କୁଲାଡରେ ରାଜ୍ୟସ୍ତରୀୟ ଭଞ୍ଜଜୟନ୍ତୀ ପାଳିତ: ଏମାନଙ୍କୁ ମିଳିଲା ଭଞ୍ଜଶ୍ରୀ ଉପାଧି

ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ ସୋମବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ସଂସ୍କାର ଭାରତୀ, ସଂସ୍କୃତି ବିଭାଗ ଓ ବାର୍ଡ  ଅନୁଷ୍ଠାନର ମିଳିତ ସହଯୋଗରେ ଏହା ଚାଲୁଥିଲା। ପ୍ରଥମ ଦିବସରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ଉଷା ପାଢୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଯୋଗଦେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜଣେ ବିଶ୍ୱକବି ବୋଲି କହିଥିଲେ। ସର୍ବତ୍ର ତାଙ୍କ ସଙ୍ଗୀତ ପ୍ରଚାର ହେବା ଆବଶ୍ୟକ । ଘୁମୁସର କ୍ଷେତ୍ରରେ ତାଙ୍କୁ ନ ରଖି ସାରା ରାଜ୍ୟ, ଦେଶ ଓ ବିଦେଶରେ ଭଞ୍ଜ ଜୟନ୍ତୀ, ଭଞ୍ଜ ସାହିତ୍ୟ, ଭଞ୍ଜ ସଙ୍ଗୀତ ପରିବେଷଣ କରିବା ଉପରେ ମତ ଦେଇଥିଲେ । ଭଞ୍ଜ ଏକାଧାରାରେ କବି,ଦାର୍ଶନିକ, ସଙ୍ଗୀତ କାଳଜୟୀ ଥିଲେ ବୋଲି ଡ ଉଷା ପାଢ଼ୀ ମତ ରଖିଥିଲେ । ମୁଖ୍ୟବକ୍ତା ରୂପେ ବରିଷ୍ଠ କବି ପ୍ରଫୁଲ ମାଝୀ ଯୋଗଦେଇ ଭଞ୍ଜଙ୍କ ସାହିତ୍ୟରେ ନାରୀ ବିଷୟରେ ଆଲୋକପାତ କରିବା ସହ ବହୁତ ଆଗରୁ ମହିଳାଙ୍କୁ ବିଭିନ୍ନ ଅଳଙ୍କାର ଦେଇ ନାରୀ ଶକ୍ତିର ମହତ୍ୱ ଉପରେ କହିଥିଲେ । ସମ୍ମାନୀୟ ଅତିଥି ରୂପେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
ସନ୍ତୋଷ ନାୟକ ଯୋଗ ଦେଇଥିଲେ । ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ରୂପେ ନାଟ୍ୟକାର ମନ୍ମଥ ଶତପଥୀ ଯୋଗଦେଇ ଯୁଗଜନ୍ମା କବି କୃତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଭଞ୍ଜ ସାହିତ୍ୟିକ ପ୍ରଫୁଲ ଦାସ ଯୋଗଦେଇ ଭଞ୍ଜ ସାହିତ୍ୟ ଓ ସଙ୍ଗୀତ ଯଦି ନଥାନ୍ତା ଓଡିଆ ଅସ୍ମିତା ଓ ଓଡିଆ ଶାସ୍ତ୍ରୀୟ ମାନ୍ୟତା ମିଳିବା କଷ୍ଟ ସାଧ୍ୟ ହୋଇଥାନ୍ତା ବୋଲି କହିଥିଲେ । ଘୁମସର ଅଞ୍ଚଳର ଘୁମୁସର ଗୋପାଳିକା ନମିତା ,ନୀର,ଝୁନା, ବିଳାସିନି, ଜ୍ୟୋତିଙ୍କୁ ଓ ଅନ୍ତିମ ଯାତ୍ରାର ସଂର୍କୀତନ ନେତୃବୃନ୍ଦ ସୁଦର୍ଶନ, ରଞ୍ଜିତ, ସୁଭାଷ,ଗିରିଧାରୀ,ବିଜୟଙ୍କୁ ଓ ଭଞ୍ଜ ବନ୍ଧୋଦୟ ଉଦ୍ୟୋଗୀ ଭଞ୍ଜ ସାହୁ, ବେଲଗୁଣ୍ଠା ବଣିକ ସଂଘଙ୍କୁ ସମର୍ଧିତ କରଯାଇଥିଲା । ଗୁରୁ ରବି ଦାସ, ଲୋକନାଥ ମହାନ୍ତି ଓ ଘୁମୁସର ଲେଖିକା ସଂଘର କଳାକାରଙ୍କ ଭଞ୍ଜ ସଙ୍ଗୀତ ଓ ମହିଳା ପାଲା, ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ । ବାର୍ଡ  ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଦିଲ୍ଲୀପ: କଲେଜର ଉନ୍ନତି ପ୍ରତି ଦିଆଯିବ ଧ୍ୟାନ

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡଃ ଦିଲ୍ଲୀପ କୁମାର ପ୍ରଧାନ ସୋମବାର ଦାୟିତ୍ୱ ନେଇଛନ୍ତି। ସେ ବାଲିପଦର…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ସୋନମ ୱାଙ୍ଗଚୁକଙ୍କୁ ଚାରିଆଡ଼ୁ ସମର୍ଥନ: ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ…

କେନ୍ଦୁଝର,୨୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ସଂଘର୍ଷ କରୁଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଆଜି କେନ୍ଦୁଝରରେ ଆମ…

ଧମକ ଚମକ ଦେଇ କାମରୁ ବାହାର କରି ଦେବାରୁ ଏସ୍‌ପିଙ୍କ ଦାରସ୍ଥ ହେଲେ ଆର୍ଯ୍ୟପଲ୍ଲୀ ମହିଳା

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ୫୦ ବର୍ଷ ପୂର୍ବରୁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଥିବା ଭାଲିଆ ତୋଟାରେ ଜଗୁଆଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri