ବିଧାନସଭା ଘେରିଲେ ରାଜ୍ୟ ରଙ୍ଗତୂଳୀ କଳାକାର

ମାଲକାନଗିରି,୨୯ା୩: ଅଲ୍‌ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ୧୦ ଦଫା ଦାବି ନେଇ ରଜ୍ୟର ରଙ୍ଗତୂଳୀ କଳାକାରଙ୍କ ଏକ ବିରାଟ ଶୋଭାଯାତ୍ରା ରାଜମହଲ ଛକଠାରୁ ବାହାରି ବିଧାନସଭା ଧାରଣା ସ୍ଥଳ ନିକଟରେ ପହଞ୍ଚିଛି। ରଙ୍ଗତୂଳୀ ଦ୍ୱାରା ପାରମ୍ପରିକ ପଦ୍ଧତିରେ ବିବାହ, ବ୍ରତଘର, ଆଦି ମାଙ୍ଗଳିକ କାର୍ଯ୍ୟରେ ଚିତ୍ର ଆଙ୍କିବା ଠାରୁ ଆରମ୍ଭ କରି ସାଇନ ବୋର୍ଡ, କପଡ଼ା, ବ୍ୟାନର, ପ୍ରାଚୀର ଲିଖନ, ମନ୍ଦିର, ମୂର୍ତ୍ତି ଓ ଚିତ୍ର ମାଧ୍ୟମରେ ସହର ସୌନ୍ଦର୍ଯ୍ୟକରଣ ଆଦି ବିଭିନ୍ନ କାର୍ଯ୍ୟକାରୀ ନିଜେ ବଞ୍ଚିବା ସହିତ ପରିବାରର ଗୁଜୁରାଣ ମେଣ୍ଟାଇ ଆସୁଥିବା ଏହି କଳାକାରମାନେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ସରକାରଙ୍କ କଳାକାର ଭତ୍ତା ଯୋଜନା ବିଶ୍ୱକର୍ମା ଯୋଜନାରେ ଏମାନଙ୍କୁ ସାମିଲ କରାଯାଇନାହିଁ। ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ସୁଦ୍ଧା ଏମାନଙ୍କ ପାଇଁ କୌଣସି ଆଇନ୍‌କାନୁନ, ମଜୁରି ବ୍ୟବସ୍ଥା ଠିକ୍‌ ସମାଜ ସୁରକ୍ଷା ଆଦି କିଛି ନାହିଁା ସରାରଙ୍କ କଳା ଓ ସଂସ୍କୃତି ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ପ୍ରାଶାସନର ସଠିକ୍‌ ନୀତି ଅଭାବରୁ ଏହାର ସୁଫଳ ମିଳୁନାହିଁ। ଅନ୍ୟପଟେ ବଜାରରେ ନୂଆୂ ନୂଆ ଟେକ୍ନୋଲୋଜି ତଥା ଡିଜିଟାଲ ପ୍ରିଣ୍ଟିଂ ମେଶିନ ପ୍ରବେଶ ଦ୍ୱାରା ବ୍ୟାପକ କଳାକାର ବେକାରୀ ଓ ବେରୋଜଗାର ଆଡ଼କୁ ଅଗ୍ରସର ହୋଇଛନ୍ତି। ପ୍ରଥମେ ଫ୍ଲେକ୍ସ ଓ ପରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପ୍ରଚଳନ ଦ୍ୱାରା ବହୁ ରଙ୍ଗତୂଳୀ କଳାକାରଙ୍କ ରୋଜଗାର ଚାଲିଗଲା। ସରକାରଙ୍କ ପକ୍ଷରୁ ବିକଳ୍ପ ରୋଜଗାର ପାଇଁ କୌଣସି ସହାୟତା କିମ୍ବା ବ୍ୟବସ୍ଥା କରାଗଲାନାହିଁ, ଫ୍ଲେକ୍ସର ବ୍ୟବହାର ପରିବେଶ ପାଇଁ ବହୁ କ୍ଷତିକାରକ। ଯାହାକୁ ପଡ଼ୋଶୀ ଦେଶ ଓ ରାଜ୍ୟରେ ନିଷିଦ୍ଧ ଘୋଷଣା କରାଯାଉଛି। ସରକାର ଓ ପ୍ରଶାସନ ଏହା ଜାଣି ମଧ୍ୟ ରୁପ୍‌ ହୋଇ ବସିଛନ୍ତି। ଆମ ରାଜ୍ୟର ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ବିଜ୍ଞାପନରେ ଏହାର ବହୁଳ ବ୍ୟବହାର ହେଉଛି। ସଂଗଠନ ପକ୍ଷରୁ ୨୦୧୫ରୁ ରାଜ୍ୟର ରଙ୍ଗତୂଳୀ କଳାକାରମାନେ ସେମାନଙ୍କ ସମସ୍ୟା ଓ ଦାବି ସରକାଙ୍କ ନିକଟରେ ଉପସ୍ଥାପନ କରୁଥିଲେ ବି ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ତେଣୁ ରଙ୍ଗତୂଳୀ କଳାକାରଙ୍କ ପାଇଁ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ ଗଠନ, ଉପଯୁକ୍ତ ସାମାଜିକ ସୁରକ୍ଷା, ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ହେଉଥିବା ସାଇନ ବୋର୍ଡ, ବୟାନର, ପ୍ରାଚୀର, ବିଜ୍ଞାପନ, ସହର ସୌନ୍ଦର୍ଯ୍ୟକରଣ ଆଦି ସମସ୍ତ କାମକୁ ଆନୁଷ୍ଠାନିକ ସହମତିରେ କରିବା, କଳାକାର ଭତ୍ତା କିମ୍ବା ପେନସନ୍‌ ଯୋଜନାରେ ସାମିଲ କରିବା, ବିଶ୍ୱକର୍ମା ଯୋଜନାରେ ସାମିଲ କରି ଆର୍ଥିକ ପ୍ରୋତ୍ସାହନ, ପାରମ୍ପରିକ କଳାକୃ,ତି ସହିତ ଦୈନନ୍ଦିନ ଜୀବନ ଜୀବିକା ବଞ୍ଚାଇବାର କଳାକୁ ଅଭ୍ୟାସ କରିବା ପାଇଁ ରାଜ୍ୟର ପ୍ରତି ବ୍ଲକରେ ଏକ ଉନ୍ନତନ କର୍ମଶାଳା ଗୃହ ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପ୍ରଚଳନ ଦ୍ୱାରା ରୋଜଗାର ହରାଇଥିବା ନମ୍ବର ପ୍ଲେଟ ଆର୍ଟିଷ୍ଟ କ୍ଷତିପୂରଣ ସହିତ ବିକଳ୍ପ ରୋଜଗାର ଦେବା ଆଦି ୧୦ ଦଫା ଦାବି ସଂଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟି ସଦସ୍ୟ ଦୁର୍ଗାମାଧବ ସାହୁ, ଗୁରୁଦେବ ପାତ୍ର, ହରିହର ସାହୁ, କୈଳାସ ଚନ୍ଦ୍ର ସାହୁ, ସେକ୍‌ ଫଜଲ୍‌ ରବି, ଅନିଲ କୁମାର ସ୍ବାଇଁ, ନିମାଇଁ ପାତ୍ର, ସାଗର କହଁର ପ୍ରମୁଖ ଏକ ହଜାରରୁ ଅଧିକ ରଙ୍ଗତୂଳୀ କାଳାକାର ଯୋଗ ଦେଇଥିଲେ। ଏଥିରେ ମାଲକାନଗିରି ଜିଲାର କଳାକାର ସଂଘର କେ. ଦେଶିରାଜୁ ଆଚାରୀ, ଉପଦେଷ୍ଟା ସମୀର ବୈରାଗୀ, ସଭାପତି ସୁକୁମାର ମଣ୍ଡଳ, ସମ୍ପାଦକ ମହେଶ୍ୱର ମହାରଣା, ଗୁରୁ ବାଟେ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?