ସତ୍ୟପାଠ ଦାଖଲ କଲା ରାଜ୍ୟ ପରିବହନ ବିଭାଗ

କଟକ ଅଫିସ,୧ା୧୧:ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲାରେ ସୋମବାର ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ବିଭିନ୍ନ କାରଣରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ତିଆରି ନିମନ୍ତେ ଲୋକଙ୍କୁ ଅସୁବିଧା ହେଉଥିବାରୁ ଆଉ ଏକମାସ ଅବଧି ବୃଦ୍ଧି କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି। ହାଇକୋର୍ଟରେ ଆଗତ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ଏ ନେଇ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ନଭେମ୍ବର ୨୮ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।
ଗତ ୨୬ ତାରିଖରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ପରିବହନ ବିଭାଗକୁ ଭିତ୍ତିଭୂମି ବିକାଶ ଉପରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ତିଆରି ଅବଧି ଏକ ମାସ ବୃଦ୍ଧି କରାଯାଇଥିବା ନେଇ ଗତ ୨୯ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ସୋମବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏହାଦ୍ୱାରା ମାଲିକମାନେ ରେଜିଷ୍ଟ୍ରେଶନ ନମ୍ବର ୧, ୨, ୩ ଓ ୪ ରେ ଶେଷ ହେଉଥିବା ଯାନ ନିମନ୍ତେ ନଭେମ୍ବର ୩୦ ତାରିଖ, ୫ ଓ ୬ ଶେଷ ନମ୍ବର ଥିଲେ ଡିସେମ୍ବର ୩୧ ତାରିଖ, ୭ ଓ ୮ ଶେଷ ନମ୍ବର ଥିଲେ ଜାନୁୟାରୀ ୩୧ ତାରିଖ ଏବଂ ୯ ଓ ୦ ଶେଷ ନମ୍ବର ଥିଲେ ଫେବୃୟାରୀ ୨୮ ତାରିଖ ଯାଏ ଅବଧି ବୃଦ୍ଧିର ସୁଯୋଗ ପାଇବେ। ସୂଚନାଯୋଗ୍ୟ, ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ ତାରିଖରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଯାଞ୍ଚ କଡ଼ାକଡ଼ି କରାଯିବାକୁ ଘୋଷଣା କରାଯାଇଥିଲା। ଏଥିସହ ଧାର୍ଯ୍ୟ ସମୟ ମଧ୍ୟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗି ନ ଥିଲେ ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ପରେ ନିର୍ଦ୍ଦେଶନାମା ସଂଶୋଧନ କରାଯାଇ ସ୍ଲଟ ବୁକିଂ କରାଯାଇଥିବା ରସିଦ୍‌ ଦେଖାଇଲେ ଜରିମାନାରୁ ଛାଡ଼ ମିଳିବ ବୋଲି କୁହାଯାଇଥିଲା। ସରକାରଙ୍କ ଏଭଳି କଡ଼ା ଆଭିମୁଖ୍ୟ ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା। ଉକ୍ତ ପ୍ଲେଟ ନିମନ୍ତେ ଏଚ୍‌ଏସ୍‌ଆର୍‌ପି ୱେବସାଇଟ୍‌ରେ ସ୍ଲଟ ବୁକିଂ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଇଣ୍ଟରନେଟ ସୁବିଧା ସବୁଠାରେ ଉପଲବ୍ଧ ନାହିଁ। ତେଣୁ ସରକାର ନିୟମ କଡ଼ାକଡ଼ି କରିବାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଜନସାଧାରଣ ଆଉ କ’ଣ ବିକଳ୍ପ ବ୍ୟବସ୍ଥା ଆପଣାଇପାରିବେ ସେନେଇ ତଥ୍ୟ ଉପସ୍ଥାପନ ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ତିଆରି ଅବଧିକୁ ମାସେ ବୃଦ୍ଧି କରାଯାଇ ନଭେମ୍ବର ୧ରୁ କଡ଼ାକଡ଼ି ଲାଗୁ କରାଯିବାକୁ ଘୋଷଣା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗୀ,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଆସନକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ଏହିପରି...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri