Posted inଜାତୀୟ

ଏୟାରପୋର୍ଟ ତଳେ ଅତ୍ୟାଧୁନିକ ନିର୍ମାଣ

ନୂଆଦିଲ୍ଳୀ, ୩ା୮: ଜିନଜିଆଙ୍ଗ ପ୍ରାନ୍ତ ନିକଟ ତାଶକୁରଗାନ୍‌ଠାରେ ଚାଇନା ନିର୍ମାଣ କରୁଥିବା ବିମାନବନ୍ଦରକୁ ମଧ୍ୟ ଏସିଆରେ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯୋଜନା କରିଛି। ନିର୍ମାଣାଧୀନ ଏହି ବିମାନବନ୍ଦର ତଳେ ଚାଇନା ସୁରକ୍ଷିତ ଅତ୍ୟାଧୁନିକ ଅଣ୍ଡରଗ୍ରାଉଣ୍ଡ ବ୍ୟବସ୍ଥା ନିର୍ମାଣ କରୁଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ଏହି ବିମାନବନ୍ଦର ତାଜ୍‌କିସ୍ତାନ, ଆଫ୍‌ଗାନିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ସୀମା ନିକଟବର୍ତ୍ତୀ ହୋଇଥିବାରୁ ଏହାକୁ ଭାରତ ବିରୋଧୀ କାର୍ଯ୍ୟକଳାପ ତଥା ଆକ୍ରମଣ ନିମନ୍ତେ ବ୍ୟବହାର ପାଇଁ ଚାଇନାର ଯୋଜନା ରହିଛି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ୨୦୧୫ରେ ଚାଇନାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପ୍ରଥମେ ପାମିର ମାଳଭୂମି ଉଚ୍ଚତାରେ ପ୍ରାୟ ୧୦,୫୦୦ ଫୁଟ ଉପରେ ଏକ ବିମାନବନ୍ଦର ନିର୍ମାଣ କରିବାକୁ ଯୋଜନା ଥିବା ନେଇ ପ୍ରକାଶ କରିଥିଲା। ୨୦୨୦ ଏପ୍ରିଲରୁ ଏହି ସାଇଟ୍‌ରେ ଚାଇନା ନିର୍ମାଣ କାମ ଆରମ୍ଭ କରିଦେଇଛି। ମେ’ ୨୦୨୦ରେ ଲଦାଖର ପାଙ୍ଗୋଙ୍ଗ ସୋ’ରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ପ୍ରଥମ ସଂଘର୍ଷର ପ୍ରାୟ ସପ୍ତାହେ ପୂର୍ବରୁ ଏହି ଏୟାରପୋର୍ଟ ନିର୍ମାଣ ଆରମ୍ଭ ହୋଇଥିଲା। ସ୍ପେସ୍‌ ଫାର୍ମ ପ୍ଲାନେଟ୍‌ ଲାବ୍‌ସ ପକ୍ଷରୁ ନିଆଯାଇଥିବା ଉପଗ୍ରହ ଚିତ୍ରରୁ ବିମାନବନ୍ଦର ଏକାଧିକ କାର୍ଯ୍ୟରେ ବ୍ୟବହାରଯୋଗ୍ୟ ନିମନ୍ତେ ନିର୍ମାଣ ହେଉଥିବା ସ୍ପଷ୍ଟ ହୋଇଛି। ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ ତଥା ନିଜ ସୈନ୍ୟକୁ ସମସ୍ତ ସୁବିଧା ପ୍ରଦାନ ପାଇଁ ଚାଇନା ଏହି ନିର୍ମାଣରେ ଲାଗିଥିବା ନେଇ ଚର୍ଚ୍ଚା ଲାଗିରହିଛି।

ବେଜିଂର ଗୁପ୍ତ ରଣନୀତି

ତାଜ୍‌କିସ୍ତାନ, ଆଫ୍‌ଗାନିସ୍ତାନ ଏବଂ ପିଓକେ ସୀମା ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ତାଶକୁରଗାନ୍‌ଠାରେ ଚାଇନାର ବିମାନବନ୍ଦର ନିର୍ମାଣ ପଛରେ ସାମରିକ ଯୋଜନା ରହିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି। ତାଜକିସ୍ତାନ ଓ ପାକିସ୍ତାନରେ ଚାଇନା ବିପୁଳ ମାତ୍ରାରେ ନିବେଶ କରିଛି। ଅଶାନ୍ତ ଆଫଗାନିସ୍ତାନରେ ବଦଳୁଥିବା ସ୍ଥିତିରୁ ଫାଇଦା ଉଠାଇବା ପାଇଁ ଚାଇନା ବିମାନବନ୍ଦର ଆଳରେ ସେଠାରେ ନିଜ ସେନା ନିୟୋଜିତ କରିପାରିବ। ଆରବ ସାଗର ଏବଂ ଚାଇନା ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଖୋଲିବା ପାଇଁ ଏହା ବେଜିଂ ପାଇଁ ଏକ ରଣନୈତିକ ମାର୍ଗ ହେବ, ଯାହା କି ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌(ବିଆର୍‌ଆଇ) ପ୍ରୋଜେକ୍ଟର ଅଂଶ ବୋଲି କଲୋନେଲ(ଅବସରପ୍ରାପ୍ତ) ବିନାୟକ ଭଟ୍ଟ କହିଛନ୍ତି। ଚାଇନା ମିଡିଆ ରିପୋର୍ଟ ଅନୁସାରେ, ଏୟାରପୋର୍ଟ ପ୍ରାରମ୍ଭିକ ଡିଜାଇନରେ ଏକ ଟର୍ମିନାଲ ବିଲ୍ଡିଂ, ୪ଟି ଯୁଦ୍ଧବିମାନ ଷ୍ଟାଣ୍ଡ୍‌, ଏକ ଟାଓ୍ବାର, ୮ ଶହ ବର୍ଗମିଟରର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ବିଲ୍ଡିଂ, ଇନ୍ଧନ, ବିଦ୍ୟୁତ୍‌ ଯୋଗାଣ, ଅଗ୍ନି ନିର୍ବାପକ, ଉଦ୍ଧାର କାର୍ଯ୍ୟ ବ୍ୟବସ୍ଥା ଆଦି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri