନ୍ମୋଚନ କରିବା ସହ ସ୍ତନ୍ୟପାନ ସମ୍ପର୍କରେ ସଚେତନତା ସୃଷ୍ଟି କ୍ଷେତ୍ରରେ ନର୍ସିଂ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ନିର୍ଦ୍ଦେଶକ ଲୋକନାଥ ବେହେରା ଏବଂ ଲୋକସମ୍ପର୍କ ଅଧିକାରୀ ନିରାକାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମା’ କ୍ଷୀର ଅମୃତ ତୁଲ୍ୟ ଓ ଏହାର ବିକଳ୍ପ ନାହିଁ, ସୁତରାଂ ଏଥିରୁ ଶିଶୁକୁ ବଞ୍ଚିତ କରିବା ଅନୁଚିତ ବୋଲି ଉଲ୍ଲେଖ କରି ସଫଳ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ପଦ୍ମିନୀ କେୟାର ହସ୍‌ପିଟାଲ ଶିଶୁ ରୋଗ ବିଭାଗର ସହକାରୀ ପ୍ରଫେସର ଡା. ସତ୍ୟଜିତ୍‌ ସେନ୍‌ ସ୍ତନ୍ୟପାନର ଉପକାରିତା ଓ କର୍ମଜୀବୀ ମହିଳାଙ୍କ ପାଇଁ ଶିଶୁର ସ୍ତନ୍ୟପାନ ପଦ୍ଧତି ଉପରେ ଆଲୋକପାତ କରିଥିଲେ। ସହକାରୀ ପ୍ରାଧ୍ୟାପିକା ବଲଜିତ୍‌ କାୈର ସ୍ତନ୍ୟପାନ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଡ. ପୋନୁ କଙ୍ଗେଶ୍ୱରୀ ସ୍ବାଗତ ଅଭିଭାଷଣ ଏବଂ ଉପାଧ୍ୟକ୍ଷା ଏନ୍‌. ପ୍ରେମଲତା ଦେବୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କୁ ଧକ୍କା ଦେଇ ଓଲଟିଲା ଟାୟାର ବୋଝେଇ ଟ୍ରକ୍‌, ଡ୍ରାଇଭରଙ୍କ ସମେତ…

ମୋହନା,୨୭ା୬(ମନ୍ମଥ ମିଶ୍ର): କାର୍‌କୁ ଧକ୍କା ଦେଇ ଓଲଟି ପଡ଼ିଛି ଟାୟାର ବୋଝେଇ ଟ୍ରକ୍‌। ଡ୍ରାଇଭରଙ୍କ ସମେତ ୫ ଆହତ ହୋଇଛନ୍ତି। ଗଜପତି ଜିଲା ଅଡ଼ବା ଥାନା ନାଳାଘାଟ…

ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ହେଲା ବଡ଼ ଖୁଲାସା…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟର ‘ରନ ମେଶିନ’ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ବି ପ୍ରଶଂସକଙ୍କ…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ, ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କେତେଜଣ…

ସିଙ୍ଗିପୁରରେ ବେଆଇନ ଦେଶୀ ମଦ ଭାଟି: ପୋଲିସର ଚଢ଼ାଉ

ଗଜପତି,୨୮।୬ (ଗିରିଧାରୀ ପରିଛା): ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଶନିବାର ଭୋର ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରି ଏକ ବେଆଇନ ଦେଶୀ ମଦ ପ୍ରସ୍ତୁତି…

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri