ବଜରଙ୍ଗ ଦଳ ସହ ସଂଯୋଜକଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା ଅଫିସ/ ମହାକାଳପଡ଼ା,୩୦ା୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ଶନିବାର ଗୁଳି ଫୁଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବଜରଙ୍ଗ ଦଳର ମହାକାଳପଡ଼ା ସହସଂଯୋଜକ ଲକ୍ଷ୍ମଣ ମଲ୍ଲିକ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ପାଦରେ ଗୁଳି ବାଜିଛି।ଗୁରୁତର ଲକ୍ଷ୍ମଣଙ୍କୁ ପ୍ରଥମେ ମହାକାଳପଡ଼ା ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରୁ ମହାକାଳପଡ଼ା ଥାନା ପୋଲିସ ଗୋଟିଏ ଖୋକା ଜବତ କରିଛି।
ଗୋଚାଲାଣକୁ ବଜରଙ୍ଗ ଦଳ ବିରୋଧ କରୁଥିବାରୁ ଏହି ଘଟଣା ଘଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଏ ସଂକ୍ରାନ୍ତରେ ଗୁରୁତର ବଜରଙ୍ଗ ଦଳ ସହସଂଯୋଜକ ତଥା ମାର୍ଶାଘାଇ ଥାନା ନେମ୍ବରା ଗ୍ରାମର ଲକ୍ଷ୍ମଣ କହିଛନ୍ତି, ପୂର୍ବାହ୍ନରେ ସେ ମହାକାଳପଡ଼ା ଯାଇଥିଲେ ା ସେଠାରୁ ଫେରିବା ସମୟରେ ମଧ୍ୟାହ୍ନଭୋଜନ ପାଇଁ କେନାଲବନ୍ଧ ପେଟ୍ରୋଲ ପମ୍ପ ନିକଟସ୍ଥ ଏକ ହୋଟେଲକୁ ଯାଇଥିଲେ। ଏହି ସମୟରେ ୨ ବାଇକ୍‌ରେ ୫ ଜଣ ଯୁବକ ହୋଟେଲ ନିକଟରେ ଚକ୍କର କାଟିବା ସହ ଖେଲା ହବେ ବୋଲି କହିଥିଲେ।
ଏହାକୁ ନେଇ ଲକ୍ଷ୍ମଣ ଓ ସାଥୀରେ ଥିବା କେତେଜଣ ଯୁବକ ହୋଟେଲରୁ ରାସ୍ତାକୁ ବାହାରି ଆସିବା ସମୟରେ ସେମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ ା ତେବେ ଗୋଟିଏ ଗୁଳି ତାଙ୍କ ପାଦରେ ବାଜିଛି। ଏହାର କାରଣ ସମ୍ପର୍କରେ ସେ କହିଛନ୍ତି, ଜିଲାରେ ଗୋଚାଲାଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ବିରୋଧ କରାଯାଉଛି। ଦୁର୍ବୃତ୍ତମାନେ ବଙ୍ଗଳା ମିଶା ହିନ୍ଦୀରେ କଥା ହେଉଥିବା ସେ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ କହିଛନ୍ତି, ଲକ୍ଷ୍ମଣଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରାଯାଇଛି ା ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟ ହସ୍ତଗତ ହୋଇ ନ ଥିବା ପ୍ରକାଶ କରିଛନ୍ତି।
ପୂର୍ବରୁ ଗୋଚାଲାଣକୁ ବିରୋଧ କରୁଥିବା ୩ ଜଣଙ୍କୁ ଆଳି ପୋଲିସ ଗିରଫ କରିଥିଲା।
ଏହି ଘଟଣାକୁ ନେଇ ଏନ୍‌ଏଚ୍‌ଆର୍‌ସି ଓ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।
ଏପରି କି ଆଳି ପୋଲିସ ବିରୋଧରେ ବି ମାମଲା ରୁଜୁ ହୋଇଛି। ଅପରପକ୍ଷେ ଗତ ୨ ମାସ ମଧ୍ୟରେ ଏହି ଅଞ୍ଚଳରେ ୩ଟି ଗୁଳିକାଣ୍ଡ ଘଟିଛି ା ଗତ ମାର୍ଚ୍ଚ ୫ରେ ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ଅନ୍ତର୍ଗତ ବବକରପୁରଠାରେ ଘଟିଥିବା ଗୁଳିକାଣ୍ଡରେ ଗ୍ରାମର ଅରବିନ୍ଦ ମିଶ୍ରଙ୍କ ମୃତ୍ୟୁ ହୋଇଛି ା ସେହିପରି ଗତ ୯ ତାରିଖ ରାତିରେ ଏହି ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ଥାନା କାକଟପୁର ଗ୍ରାମର କାର୍ତ୍ତିକ ସ୍ବାଇଁ ଘରେ ଅଳଙ୍କାର ଓ ଟଙ୍କା ଲୁଟ୍‌ ସହ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିଲେ।
ତେବେ କାର୍ତ୍ତିକଙ୍କ ବୋହୂଙ୍କ ଫୋନ କଲ୍‌ ଯୋଗୁ ଏକ ୧୮ ଜଣିଆ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‌ ଧରା ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା: ଜିଲା ଯୋଗାଣ ଅଫିସ ଘେରାଉ

ବଲାଙ୍ଗୀର ଅଫିସ,୧୮ା୧୦: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତି ପ୍ରତିବାଦରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସୋମବାର ଜିଲା ଯୋଗାଣ ଅଧିକାରୀଙ୍କ ଅଫିସ ଘେରାଉ...

ଚାଷୀଙ୍କୁ କ୍ଷତିପୂରଣ ଦାବିକଲା କଂଗ୍ରେସ

ବରଗଡ଼ ଅଫିସ୍‌,୨୭।୪: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା କରାମାଡ଼ ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଛି। ଏଥିରେ ବରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସୀମା,...

ନିୟମାବଳୀ ଯଥାର୍ଥ ଦର୍ଶାଇଲେ ଓପିଏସ୍‌ସି

କଟକ ଅଫିସ,୧୦ା୨:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷାର ନିୟମାବଳୀକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆଗତ ମାମଲାର ଶୁଣାଣି...

ରିପୋର୍ଟ ମାଗିଲେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ

କଟକ ଅଫିସ,୨୨।୮: କିଶନନଗର ତହସିଲ ରତିଲୋ ମୌଜାର ମହାନଦୀ ପଠାରେ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ଅନ୍ୟ ନିର୍ମାଣ କାର୍ଯ୍ୟକୁ ବିରୋଧକରି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ରେ...

ମାଲେସିଆରେ ୫ ଶ୍ରମିକ ଫସିଥିବା ଘଟଣା: ଉଦ୍ଧାର ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨୯।୧୧: ନୟାଗଡ଼ ଜିଲା ରଣପୁର ଓ ଶରଣକୁଳ ଥାନା ଅଞ୍ଚଳର ୫ ଶ୍ରମିକ ମାଲେସିଆରେ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର...

ଶିକ୍ଷକ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟରେ ଧାରଣା

ବଡ଼ସାହି,୩୦ା୮(ସ୍ବ.ପ୍ର)-ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଗୁରୁବାର ପୂର୍ବାହ୍ନରେ ବଡ଼ସାହି ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାଳଗାଁ ପଞ୍ଚାୟତର ପାଳପାଟଣା ଗ୍ରାମବାସୀ ଧାରଣା ଦେଇଥିଲେ। ଗ୍ରାମରେ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚିଲେ ‘୫ଟି’ ସଚିବ

ଭଦ୍ରକ ଅଫିସ,୧୦।୧୨: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ‘୫ଟି’ର ଏକ ୩ ଜଣିଆ ଟିମ୍‌ ଅଚାନକ ପହଞ୍ଚିଛନ୍ତି। ପରେ ମେଡିକାଲ ପରିଦର୍ଶନ କରି ରୋଗୀଙ୍କୁ ସ୍ବାସ୍ଥ୍ୟ...

ପିଲାଙ୍କୁ ନିମ୍ନମାନର ଅଣ୍ଡା ଦିଆଯାଉଥିବା ଅଭିଯୋଗ

ଗଞ୍ଜାମ,୮।୨(ଡି.ଏନ.ଏ): ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ପୃଷ୍ଟିସାର ଖାଦ୍ୟ ତଥା ଶିଶୁମାନଙ୍କୁ ଅଣ୍ଡା ମଧ୍ୟ ଯୋଗାଇ ଦେଉଛନ୍ତି ସରକାର। କିନ୍ତୁ...

Advertisement
Archives

Model This Week